ପୌର ନିର୍ବାଚନ: ୱାର୍ଡ ପୁନର୍ଗଠନ ଓ ଆସନ ସଂରକ୍ଷଣ ପାଇଁ ସଂଶୋଧିତ ସମୟସୂଚୀ

ଭୁବନେଶ୍ୱର:ଆଗାମୀ ପୌର ନିର୍ବାଚନ ପାଇଁ ୱାର୍ଡ ପୁନର୍ଗଠନ/ବିଭାଜନ ଓ ଆସନ ସଂରକ୍ଷଣ ପ୍ରକ୍ରିୟା ସମ୍ପନ୍ନ କରିବାକୁ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସଂଶୋଧିତ ସମୟସୂଚୀ ଜାରି ହୋଇଛି ।

ଏହି ସମୟସୂଚୀ ଭୁବନେଶ୍ୱର, କଟକ, ବ୍ରହ୍ମପୁର ଓ ରାଉରକେଲା ମହାନଗର ନିଗମ ସମେତ ବୌଦ୍ଧ ଜିଲ୍ଲାକୁ ବାଦ ଦେଇ ୯୯ଟି ପୌରପାଳିକା ଓ ବିଜ୍ଞପିତ ଅଞ୍ଚଳ ପରିଷଦ ପାଇଁ ପ୍ରଯୁଜ୍ୟ ହେବ ।

ଚାରି ମହାନଗର ନିଗମ ସମ୍ପର୍କରେ ସମ୍ପୃକ୍ତ କମିଶନରମାନେ ୱାର୍ଡ ବିଭାଜନ ଓ ଆସନ ସଂରକ୍ଷଣ ସମ୍ପର୍କିତ ତଥ୍ୟ ନିର୍ଦ୍ଧାରିତ ଫର୍ମ-୧ ଓ ଫର୍ମ-୨ ସହ ସ୍କେଚ୍ ମ୍ୟାପ୍ ଆକାରରେ ଅକ୍ଟୋବର ୮ ସୁଦ୍ଧା ବିଭାଗକୁ ଦାଖଲ କରିବେ। ସରକାରଙ୍କ ପକ୍ଷରୁ ଚିଠା ବିଜ୍ଞପ୍ତି ଅକ୍ଟୋବର ୨୨ରେ ପ୍ରକାଶ ପାଇବ ଏବଂ ଆପତ୍ତି ଓ ପ୍ରସ୍ତାବ ଦାଖଲର ଶେଷ ତାରିଖ ଅକ୍ଟୋବର ୩୧ ରହିଛି ।

ସେହିପରି, ୯୯ଟି ପୌରପାଳିକା ଓ ଏନ୍ ଏ ସି ପାଇଁ ସମ୍ପୃକ୍ତ ଜିଲ୍ଲାପାଳମାନେ ଅକ୍ଟୋବର ୧୨ରେ ଚିଠା ବିଜ୍ଞପ୍ତି ପ୍ରକାଶ କରି ଆପତ୍ତି ଓ ପ୍ରସ୍ତାବ ଆହ୍ୱାନ କରିବେ । ଏଥିପାଇଁ ଅକ୍ଟୋବର ୨୧ ଶେଷ ତାରିଖ । ଅକ୍ଟୋବର ୨୮ରେ ପ୍ରାଥମିକ ବିଜ୍ଞପ୍ତି ପ୍ରକାଶ ପରେ ଏହା ବିରୋଧରେ ଅକ୍ଟୋବର ୨୮ରୁ ନଭେମ୍ବର ୧୧ ମଧ୍ୟରେ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ନିକଟରେ ଅପିଲ୍ କରାଯାଇପାରିବ ।

ଜିଲ୍ଲାପାଳମାନେ ଅପିଲ୍ ଆବେଦନ ଓ ନିଜର ମତାମତ ନଭେମ୍ବର ୧୨ ସୁଦ୍ଧା ନିର୍ଦ୍ଦେଶକ, ପୌର ପ୍ରଶାସନଙ୍କ ନିକଟକୁ ପଠାଇବେ। ଅପିଲ୍‌ର ଶୁଣାଣି ଓ ଚୂଡ଼ାନ୍ତ ନିଷ୍ପତ୍ତି ନଭେମ୍ବର ୧୮ରୁ ୨୫ ମଧ୍ୟରେ କରାଯିବ । ଆବଶ୍ୟକ ସଂଶୋଧନ ପରେ ଚୂଡ଼ାନ୍ତ ବିଜ୍ଞପ୍ତି ନଭେମ୍ବର ୩୦, ୨୦୨୬ରେ ପ୍ରକାଶ ପାଇବ ।

ପୌର ନିର୍ବାଚନ ପ୍ରସ୍ତୁତିକୁ ସମୟବଦ୍ଧ ଭାବେ ସମ୍ପନ୍ନ କରିବା ପାଇଁ ସମ୍ପୃକ୍ତ ମହାନଗର ନିଗମ କମିଶନର, ଜିଲ୍ଲାପାଳ ଓ ପୌର ସଂସ୍ଥାର କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କୁ ସଂଶୋଧିତ ସମୟସୂଚୀକୁ କଡ଼ାକଡ଼ିରେ ପାଳନ କରିବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

  • Related Posts

    ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼

    ଧର୍ମଶାଳା: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି। ଯାଜପୁର ଜିଲ୍ଲା ଧର୍ମଶାଳା ଗଡ଼ମଧୁପୁର ପଞ୍ଚାୟତ ପନ୍ତୁରି ଗାଁରେ ଘଟିଛି ଏହି ଘଟଣା। ଏହାର ପ୍ରତିବାଦରେ ଏସ୍‌ପି ଅଫିସ୍ ଆଗରେ ବିଜେଡି କର୍ମୀ ଧାରଣା ଦେଇଛନ୍ତି। ଜିଲ୍ଲାର ପ୍ରମୁଖ ନେତାମାନେ…

    Continue reading
    ଓଏମସି ପୁରୀ କୋଷ୍ଟାଲ ମାରାଥନ୍ର ପ୍ରଚାର ପାଇଁ ପ୍ରୋମୋ ରନ୍

    ଭୁବନେଶ୍ୱର: ଡିସେମ୍ବର ୧୩ ତାରିଖରେ ପୁରୀରେ ଅନୁଷ୍ଠିତ ହେବାକୁ ଥିବା ଭବ୍ୟ ‘ଓଏମ୍‌ସି ପୁରୀ କୋଷ୍ଟାଲ ମାରାଥନ୍ ୨୦୨୬’ ପୂର୍ବରୁ ଆଜି ଭୁବନେଶ୍ୱରରେ ଏକ ଉତ୍ସାହଜନକ ପ୍ରୋମୋ ରନ୍ ଆୟୋଜିତ ହୋଇଯାଇଛି। ଏହି ପ୍ରୋମୋ ରନକୁ ଓଡ଼ିଶାର ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ