sink in pond ପୋଖରୀରେ ବୁଡ଼ିଗଲେ ୨ ଭଉଣୀ

ନୂଆପଡ଼ା : ପୋଖରୀରେ ବୁଡ଼ି ନୂଆପଡ଼ା ଜିଲା ସିନାପାଲି ବ୍ଲକ ତିଲେଇମାଲ ଗ୍ରାମର ୨ ଭଉଣୀଙ୍କର ରବିବାର ମୃତ୍ୟୁ ଘଟିଛି । ମୃତ ୨ ଭଉଣୀ ହେଲେ ଉକ୍ତ ଗ୍ରାମର ନୀଳକଣ୍ଠ ହଂସଙ୍କ ଝିଅ ଯଶୋଦା(୮) ଓ ଗୁପ୍ତେଶ୍ୱରୀ । ରବିବାର ଦିନ ପ୍ରାୟ ୧୧ଟା ବେଳେ ଦୁଇ ଭଉଣୀ ମା’ଙ୍କ ସହ ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ମା ଫେରି ଆସିଥିବା ବେଳେ ଦୁଇ ଝିଅ ପାଣିରେ ଗାଧୋଉଥିଲେ । ତେବେ ଅନେକ ସମୟ ଯାଏ ଦୁଇ ଝିଅ ଘରକୁ ନ ଫେରିବାରୁ ବାପା ନୀଳକଣ୍ଠ ପୋଖରୀ ପାଖକୁ ସେମାନଙ୍କୁ ଖୋଜିବାକୁ ଯାଇଥିଲେ । ପୋଖରୀ ପାଖରେ ସେମାନଙ୍କ ଡ୍ରେସ ଥୁଆ ହୋଇଥିଲେ ମଧ୍ୟ ଝିଅ ଦୁହେଁ ନ ଥିଲେ । ପୋଖରୀରେ ଖୋଜାଖୋଜି କରିବାରୁ ଦୁଇ ଝିଅଙ୍କ ଶବ ମିଳିଥିଲା । ଖବର ପାଇ ସିନାପାଲି ପୋଲିସ ଘଟଣାସ୍ଥଳରେ ପହଂଚି ଶବ ଜବତ କରି ବ୍ୟବଚ୍ଛେଦ କରିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ଏହି ଖବରକୁ ନେଇ ଗାଁରେ ଶୋକର ଛାୟା ଖେଳି ଯାଇଛି ।

  • Related Posts

    ଭିଜିଲାନ୍ସ ପଞ୍ଝାରେ ସହକାରୀ ନିର୍ବାହୀ ଯନ୍ତ୍ରୀ

    ଭୁବନେଶ୍ୱର/ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ବେତନଟି ଆର ଆଣ୍ଡ ବି(ରାସ୍ତା ଓ ଗୃହ ନିର୍ମାଣ) ଉପଖଣ୍ଡର ସହକାରୀ ନିର୍ବାହୀ ଯନ୍ତ୍ରୀ (AEE) ଅରବିନ୍ଦ ମହାନ୍ତି ଭିଜିଲାନ୍ସ ଜାଲରେ ପଡିଛନ୍ତି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାରିପଦା ସ୍ୱତନ୍ତ୍ର ଭିଜିଲାନ୍ସ ଜଜ୍‌ଙ୍କ…

    Continue reading
    ଉଦ୍ଧାର ବାଘ ଛୁଆ ସୁରକ୍ଷିତ; ବାଘୁଣୀ ଯମୁନା ଏନକ୍ଲୋଜରକୁ ସ୍ଥାନାନ୍ତର

    ରାଇରଙ୍ଗପୁର: କରଞ୍ଜିଆ ବନଖଣ୍ଡ ଅନ୍ତର୍ଗତ ଠାକୁରମୁଣ୍ଡା ରେଞ୍ଜର ଖପାରଖାଇ ଗ୍ରାମରୁ ଉଦ୍ଧାର ହୋଇଥିବା ବାଘ ଛୁଆଟି ସୁରକ୍ଷିତ ରହିଛି । ଶିମିଳିପାଳ ଅଭୟାରଣ୍ୟର ଫରେଷ୍ଟ୍ କ୍ୟାମ୍ପସରେ ତାହାର ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ ଚାଲିଛି । ଉକ୍ତ ବାଘ ଛୁଆଟିକୁ ବାଘୁଣୀ ଯମୁନା ରହୁଥିବା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ