
ଭୁବନେଶ୍ବର: ପ୍ରଶ୍ନକାଳକୁ ବୟକଟ କଲା କଂଗ୍ରେସ। ତାରା ବାହିନୀପତିଙ୍କ ଉପର ନିଲମ୍ବନ ହଟେଇବା ଦାବିରେ କଂଗ୍ରେସ ବିଧାୟକଙ୍କ ଧାରଣା। ହାତରେ କଳାପଟି ବାନ୍ଧି କଂଗ୍ରେସ ବିଧାୟକ ମାନେ ଗାନ୍ଧୀ ମୂର୍ତ୍ତି ତଳେ ଧାରଣାରେ ବସିଛନ୍ତି। ପ୍ରଶ୍ନ ଉତ୍ତର ଆରମ୍ଭରୁ ପୋଲାଭରମ ପ୍ରସଙ୍ଗରେ ବିଜେଡି ପ୍ରତିବାଦ କରିଥିଲା। ଗୃହ ମଧ୍ୟ ଭାଗରେ ହଟ୍ଟଗୋଳ କରିଥିଲେ ବିଧାୟକ। ଏହି ପ୍ରସଙ୍ଗରେ ଆଲୋଚନା ପାଇଁ ମୂଲତବି ପ୍ରସ୍ତାବ ଦେଇଥିଲା ବିଜେଡି। ଯାହାକୁ ମାନି ନଥିଲେ ବାଚସ୍ପତି। ଆଲୋଚନା ଦାବିରେ ବିଜେଡି ପ୍ରତିବାଦ ଜାରି ରହିଛି। ହଟ୍ଟଗୋଳ ମଧ୍ୟରେ ଗୃହକୁ ସାଢେ ୧୧ଟା ପର୍ୟ୍ୟନ୍ତ ମୂଲତବୀ କରିଛନ୍ତି ବାଚସ୍ପତି ।




