ପୋଲ ତଳକୁ ଖସି ପଡ଼ିଲା ବାଇକ୍‌, ଦାଦା-ପୁତୁରା ମୃତ

ଦୁର୍ଗା ପୂଜା ଯୋଗୁ ରାତିରେ ସାଙ୍ଗ ହୋଇ ଯାତ୍ରା ଦେଖିବାକୁ ଯାଇଥିଲେ। ଭୋରରୁ ଯାତ୍ରା ସରିଲା ଓ ଦାଦା-ପୁତୁରା ଏକାଠି ବାଇକରେ ଘରକୁ ଫେରୁଥିଲେ। କିନ୍ତୁ ଘରେ ପହଞ୍ଚି ପୂର୍ବରୁ ଅଧା ରାସ୍ତାରେ ଘଟିଛି ଅଘଟଣ। ହସଖୁସିରେ ଘରକୁ ଫେରୁଥିବା ଦାଦା-ପୁତୁରାଙ୍କ ବାଇକ ହଠାତ୍‌ ପୋଲ ତଳକୁ ଖସି ପଡ଼ିଥିଲା। ଆଉ ଘଟଣା ସ୍ଥଳରେ ହିଁ ଦୁଇ ଜଣଙ୍କ ଜୀବନ ଚାଲି ଯାଇଛି। କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଚକୁଳି ଠାରେ ଏପରି ଦୁଃଖଦ ଦୁର୍ଘଟଣା ଘଟିଛି। ଚକୁଳି ନିକଟ ପୋଲ ତଳକୁ ବାଇକ ସହ ଖସି ପ୍ରାଣ ହରାଇଥିବା ଦାଦା-ପୁତୁରା ହେଲେ ପଳାସ ଗାଁର ନରେଶ ନାଏକ(୩୩) ଓ ପ୍ରଦୀପ ନାଏକ (୩୨)।
ନରେଶ ଓ ପ୍ରଦୀପ ପଲସର ବାଇକରେ ହାବସପୁରରୁ ଯାତ୍ରା ଦେଖିବାକୁ ଯାଉଥିଲେ। ସେଠାରୁ ଫେରୁଥିବା ବେଳେ ହଠାତ୍‌ ପୋଲ ନିକଟରେ ବାଇକଟି ଭାରସାମ୍ୟ ହରାଇ ସିଧା ତଳକୁ ଖସି ପଡ଼ିଥିଲା। ଫଳରେ ଘଟଣା ସ୍ଥଳରେ ଉଭୟଙ୍କ ମୃତ୍ୟୁ ହୋଇଥିଲା। ତେବେ ରାତି ତମାମ ଏହି ଖବର କାହା ପାଖରେ ନଥିଲା।
ମଙ୍ଗଳବାର ସକାଳୁ ସ୍ଥାନୀୟ ଲୋକ ପୋଲ ଅତିକ୍ରମ କରୁଥିବା ବେଳେ ଦୁର୍ଘଟଣା ଗ୍ରସ୍ତ ବାଇକକୁ ଦେଖିଥିଲେ। ଏହାପରେ ସେଠାରେ ନରେଶ ଓ ପ୍ରଦୀପ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ଦେଖି ପୁଲିସ୍‌କୁ ଖବର ଦେଇଥିଲେ।ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛି। ଏଥିସହ ବ୍ୟବଚ୍ଛେଦ ପାଇଁ ଜୁନାଗଡ଼ ଡାକ୍ତରଖାନାକୁ ପଠାଇଛି। ଏପଟେ ଦାଦା-ପୁତୁରାଙ୍କ ମୃତ୍ୟୁ ଖବର ପଳାସ ଗାଁରେ ଶୋକର ଛାୟା ଖେଳାଇ ଦେଇଛି। କାନ୍ଦ ବୋବାଲିରେ ଗାଁ ଦାଣ୍ଡ ଏବେ ଫାଟି ପଡୁଛି।

  • Related Posts

    ରାଜରାଜଶ୍ୱେର ବେଶରେ ଦର୍ଶନ ଦେବେ ମହାପ୍ରଭୁ

    ପୁରୀ: ଶ୍ରୀମନ୍ଦିରରେ ଆଜି ପାଳନ ହେଉଛି ପବିତ୍ର ଦଶହରା ତଥା ବିଜୟା ଦଶମୀ । ଏହି ଅବସରରେ ଭକ୍ତମାନଙ୍କୁ ସୁନାବେଶ ତଥା ରାଜରାଜଶ୍ୱେର ବେଶରେ ସଜ୍ଜିତ ହୋଇ ଦର୍ଶନ ଦିଅନ୍ତି ଶ୍ରୀଜିଉ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଅବକାଶ ନୀତି, ଚନ୍ଦନ, ନୂଆ…

    Continue reading
    ଅପରାଧୀଙ୍କୁ ତାଙ୍କ ଭାଷାରେ ଜବାବ ଦିଆଯିବ: ପୋଲିସ ଡିଜି

    କଟକ: ‘ନକ୍ସଲ ହୁଅନ୍ତୁ କିମ୍ବା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ କିମ୍ବା ଯେକୌଣସି ଅପରାଧୀ । ଅପରାଧୀଙ୍କୁ ସେମାନଙ୍କ ଭାଷାରେ ହିଁ ଜବାବ୍ ଦିଆଯିବ । ଏଥିପାଇଁ ପୋଲିସ ଶହୀଦ ହେବା ପାଇଁ ବି ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି । ଆଜି(ବୁଧବାର) କଟକ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ମୁଁ ବି ଖୁବ୍‌ଶୀଘ୍ର ପିତା ହେବି କହିଲେ ସଲମାନ୍‌ ଖାନ୍‌

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି