ପ୍ରେମ ପାଇଁ ଗଡ଼ିଲା ବାପା-ପୁଅଙ୍କ ମୁଣ୍ଡ

ଭୁବନେଶ୍ଵର: ଭୁବନେଶ୍ବର ଖଣ୍ଡଗିରି କୋଳଥିଆ ଡବଲ ମର୍ଡର ଘଟଣାରେ ବଡ଼ ଖୁଲାସା। ହତ୍ୟା ଘଟଣା ପଛରେ ଦୁଇ ସ୍କୁଲ ଛାତ୍ରଙ୍କ ହାତ। ଜଣେ ଦଶମ ଓ ଜଣେ ଦ୍ବାଦଶ ଶ୍ରେଣୀ ଛାତ୍ର ହତ୍ୟାକାରୀ ବୋଲି କହିଲେ ସିପି ଏସ୍‌. ଦେବଦତ୍ତ ସିଂ। ଅଟକ ୨ ଛାତ୍ରଙ୍କୁ ଜୁଭେନାଇଇ ଜଷ୍ଟିସ ବୋର୍ଡରେ ହାଜର କରାଯିବ। ମୃତକ କୃଷ୍ଣ ପ୍ରସାଦ ପାଢ଼ୀ ବିଏସ୍‌ସି ଦ୍ବିତୀୟ ବର୍ଷର ଛାତ୍ର ଥିଲେ। ୨ ଛାତ୍ରଙ୍କର ଜଣେ ଝିଅ ସହପାଠୀଙ୍କୁ କୃଷ୍ଣ ହଇରାଣ କରୁଥିବାରୁ ଏହାକୁ ନେଇ ପ୍ରାୟ ବର୍ଷେ ହେଲା ବିବାଦ ଥିଲା। ତେଣୁ ସେମାନେ ହତ୍ୟା ଷଡ଼ଯନ୍ତ୍ର ରଚିଥିଲେ। କୃଷ୍ଣଙ୍କ ଘରକୁ ଲଙ୍କା ଗୁଣ୍ଡ, ରଡ୍‌ ନେଇ ମୁଖା ପିନ୍ଧି ଯାଇଥିଲେ। ୨ ଛାତ୍ରଙ୍କର ପୂର୍ବରୁ ଅପରାଧିକ ରେକର୍ଡ ନ ଥିଲେ ବି ଏହା ଯୋଜନାବଦ୍ଧ ହତ୍ୟା ଥିଲା। ନିର୍ଦ୍ଦିଷ୍ଟ ଝିଅକୁ କୃଷ୍ଣ ହଇରାଣ କରିବାରୁ ହତ୍ୟାକାଣ୍ଡ ଘଟାଇଥିବା ସିପି କହିଛନ୍ତି। ଆକ୍ରମଣରେ ଗୁରୁତର କୃଷ୍ଣଙ୍କ ବାପାଙ୍କର ମଧ୍ୟ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ଆକ୍ରମଣରେ ଗୁରୁତର କୃଷ୍ଣଙ୍କ ଭଉଣୀ ଏବେ ଚିକିତ୍ସାଧୀନ ଅଛନ୍ତି।
ସୂଚନା ଅନୁଯାୟୀ, ଗତକାଲି ରାତି ୨ଟାରେ ଭୁବନେଶ୍ବର ଖଣ୍ଡଗିରି କୋଳଥିଆରେ ଏକ ବର୍ବର ହତ୍ୟାକାଣ୍ଡ ଘଟିଥିଲା। କିଛି ଦୁର୍ବୃତ୍ତ ମୁଖା ପିନ୍ଧି ପାଚେରି ଡେଇଁ ବିଏସ୍‌ସି ଦ୍ବିତୀୟ ବର୍ଷର ଛାତ୍ର କୃଷ୍ଣ ପ୍ରସାଦ ପାଢ଼ୀଙ୍କ ଘରକୁ ପଶିଥିଲେ। ସେମାନେ ସାଥିରେ ଲଙ୍କା ଗୁଣ୍ଡ, ରଡ୍‌ ନେଇଥିଲେ। କୃଷ୍ଣଙ୍କୁ ଘରୁ ଘୋଷାଡ଼ି ଆଣି ତାଙ୍କ ମୁଣ୍ଡକୁ ବାରମ୍ବାର ଲୁହାରଡ୍‌ରେ ପିଟିଥିଲେ । ରକ୍ତ ଜୁଡୁବୁଡୁ ହୋଇ କୃଷ୍ଣ ବିକଳ ଚିତ୍କାର କରିଥିଲେ ହେଁ ଦୁର୍ବୃତ୍ତଙ୍କ ଆକ୍ରମଣ ଥମିନଥିଲା। ଉଦ୍ଧାର ପାଇଁ ଯାଇଥିବା ବାପା ହିମାଂଶୁ ଓ ଭଉଣୀ ତାପସୀଙ୍କୁ ମଧ୍ୟ ଦୁର୍ବୃତ୍ତମାନେ ଛାଡ଼ିଲେନି । ବାପାଙ୍କୁ ପିଟିପିଟି ଦରମରା କରିଦେଇଥିଲେ । ଦୁର୍ବୃତ୍ତଙ୍କ ବୀଭତ୍ସକାଣ୍ଡରୁ ଲାଗୁଥିଲା ଯେମିତି ପୂରା ପରିବାରକୁ ସମୂଳେ ନାଶ କରିବା ଉଦ୍ଦେଶ୍ୟରେ ସେମାନେ ଆସିଥିଲେ। ଆକ୍ରମଣରେ ଗୁରୁତର କୃଷ୍ଣଙ୍କ ବାପାଙ୍କର ଆଜି ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ଆକ୍ରମଣରେ ଗୁରୁତର କୃଷ୍ଣଙ୍କ ଭଉଣୀ ଏବେ ଚିକିତ୍ସାଧୀନ ଅଛନ୍ତି।

  • Related Posts

    puri temple ଆଜିଠୁ ଶ୍ରୀମନ୍ଦିରରେ ଆରମ୍ଭ ହେଲା ଝୁଲଣ ଯାତ୍ରା

    ପୁରୀ : ଆଜିଠୁ ମହାପ୍ରଭୁଙ୍କ ଝୁଲଣ ଯାତ । ଶ୍ରୀମନ୍ଦିର ସହିତ ଶ୍ରୀକ୍ଷେତ୍ରରେ ଥିବା ବିଭିନ୍ନ ମଠ ବାଡ଼ିରେ ଆଜିଠାରୁ ଆରମ୍ଭ ହୋଇଛି ଝୁଲଣ ଯାତ୍ରାର ମାହୋଲ । ଏହି ଯାତ୍ରା ସାତଦିନ ଧରି ଚାଲିବ। ଶ୍ରାବଣ ଶୁକ୍ଳ ଦଶମୀରୁ ଭାଦ୍ରବ…

    Continue reading
    ପାରିବାରିକ କଳହ, ବିଷ ପିଇଲେ ଦମ୍ପତି: ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର

    ଭୁବନେଶ୍ୱର : ବିଷ ପିଇଦେଲେ ଦମ୍ପତି ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର । ଭୁବନେଶ୍ବର ଖଣ୍ଡଗିରି ଥାନା ବାରଭୁଜା ବସ୍ତିରେ ଅଭାବନୀୟ ଘଟଣା ଘଟିଛି । ମୃତକ ହେଲେ ଗଞ୍ଜାମ କେନ୍ଦୁପଲ୍ଲି ଅଞ୍ଚଳର ସ୍ବପ୍ନା ପାତ୍ର । ଗୁରୁତର ଜିତେନ୍ଦ୍ର ପାତ୍ର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ