ପୋଲିସ୍ ଓ ଓକିଲ କହି ଟଙ୍କା ଲୁଟୁଥିଲେ ଯୁବକ

କେତେବେଳେ ନିଜକୁ ଏସ୍‌ଡିପିଓ କହୁଥିଲେ। ଆଉ କେତେବେଳେ ନିଜକୁ ଓଡିଶା ହାଇକୋର୍ଟର ଆଇନ୍‌ଜୀବୀ କହୁଥିଲେ। ଏମିତି କେତେ କ’ଣ ପରିଚୟ ଦେଇ ଟଙ୍କା ଆଦାୟ କରୁଥିଲେ ଦୁଇ ଯୁବକ। ସେମାନଙ୍କ ଘର ନୟାଗଡ଼ରେ ହୋଇଥିଲେ ବେଳେ ମାଲକାନଗିରି ଲୋକଙ୍କୁ ଟାର୍ଗେଟ କରୁଥିଲେ। ଏନେଇ ଅଭିଯୋଗ ହେବା ପରେ ମାଲକାନଗିରି ପୁଲିସ୍‌ ୨ ଠକଙ୍କୁ ନୟାଗଡ଼ରୁ ଗିରଫ କରିଛି।

ଅଭିଯୋଗ ଅନୁସାରେ ଦୁଇ ଧ୍ରୁତ ହେଉଛନ୍ତି ନୟାଗଡ ଜିଲ୍ଲା ସରୋଡା ଗାଁର କାର୍ତ୍ତିକ ରାଉତରାୟ ଓ ଏକାନ ପାଣି। ଏମାନେ କୁଆଡେ ଜାନୁଆରୀ ୨୩ ତାରିଖରେ ଚାଲାଣଗୁଡା ସରପଞ୍ଚ ଇରମା ମାଢ଼ିଙ୍କୁ ଫୋନ୍‌ କରିଥିଲେ। ଆଉ ସେତେବେଳେ ନିଜକୁ ମାଲକାନଗିରି ଏସ୍‌ଡିପିଓ କହି କଥା ହୋଇଥିଲେ। କଥାବାର୍ତ୍ତା ଛଳରେ ଲାଞ୍ଚ ମାଗିଥିଲେ। ଏସ୍‌ଡିପିଓ ଜାଣି ସରପଞ୍ଚ ମହାଶୟ ବିଭିନ୍ନ କାମ ବାବଦକୁ ୧୮ ହଜାର ଟଙ୍କା ଦେଇଥିଲେ।
ପୁଲିସ୍‌ଙ୍କ ପରେ ପାଳି ପଡିଥିଲା ଆଇନ୍‌ଜୀବୀ। ନିଜକୁ ହାଇକୋର୍ଟର ଆଇନ୍‌ଜୀବୀ କହି ଏହି ଦୁଇ ଧ୍ରୁତ ଜୁଲାଇ ୨୨ ତାରିଖରେ ମାଲକାନଗିରିର ଜଣାଶୁଣା ଆଇନ୍‌ଜୀବୀ ରାଜେଶ ପଟ୍ଟନାୟକଙ୍କ ପାଖକୁ ଫୋନ୍‌ କରିଥିଲେ। ମେଡ଼ିକାଲ୍‌ ହେଲ୍‌ପ ପାଇଁ ୧୦ ହଜାର ଟଙ୍କା ମାଗିଥିଲେ। ତେଣୁ ନିଜର ମହାନତା ଦେଖାଇ ରାଜେଶ ଅନ୍‌ଲାଇନ୍‌ରେ ୧୦ ହଜାର ଟଙ୍କା ପଠାଇଥିଲେ।

ରାଜେଶଙ୍କ ପରେ ମାଲକାନଗିରିର ଆଉ ଜଣେ ଆଇନ୍‌ଜୀବୀଙ୍କୁ ଚୂନ ଲଗାଇଥିଲେ କାର୍ତ୍ତିକ ରାଉତରାୟ ଓ ଏକାନ ପାଣି। ଠିକ୍‌ ସେମିତି ଢଙ୍ଗରେ ନିଜକୁ ହାଇକୋର୍ଟର ଆଇନ୍‌ଜୀବୀ କହି ମାଲକାନଗିରି ଓକିଲ ଗୋପାଳ ରାଓଙ୍କୁ ଫୋନ୍‌ କରି ୧୦ ହଜାର ଟଙ୍କା ମାଗିଥିଲେ। ସେ ମଧ୍ୟ ୧୦ ହଜାର ଟଙ୍କା ପ୍ରଦାନ କରିଥିଲେ। ଅଭିଯୋଗ ଅନୁସାରେ ଉଭୟ ଅନେକ ଲୋକଙ୍କୁ ଫୋନ୍‌ କରି ଚୂନ ଲଗାଇଥିଲେ।

ଠକାମୀ ସମ୍ପର୍କରେ ଜାଣିପାରି ଆଇନ୍‌ଜୀବୀ ରାଜେଶ ପଟ୍ଟନାୟକ ଏନେଇ ମାଲକାନଗିରି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ପୁଲିସ୍‌ ପ୍ରଥମେ ସେମାନଙ୍କ ଫୋନ୍‌ ନମ୍ୱରକୁ ଟ୍ରାକ୍‌ କରିଥିଲା। ତା’ପରେ ସେମାନଙ୍କ ଠକଣା ପାଇଥିଲା। ପରେ ମାଲକାନଗିରି ପୁଲିସ୍‌ ନୟାଗଡ଼ରେ ପହଞ୍ଚିଥିଲା। ନୟାଗଡ଼ ପୁଲିସ୍‌ ସହାୟତାରେ ମାଲକାନଗିରି ପୁଲିସ୍‌ ଦୁଇ ଅଭିଯୁକ୍ତଙ୍କୁ ଗିରଫ କୋର୍ଟ ଚାଲାଣ କରିଛି।

Related Posts

ଓଏମସି ପୁରୀ କୋଷ୍ଟାଲ ମାରାଥନ୍ର ପ୍ରଚାର ପାଇଁ ପ୍ରୋମୋ ରନ୍

ଭୁବନେଶ୍ୱର: ଡିସେମ୍ବର ୧୩ ତାରିଖରେ ପୁରୀରେ ଅନୁଷ୍ଠିତ ହେବାକୁ ଥିବା ଭବ୍ୟ ‘ଓଏମ୍‌ସି ପୁରୀ କୋଷ୍ଟାଲ ମାରାଥନ୍ ୨୦୨୬’ ପୂର୍ବରୁ ଆଜି ଭୁବନେଶ୍ୱରରେ ଏକ ଉତ୍ସାହଜନକ ପ୍ରୋମୋ ରନ୍ ଆୟୋଜିତ ହୋଇଯାଇଛି। ଏହି ପ୍ରୋମୋ ରନକୁ ଓଡ଼ିଶାର ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ…

Continue reading
ଆଗାମୀ ୩ ବର୍ଷ ପର୍ଯ୍ୟନ୍ତ କୌଣସି ନୂଆ ମଦ ଦୋକାନ ଖୋଲାଯିବ ନାହିଁ: ମୁଖ୍ୟମନ୍ତ୍ରୀ

ଡେଡ୍‌‌ଲାଇନ୍ ୨୦୨୯ ସୁଦ୍ଧା ଦେଶକୁ ନିଶାମୁକ୍ତ କରିବା ପାଇଁ ଓଡ଼ିଶା ପ୍ରତିବଦ୍ଧ ​ନିଶାକୁ ନାଁ, ଜୀବନକୁ ହଁ—ଜୀବନ ଜିଇଁବାର ପ୍ରକୃତ ଶିକ୍ଷା ନିଅନ୍ତୁ – ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର:ସ୍ଥାନୀୟ ରେଳ ଅଡିଟୋରିଅମଠାରେ କମିଶନରେଟ୍ ପୋଲିସ, ଆଜି ଆୟୋଜନ କରିଥିବା ଜନସଚେତନତା କାର୍ଯ୍ୟକ୍ରମ ‘ଜୀବନ…

Continue reading

Leave a Reply

Your email address will not be published. Required fields are marked *

You Missed

ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ