ପେନ୍‌ସନ ନିୟମରେ ସଂଶୋଧନ: ବଢ଼ିଲା ଗ୍ରାଚୁଇଟି ପରିମାଣ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ପକ୍ଷରୁ ସରକାରୀ ଚାକିରିଆଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଓଡ଼ିଶା ସିଭିଲ ସର୍ଭିସ(ପେନ୍‌ସନ) ନିୟମ-୧୯୯୨ରେ କେତେକ ସଂଶୋଧନ ଅଣାଯାଇଛି। ଦିବ୍ୟାଙ୍ଗ ଓ ସ୍ବାମୀ ପରିତ୍ୟକ୍ତା ଏବଂ ଝିଅମାନଙ୍କ ଭବିଷ୍ୟତକୁ ନିଶ୍ଚିତ କରାଯାଇଛି। ଏହାସହିତ ରାଜ୍ୟ ସରକାରଙ୍କ ପକ୍ଷରୁ ୨୦ଟି ଦିଗରେ ନିୟମରେ ସଂଶୋଧନ କରାଯିବା ସହିତ ସରକାରୀ ଚାକିରିଆଙ୍କ ପରିବାରକୁ ଏକପ୍ରକାର ସୁରକ୍ଷା ବଳୟ ଭିତରକୁ ନିଆଯାଇଛି।
ଗୁରୁବାର ଏ ସଂକ୍ରାନ୍ତରେ ଅର୍ଥ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ବିଜ୍ଞପ୍ତି ଅନୁଯାୟୀ, ଏଣିକି ଓଡ଼ିଶା ସରକାରଙ୍କ ଚାକିରିଆମାନେ ଯଦି ଇସ୍ତଫା ଦିଅନ୍ତି ଏବଂ ପରବର୍ତ୍ତୀ ପର୍ୟ୍ୟାୟରେ ତାଙ୍କ ଇସ୍ତଫା ପତ୍ରକୁ ୯୦ଦିନ ମଧ୍ୟରେ ଫେରାଇ ନେବାକୁ ଚାହିଁବେ ତେବେ ସରକାର ତାକୁ ଗ୍ରହଣ କରିବେ। ମାତ୍ର ପୂର୍ବରୁ ସରକାରୀ ଚାକିରିଆ ଯଦି ଚାକିରିରୁ ଇସ୍ତଫା ଦେଉଥିଲେ ତାଙ୍କ ପାଇଁ ଏସଂକ୍ରାନ୍ତରେ କୌଣସି ସ୍ବତନ୍ତ୍ର ମାର୍ଗଦର୍ଶିକା ନ ଥିଲା। ମାତ୍ର ଭାରତ ସରକାରଙ୍କ ଚାକିରିଆଙ୍କ କ୍ଷେତ୍ରରେ ଇସ୍ତଫା ଓ ସ୍ବେଚ୍ଛାକୃତ ଅବସରର ପୁନର୍ବାର ସୁଯୋଗ ରହିଥିଲା।
ସେହିପରି ଯେଉଁ କର୍ମଚାରୀଙ୍କ ବିରୋଧରେ ଭିଜିଲାନ୍ସ ମାମଲା ଥିବ, ମାତ୍ର ଅଦାଲତ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ନ ଥିବେ ସେ କ୍ଷେତ୍ରରେ ସଂପୃକ୍ତ ଚାକିରିଆଙ୍କୁ ପେନ୍‌ସନ ମିଳିପାରିବ। ମାତ୍ର ପୂର୍ବରୁ ଉକ୍ତ ମାମଲାର ନିର୍ୟାସ କିମ୍ବା ଚୂଡାନ୍ତ ନିଷ୍ପତ୍ତି ନ ହେବା ପର୍ୟ୍ୟନ୍ତ ପୂର୍ଣ୍ଣାଙ୍ଗ ପେନ୍‌ସନ ମିଳୁ ନ ଥିଲା।
ସଂଶୋଧନ ଅନୁଯାୟୀ, ପୂର୍ବରୁ ସରକାରୀ ଚାକିରିଆମାନେ ଅବସର ବେଳେ ଅତି ବେଶିରେ ୧୫ଲକ୍ଷ ଟଙ୍କା ଗ୍ରାଚୁଇଟି ବାବଦକୁ ପାଉଥିବାବେଳେ ଏବେ ଏହି ପରିମାଣ ୨୦ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ବିଚାରପତିଙ୍କ କ୍ଷେତ୍ରରେ ଏହା ୨୦ଲକ୍ଷରୁ ୨୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ସେହିପରି ଦିବ୍ୟାଙ୍ଗମାନେ ଜୀବନସାରା ଫ୍ୟାମିଲି ପେନ୍‌ସନ ପାଇବେ। ଏହାବାଦ୍‌ ବିଧବା ଓ ସ୍ବାମୀ ପରିତ୍ୟକ୍ତାମାନେ ଫ୍ୟାମିଲି ପେନ୍‌ସନ ପାଇବାକୁ ରହିଥିବାବେଳେ ଦିବ୍ୟାଙ୍ଗ ଝିଅ ବାହାଘର ପରେ ଏଣିକି ପେନ୍‌ସନ ପାଇପାରିବ। ଏହାବାଦ୍‌ ପେନ୍‌ସନ ନିୟମରେ ଆଉ କେତେକ ଗୁରୁତ୍ୱପୂର୍ଣ୍ଣ ସଂଶୋଧନ ଅଣାଯାଇଛି ବୋଲି ଅର୍ଥ ବିଭାଗ ପ୍ରମୁଖ ସଚିବ ଶାଶ୍ୱତ ମିଶ୍ର ଦର୍ଶାଇଛନ୍ତି।

  • Related Posts

    ୧.୭୯ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୯୯.୨୬ କୋଟି ଟଙ୍କା ସୁଧ ଫେରସ୍ତ

    ଓଡ଼ିଶାର ବିକାଶରେ ନେତୃତ୍ୱ ନେବେ ନାରୀଶକ୍ତି: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା • ୧୫,୫୨୬ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଆବର୍ତ୍ତନ ପାଣ୍ଠି, ୩୭୧ ଗ୍ରାମପଞ୍ଚାୟତ ସ୍ତରୀୟ ମହାସଂଘ ଗୋଷ୍ଠୀ ବିନିଯୋଗ ପାଣ୍ଠି ଓ ୬୦୫ ଆଞ୍ଚଳିକ ମହାସଂଘକୁ ନିରାପତ୍ତା ପାଣ୍ଠି ବାବଦକୁ ମୋଟ…

    Continue reading
    ଏସୀୟ କ୍ରୀଡ଼ା ସ୍ୱର୍ଣ୍ଣ ପଦକ ବିଜେତା ଅମିତ ରୋହିଦାସ ଓ ଶୀଳାନନ୍ଦ ଲାକ୍ରାଙ୍କୁ ସ୍ୱାଗତ କଲେ କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ

    ଭୁବନେଶ୍ୱର, ୦୬-୧୦-୨୬: ଜାପାନରେ ଆୟୋଜିତ ଏସୀୟ କ୍ରୀଡ଼ା ୨୦୨୬ରେ ସ୍ୱର୍ଣ୍ଣ ପଦକ ଜିତିବା ସହ ଲସ୍ ଆଞ୍ଜେଲସ୍ ଅଲମ୍ପିକ୍ସ (LA28) ପାଇଁ ଯୋଗ୍ୟତା ହାସଲ କରିଥିବା ଭାରତୀୟ ହକି ଟିମ୍‌ର ଓଡ଼ିଶା ତାରକା ଅମିତ ରୋହିଦାସ ଓ ଶୀଳାନନ୍ଦ ଲାକ୍ରା ଭୁବନେଶ୍ୱରରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ