ପ୍ରଫୁଲ୍ଲ ଜାଣିଥିବେ କିଏ କରିଥିଲା ଷଡ଼ଯନ୍ତ୍ର: ପ୍ରମିଳା

ଭୁବନେଶ୍ୱର: ପ୍ରଫୁଲ୍ଲ ଜାଣିଥିବେ କିଏ କରିଥିଲା ଷଡ଼ଯନ୍ତ୍ର । ବିଜେଡିରେ ଅହଂକାର ଓ ଚକ୍ରାନ୍ତ ନେଇ ପ୍ରଫୁଲ୍ଲ ଘଡ଼ାଇଙ୍କ ମନ୍ତବ୍ୟ ପ୍ରସଙ୍ଗରେ ଏହା କହିଛନ୍ତି ବିଜେଡି ବିଧାୟିକା ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ସେ କହିଛନ୍ତି ଯେ ପ୍ରଫୁଲ୍ଲ ଜାଣିଥିବେ କେଉଁଠି କିଏ ଷଡ଼ଯନ୍ତ୍ର କରିଥିଲା । କେଉଁ ଜାଗାରେ ଷଡ଼ଯନ୍ତ୍ର ଚାଲିନି । ଆଗରୁ ହୋଇନି କି ଏବେ ବି ହେଉନି । ଦଳରେ କହାର ଅହଂକାର ବଢ଼ିନି, ଦଳ ଯେମିତି ଚାଲିବା କଥା ଚାଲିଛି ।

ପ୍ରକାଶ ଯେ କିଭଳି ଚକ୍ରାନ୍ତ କରି ତାଙ୍କୁ ଓ ତାଙ୍କ ପୁଅକୁ କୋରେଇରୁ ଦୂରେଇ ଦିଆଗଲା ତାହା ଗୋଟି ଗୋଟି କରି କହିଛନ୍ତି ପ୍ରଫୁଲ୍ଲ ଘଡେଇ। ସେ ଦଳୀୟ ଚକ୍ରାନ୍ତର କିଭଳି ଶିକାର ହୋଇଥିଲେ, ତାହା ଖୋଲାମଞ୍ଚରେ ବଖାଣିଛନ୍ତି ବିଜେଡିର ବରିଷ୍ଠ ନେତା। ଲୋକଙ୍କ ଇଚ୍ଛା ନଥିଲେ ମଧ୍ୟ କୋରେଇରୁ ତାଙ୍କୁ ଦୁରେଇ ଦିଆଗଲା। ଦଳୀୟ ଚକ୍ରାନ୍ତ ପାଇଁ ସେ ସକ୍ରିୟ ରାଜନୀତିରୁ ଦୂରେଇଥିବା କହିଛନ୍ତି ପ୍ରଫୁଲ ଘଡେଇ। ତେବେ କେବଳ ଏତିକି ନୁହେଁ ଅହଙ୍କାର ଯୋଗୁଁ କିଭଳି ଦଳ, ସରକାର ଭାଙ୍ଗିଯାଏ ତାହା କହି ବିଜେଡିକୁ ପରୋକ୍ଷରେ ବାଣ ମାରିଛନ୍ତି ପ୍ରଫୁଲ୍ଲ।

  • Related Posts

    ରାଜ୍ୟସଭାରେ ଶପଥ ନେଲେ ୩ ସାଂସଦ

    ନୂଆଦିଲ୍ଲୀ: ରାଜ୍ୟସଭାରେ ଶପଥ ନେଇଛନ୍ତି ଓଡ଼ିଶାର ନବ ନିର୍ବାଚିତ ସାଂସଦ । ଓଡ଼ିଶାର ୩ ସାଂସଦ ମନମୋହନ ସାମଲ, ସନ୍ତୃପ୍ତ ମିଶ୍ର ଓ ଦିଲ୍ଲୀପ କୁମାର ରାୟ ଆଜି ଓଡ଼ିଆରେ ଶପଥ ନେଇଛନ୍ତି । ରାଜ୍ୟସଭା ଅଧ୍ୟକ୍ଷ ସି. ପି. ରାଧାକ୍ରିଷ୍ଣନ୍…

    Continue reading
    ନେତା ଓ କର୍ମୀ ବିଜେଡି ଛାଡ଼ିବାର ପ୍ରଭାବ ନିଶ୍ଚିତ ପଡ଼ିବ: ଗଣେଶ୍ବର

    ଭୁବନେଶ୍ୱର: ନେତା ଓ କର୍ମୀ ବିଜେଡି ଛାଡ଼ିବା ନେଇ ଗଣେଶ୍ବର ବେହେରା ତାଙ୍କ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ସଂଗଠନ ଉପରେ ପ୍ରଭାବ ନିଶ୍ଚିତ ପଡ଼ିବ । ଦଳର ଦୁର୍ଭାଗ୍ୟ କିଛି ବନ୍ଧୁ ଦଳ ଛାଡ଼ିକି ଗଲେ, ନିଶ୍ଚୟ ପ୍ରଭାବ ପଡ଼ିବ।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ