ପ୍ରୟାସ ବୈଠକରେ ସାମାଜିକ କ୍ଷେତ୍ରର ସମୀକ୍ଷା, ବିଭାଗୀୟ ସମନ୍ୱୟ ସୁଦୃଢ଼ କରିବାକୁ ଆହ୍ୱାନ

ଭୁବନେଶ୍ୱର:ସାମାଜିକ କ୍ଷେତ୍ରରେ ଚାଲିଥିବା ବିଭିନ୍ନ ଯୋଜନା ଓ ସେବାକୁ ଅଧିକ ଫଳପ୍ରଦ କରିବା ପାଇଁ ତଥ୍ୟଭିତ୍ତିକ ଅନୁଧ୍ୟାନ, ବିଭାଗୀୟ ସମନ୍ୱୟ ଓ ନିରନ୍ତର ତଦାରଖକୁ ସୁଦୃଢ଼ କରିବାକୁ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଆହ୍ୱାନ ଦେଇଛନ୍ତି। ଲୋକସେବା ଭବନରେ ଆୟୋଜିତ ‘ପ୍ରୟାସ’ ବୈଠକରେ ବିଦ୍ୟାଳୟ ଓ ଗଣଶିକ୍ଷା, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ମହିଳା ଓ ଶିଶୁ ବିକାଶ ବିଭାଗର ବିଭିନ୍ନ ସୂଚକର ସମୀକ୍ଷା କରାଯାଇଥିଲା। ବୈଠକରେ ଜିଲ୍ଲାସ୍ତରରେ ଚିହ୍ନଟ ସମସ୍ୟାର ଶୀଘ୍ର ସମାଧାନ ସହ ତାହାର ନିରନ୍ତର ଅନୁଧ୍ୟାନ ଉପରେ ଗୁରୁତ୍ୱ ଦିଆଯାଇଥିଲା।
ମହିଳା ଓ ଶିଶୁ ବିକାଶ ବିଭାଗର ସମୀକ୍ଷାରେ ଶିଶୁ ଓ ମାତୃ ପୋଷଣକୁ ଅଧିକ ପ୍ରଭାବୀ କରିବା ଉପରେ ଜୋର ଦିଆଯାଇଥିଲା। ଖାଦ୍ୟର ପରିମାଣ ସହିତ ପୃଷ୍ଟିସାର, ସ୍ନେହସାର ଓ ବିଭିନ୍ନ ପୋଷକତତ୍ତ୍ୱର ସମନ୍ୱୟ ମାଧ୍ୟମରେ ପରିବାରସ୍ତରରେ ପୋଷଣ ସୁରକ୍ଷା ସୁନିଶ୍ଚିତ କରିବାକୁ ଗୁରୁତ୍ୱ ଦିଆଯାଇଛି । ପୋଷଣ-ବଗିଚା, ଘରୋଇ ପନିପରିବା ଓ ଫଳଚାଷ, ଚାରା ବଣ୍ଟନ ଏବଂ ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ତାଜା ପନିପରିବା ଯୋଗାଣକୁ ବିଭାଗୀୟ ସମନ୍ୱୟରେ ବଢ଼ାଇବାକୁ କୁହାଯାଇଛି। ଅଙ୍ଗନବାଡ଼ି କେନ୍ଦ୍ରରେ ଶିଶୁଙ୍କ ଶାରୀରିକ ଅଭିବୃଦ୍ଧି ମାପ, ଗୃହ ପରିଦର୍ଶନ ଓ ପୋଷଣ ଖାଦ୍ୟ ବଣ୍ଟନକୁ ମଧ୍ୟ ସୁଦୃଢ଼ କରାଯିବ।ଶିକ୍ଷା କ୍ଷେତ୍ରରେ ପ୍ରାଥମିକ ସ୍ତରରେ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ଦକ୍ଷତା ବୃଦ୍ଧି, ଶିକ୍ଷଣ ସାମଗ୍ରୀର ସଠିକ୍ ବ୍ୟବହାର ଏବଂ ଶିକ୍ଷଣ ଫଳାଫଳର ନିୟମିତ ମୂଲ୍ୟାୟନ ଉପରେ ଆଲୋଚନା ହୋଇଥିଲା।

ସ୍ୱାସ୍ଥ୍ୟ ବିଭାଗର ସମୀକ୍ଷାରେ ମାତୃ ଓ ନବଜାତ ଶିଶୁ ମୃତ୍ୟୁହାର ହ୍ରାସ, ନବଜାତଙ୍କ ଉନ୍ନତ ଚିକିତ୍ସା ଏବଂ ସଂକ୍ରମଣ ନିରୋଧ ଉପରେ ଗୁରୁତ୍ୱ ଦିଆଯାଇଥିଲା।୨୦୨୬ ଜାନୁଆରୀରୁ ଜୁଲାଇ ମଧ୍ୟରେ ରାଜ୍ୟରେ ନବଜାତ ଶିଶୁ ମୃତ୍ୟୁହାର ହ୍ରାସ ପାଇଥିବା ଜଣାପଡ଼ିଛି। ବିଭିନ୍ନ ସ୍ୱାସ୍ଥ୍ୟ ପ୍ରତିଷ୍ଠାନରେ ସଂକ୍ରମଣ ନିରୋଧ ଓ ନିୟନ୍ତ୍ରଣ ସମ୍ପର୍କିତ ଅନୁଧ୍ୟାନ , ହାତ ସଫା ରଖିବା, ଚିକିତ୍ସାଳୟ ପରିସ୍କାର ପରିଚ୍ଛନ୍ନତା, ଜୈବ ଚିକିତ୍ସା ବର୍ଜ୍ୟ ପରିଚାଳନା ଏବଂ ସୁରକ୍ଷା ସାମଗ୍ରୀ ବ୍ୟବହାର ସମ୍ପର୍କିତ ଚିହ୍ନଟ ହୋଇଥିବା ଅଭାବଗୁଡ଼ିକର ସମୟ ସୀମା ମଧ୍ୟରେ ସମାଧାନ ସହ ନିୟମିତ ଯାଞ୍ଚ, କର୍ମଚାରୀଙ୍କ ପୁନଃପ୍ରଶିକ୍ଷଣ ଓ ନିରନ୍ତର ଅନୁଧ୍ୟାନକୁ ସୁଦୃଢ଼ କରାଯାଉଛି ।

ଆସନ୍ତା ସେପ୍ଟେମ୍ବର ୧ରୁ ‘ଯକ୍ଷ୍ମାମୁକ୍ତ ଭାରତ ଅଭିଯାନ’ର ୧୦୦ ଦିନିଆ କାର୍ଯ୍ୟକ୍ରମ ଅଧୀନରେ ବ୍ୟାପକ ଏକ୍ସ-ରେ ଯାଞ୍ଚ ଆରମ୍ଭ ହେବ।। ଉପଲବ୍ଧ ଏକ୍ସ-ରେ ମେସିନର ସର୍ବାଧିକ ବ୍ୟବହାର, ଦୂରଦୂରାନ୍ତ ଅଞ୍ଚଳରେ ଯାଞ୍ଚ ଶିବିର ଆୟୋଜନ ଏବଂ ଦୈନିକ ଭିତ୍ତିରେ ଯାଞ୍ଚର ଅନୁଧ୍ୟାନ ଓ ରିପୋର୍ଟିଂ କରିବାକୁ ଜିଲ୍ଲାପାଳମାନଙ୍କୁ ଦାୟିତ୍ୱ ଦିଆଯାଇଛି । ସମସ୍ତ ୩୦ ଜିଲ୍ଲାରେ ନିୟମିତ ତଥ୍ୟଭିତ୍ତିକ ବୈଠକ ଓ ନିରୀକ୍ଷଣ ମାଧ୍ୟମରେ ସେବାର ଗୁଣବତ୍ତା ବଢ଼ାଇବାକୁ ନିଷ୍ପତ୍ତି ହୋଇଛି। ଅନୁଗୋଳରେ ମାତୃମୃତ୍ୟୁ ହ୍ରାସ ଏବଂ ରାୟଗଡ଼ାରେ ଛାତ୍ରଛାତ୍ରୀଙ୍କ ରକ୍ତହୀନତା ଦୂରୀକରଣ ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପକୁ ଦୃଷ୍ଟାନ୍ତ ଭାବେ ଉପସ୍ଥାପନ କରାଯାଇଥିଲା।

‘ପ୍ରୟାସ’ ମାଧ୍ୟମରେ ତୃଣମୂଳସ୍ତରରେ ଦାୟିତ୍ୱବୋଧ, ବିଭାଗୀୟ ସମନ୍ୱୟ ଓ ସମୟସୀମା ମଧ୍ୟରେ ସମସ୍ୟା ସମାଧାନ କରି ସାମାଜିକ କ୍ଷେତ୍ରର ସେବାକୁ ଅଧିକ ଲୋକାଭିମୁଖୀ କରିବା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା।ବିଭିନ୍ନ ବିଭାଗର ସଚିବ, ନିର୍ଦ୍ଦେଶକ ଓ ବରିଷ୍ଠ ଅଧିକାରୀଙ୍କ ସମେତ ସମସ୍ତ ରାଜସ୍ୱ ଆୟୁକ୍ତ ଓ ଜିଲ୍ଲାପାଳ ଆଭାସୀ ମାଧ୍ୟମରେ ବୈଠକରେ ଯୋଗ ଦେଇଥିଲେ।

  • Related Posts

    ଜୀବନ ଜ୍ୟୋତି ମହାବିଦ୍ୟାଳୟରେ ସଂସ୍କୃତ ଦିବସ ସପ୍ତାହ ପାଳିତ

    ସଂସ୍କୃତ ଭାଷାର ସୁରକ୍ଷା ଓ ପ୍ରଚାର ଉପରେ ଗୁରୁତ୍ୱାରୋପ ରାଇକିଆ, ୩୧।୮: କନ୍ଧମାଳ ଜିଲ୍ଲା ରାଇକିଆସ୍ଥିତ ଜୀବନ ଜ୍ୟୋତି ମହାବିଦ୍ୟାଳୟ ପରିସରରେ ସଂସ୍କୃତ ଦିବସ ସପ୍ତାହ ଉତ୍ସାହ ସହ ପାଳିତ ହୋଇଯାଇଛି। ଏହି ଅବସରରେ ମହାବିଦ୍ୟାଳୟ ପକ୍ଷରୁ ସଂସ୍କୃତ ଭାଷାର ଗୁରୁତ୍ୱ,…

    Continue reading
    ଲଘୁଚାପଜନିତ ବର୍ଷାରେ ରାଇକିଆ ବେହାଲ

    ଘନ କୁହୁଡ଼ି ସାଙ୍ଗକୁ କୋହଲା ପବନ, ଯାତାୟାତ ପ୍ରଭାବିତ ରାଇକିଆ-୩୧-୨୬-କନ୍ଧମାଳ ଜିଲା ରାଇକିଆ ଅଞ୍ଚଳରେ ଗତ କିଛି ଦିନ ଧରି ଲଘୁଚାପଜନିତ ବର୍ଷା ଲାଗିରହିଛି। କେତେବେଳେ ଝିପିଝିପି ବର୍ଷା ତ ଆଉ କେତେବେଳେ ପ୍ରବଳ ବର୍ଷା ହେଉଥିବାରୁ ସାଧାରଣ ଜୀବନଯାତ୍ରା ପ୍ରଭାବିତ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ