ସଂସଦରେ ଉଠିଲା ବିଜୁ ପଟ୍ଟନାୟକଙ୍କୁ ଅସମ୍ମାନ ପ୍ରସଙ୍ଗ

ଭୁବନେଶ୍ବର: ରାଜ୍ୟରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ଅସମ୍ମାନ ପ୍ରସଙ୍ଗକୁ ନେଇ ସଂସଦରେ ସ୍ବର ଉଠାଇଛନ୍ତି ବିଜେଡି ସାଂସଦ ଦେବାଶିଷ ସାମନ୍ତରାୟ । ସ୍ବାଧୀନତା ସଂଗ୍ରାମ ଠାରୁ ଆରମ୍ଭ କରି ପଞ୍ଚାୟତିରାଜ ବ୍ୟବସ୍ଥାର ସଶକ୍ତିକରଣ ଏବଂ ମହିଳାଙ୍କୁ ରାଜନୈତିକ ଅଧିକାର ଦେବାରେ ବିଜୁବାବୁ ସାରା ଦେଶ ପାଇଁ ଆଦର୍ଶ । ଯେଉଁଥି ପାଇଁ ଗତ ତିନି ଦଶନ୍ଧି ଧରି ରାଜ୍ୟ ସରକାର ତାଙ୍କ ଜନ୍ମ ତାରିଖ ମାର୍ଚ୍ଚ ୫ରେ ରାଜ୍ୟସ୍ତରୀୟ ପଞ୍ଚାୟତିରାଜ ଦିବସ ପାଳନ କରିବା ସହ ଏହି ଦିନକୁ ସରକାରୀ ଛୁଟି ଘୋଷଣା କରାଯାଇଥାଏ । ଚଳିତ ବର୍ଷ ମଧ୍ୟ ରାଜ୍ୟ ସରକାର ପ୍ରସ୍ତୁତ କରିଥିବା ସରକାରୀ କ୍ୟାଲେଣ୍ଡର ଓ ଡାଏରୀରେ ମାର୍ଚ୍ଚ ୫କୁ ସରକାରୀ ଛୁଟି ଘୋଷଣା କରାଯାଇଥିଲା । ହେଲେ ମାର୍ଚ୍ଚ ପ୍ରଥମ ସପ୍ତାହରେ ହଠାତ ସରକାର ଛୁଟି ବାତିଲ କରିବା ସହ ମାର୍ଚ୍ଚ ୫ ବଦଳରେ ଏପ୍ରିଲ ୨୪ରେ ପଞ୍ଚାୟତିରାଜ ଦିବସ ପାଳିବାକୁ ଘୋଷଣା କରିଥିଲେ । ରାଜ୍ୟ ସରକାରଙ୍କ ଏଭଳି ନିଷ୍ପତ୍ତି ବିରୋଧରେ ସଂସଦରେ ଆପତ୍ତି ଉଠାଇଛି ବିଜେଡି । ସେହିଭଳି ମହାଙ୍ଗାରେ ବିଜୁବାବୁଙ୍କ ପ୍ରତିମୂର୍ତ୍ତି ଭଙ୍ଗା ଘଟଣାକୁ ମଧ୍ୟ କଡା ନିନ୍ଦା କରିଛି ବିଜେଡି । ପୂର୍ବ ଭଳି ମାର୍ଚ୍ଚ ୫ ତାରିଖରେ ପଞ୍ଚାୟତିରାଜ ଦିବସ ପାଳନ ସହ ଏହି ଦିନକୁ ଛୁଟି ଘୋଷଣା କରିବାକୁ ଦାବି କରିଛନ୍ତି ଦେବାଶିଷ।

  • Related Posts

    ଜ୍ଞାନେଶ କୁମାରଙ୍କୁ ନେଇ ପୁରୁଣା ମାମଲା ପୁଣି ଚର୍ଚ୍ଚାରେ, ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶ

    ନୂଆଦିଲ୍ଲୀ: CEC ଜ୍ଞାନେଶ କୁମାରଙ୍କୁ ନେଇ ୨୦୦୬ ମାମଲାରେ ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶ । ମୁଖ୍ୟ ନିର୍ବାଚନ କମିଶନର ଜ୍ଞନେଶ କୁମାରଙ୍କୁ ନେଇ ପ୍ରାୟ ୨୦ ବର୍ଷ ପୁରୁଣା ଏକ ମାମଲା ପୁଣି ଚର୍ଚ୍ଚାକୁ ଆସିଛି । ୨୦୦୬ର ଏହି ମାମଲାରେ…

    Continue reading
    ନବଗଠିତ ମିଡିଆ ସେଲ ସଂଯୋଜକଙ୍କୁ ନବୀନଙ୍କ ଗୁରୁମନ୍ତ୍ର

    ଭୁବନେଶ୍ବର: ନବଗଠିତ ମିଡିଆ ସେଲର ସଦସ୍ୟଙ୍କ ସହ ଆଲୋଚନା କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ମିଡିଆ ସେଲର ମୁଖ୍ୟ ସଂଯୋଜକ, ସଂଯୋଜକ ଓ ସଭ୍ୟମାନଙ୍କ ସହିତ ଦଳର ଗଣମାଧ୍ୟମ କୌଶଳ ସମ୍ପର୍କରେ ଆଲୋଚନା କରିଛନ୍ତି ସେ । ବୈଦ୍ୟୁତିକ,…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ