ପ୍ରତିଶ୍ରୁତି ପରେ ଆଜି ଆଲିଙ୍ଗନ ଦିବସ

ଭୁବନେଶ୍ୱର: ତୁମ ସହିତ ସବୁବେଳେ ଛାଇ ହୋଇ ରହିବି । ପରିସ୍ଥିତି ଅନୁକୂଳ ହେଉ କିମ୍ବା ପ୍ରତିକୂଳ ତୁମେ କେବେ ହେଲେ ନିଜକୁ ଏକୁଟିଆ ପାଇବନି । କଥା ଦେଉଛି ଜୀବନର ଶେଷ ନିଶ୍ୱାସ ପର୍ଯ୍ୟନ୍ତ ମୁଁ ତୁମର ହୋଇ ରହିବି । ପରସ୍ପରକୁ ଏହିଭଳି ମିଠା ମିଠା ପ୍ରତିଶ୍ରୁତି ଦେଇଥିଲେ ପ୍ରେମୀଯୁଗଳ । ଆଉ ପାଳନ କରିଥିଲେ ପ୍ରେମ ଋତୁର ପଞ୍ଚମ ଦିନ ପ୍ରୋମିଜ୍‌ ଡେ ବା ପ୍ରତିଶ୍ରୁତି ଦିବସ । ଏହି ଦିନରେ କିଏ ବିବାହର ପ୍ରତିଶ୍ରୁତି ଦେଇଥିଲେ ତ କିଏ ସାତ ଜନ୍ମର ସାଥି ହେବାର ପ୍ରତିଶ୍ରୁତି । ଏହି ଦିବସକୁ ପାଳନ କରିବା ପାଇଁ କିଏ ମନ୍ଦିରକୁ ବାଛିଥିଲେ ତ କିଏ ପାର୍କକୁ । ଏଥିସହିତ ବିଭିନ୍ନ ରେସ୍ତୋରାଁ, ବଡ଼ ବଡ଼ ମଲ୍‌, ପାର୍କରେ ମଧ୍ୟ ପ୍ରେମୀଯୁଗଳଙ୍କୁ ଦେଖିବାକୁ ମିଳିଥିଲା । ଅନେକ ପୁରୀ, କୋଣାର୍କ ଭଳି ସ୍ଥାନକୁ ମଧ୍ୟ ବୁଲିବା ପାଇଁ ଯାଇଥିଲେ ।
ଗୁରୁବାର ଭାଲେଣ୍ଟାଇନ୍‌ ସପ୍ତାହର ୬ଷ୍ଠ ଦିନ ଆଲିଙ୍ଗନ ଦିବସ(ହଗ୍‌ ଡେ) । ଏହି ଦିନ ପ୍ରେମୀଯୁଗଳ ପରସ୍ପରକୁ ଆଲିଙ୍ଗନ କରି ସେମାନଙ୍କ ପ୍ରେମର ଗଭୀରତା ଦର୍ଶାଇବା ସହ ସାରା ଜୀବନ ଏକାଠି ରହିବାର ପ୍ରତିଶ୍ରୃତିକୁ ମଜଭୁତ କରିବେ। ଏହା କେବଳ ପ୍ରେମୀଯୁଗଳଙ୍କ ଭିତରେ ସୀମିତ ରହିବ ନାହିଁ। ସାଙ୍ଗସାଥି ମିଶି ଏବେ ଏହି ଦିବସ ପାଳନ କଲେଣି। ବନ୍ଧୁତାର ଗାଢ଼ତା ପ୍ରମାଣ କରିବାକୁ ସାଙ୍ଗସାଥିମାନେ ପାର୍ଟି ଆୟୋଜନ କରି ପରସ୍ପରକୁ ଆଲିଙ୍ଗନ କରୁଥିବା ଦେଖାଯାଉଛି।

  • Related Posts

    ଜିମ୍‌ ନ ଯାଇ ରୁହନ୍ତୁ ଫିଟ୍‌

    ଦିନକୁ ଦିନ ମଣିଷର ଜୀବନଶୈଳୀ ପରିବର୍ତ୍ତନ ହେବାରେ ଲାଗିଛି । ମଣିଷ ଆଜିକାଲି ଫିଟ ରହିବା ଉପରେ ଅଧିକ ଗୁରୁତ୍ୱ ଦେଉଛି । ଏଥିପାଇଁ ଜିମ ଅଧିକ ଲୋକଙ୍କ ପସନ୍ଦ ପାଲଟିଛି । ଆପଣ ଦେଖୁଥିବା ସକାଳ ହେଲେ ପାର୍କରେ ଓପନ…

    Continue reading
    ସ୍ୱାସ୍ଥ୍ୟ ପାଇଁ ଉପକାରୀ କଖାରୁ ମଞ୍ଜି,ଜାଣନ୍ତୁ

    ଦୈନନ୍ଦିନ ଜୀବନରେ ଆମେ ଖାଦ୍ୟରେ ଅନେକ ପନିପରିବା ଖାଇଥାଉ । ତନ୍ମଧ୍ୟରୁ କେଉଁ ପରିବା ସ୍ୱାସ୍ଥ୍ୟ ପାଇଁ କେତେ ଜରୁରୀ ତାହା ଜାଣିବା ନିହାତି ଆବଶ୍ୟକ । କଖାରୁ ଏକ ପୁଷ୍ଟିକର ପନିପରିବା, ଯାହା ସ୍ୱାସ୍ଥ୍ୟ ପାଇଁ ଅନେକ ଲାଭ ହୋଇଥାଏ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ