ଫାୟାରମ୍ୟାନ୍‌ ଓ ପୋଲିସ୍‌ ଏସଆଇ ନିଯୁକ୍ତିରେ ଦୁର୍ନୀତିର ଗନ୍ଧ: ବିଜେଡି

ଭୁବନେଶ୍ୱର: ରାଜ୍ୟ ବିଜେପି ସରକାରଙ୍କ ବିଭିନ୍ନ ପ୍ରସଙ୍ଗରେ ବିଫଳତା ତାଲିକା ଦିନକୁ ଦିନ ଲମ୍ୱା ହୋଇ ଚାଲିଥିବା ବେଳେ ରାଜ୍ୟ ପୋଲିସ୍‌ ବିଭାଗରେ ଫାୟାରମ୍ୟାନ ଭାବେ ୯୪୧ ଜଣଙ୍କୁ ନିଯୁକ୍ତି ଦିଆଯିବା ପ୍ରକ୍ରିୟା ଏକ ଗୁଜୁରାଟ କମ୍ପାନୀ ମାଧ୍ୟମରେ ହୋଇଥିବା ବେଳେ ଏଥିରେ ପଚାଶ କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ଆସିଛି। ଏହି ଦୁର୍ନୀତି ବିଷୟରେ ବିଜେଡି ବିଧାୟକ ଧୃବ ସାହୁ ଆଜି ବିଧାନସଭାରେ ନିଜ ବକ୍ତବ୍ୟରେ ସବିଶେଷ ତଥ୍ୟ ରଖିବା ସହ ଏହାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଥିଲେ। ଏହି ନିଯୁକ୍ତି ଗୃହ ବିଭାଗ ଅଧୀନରେ ହୋଇଥିବାରୁ ଓ ଗୃହ ବିଭାଗର ଦାୟିତ୍ୱ ଖୋଦ୍‌ ମୁଖ୍ୟମନ୍ତ୍ରୀଙ୍କ ହାତରେ ଥିବାରୁ, ମୁଖ୍ୟମନ୍ତ୍ରୀ ଏହା ଉପରେ ସ୍ପଷ୍ଟୀକରଣ ରଖିବା ପାଇଁ ବିଜୁ ଜନତା ଦଳ ତରଫରୁ ଏକ ପ୍ରେସ୍‌ ବିବୃତ୍ତି ମାଧ୍ୟମରେ ବିଜେଡି ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଡଃ ଲେନିନ ମହାନ୍ତି ଦାବି କରିଛନ୍ତି।
ସୂଚନାଯୋଗ୍ୟ, ଓଡିଶା ଫାୟାର ଏଣ୍ଡ୍‌ ଏମରଜେନ୍ସି ସର୍ଭିସ୍‌ରେ ୯୪୧ ଜଣଙ୍କୁ ଫାୟାରମ୍ୟାନ୍‌ ଭାବେ ଓ ୪୯୫ ଜଣଙ୍କୁ ପୋଲିସ ଏସଆଇ ଭାବେ ରାଜ୍ୟ ସରକାର ନିକଟରେ ନିଯୁକ୍ତି ଦେଇଛନ୍ତି। ଏହି ଦୁଇ ପଦବୀରେ ପ୍ରତିଯୋଗିତା ମୂଳକ ଭାବେ ପରୀକ୍ଷା ମାଧ୍ୟମରେ ନିଯୁକ୍ତି ଦେବା ପାଇଁ ପୋଲିସ ରିକ୍ରୁଟ୍‌ମେଣ୍ଟ ବୋର୍ଡ ଏକ ଟେଣ୍ଡରର ଆହ୍ୱାନ କରିଥିଲେ। କେନ୍ଦ୍ର ସରକାରଙ୍କ ପିଏସୟୁ କମ୍ପାନୀ ଆଇଟିଆଇ ଲିମିଟେଡ଼କୁ ଏହି କାମ ମିଳିଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଏହି କାମ ଗୁଜୁରାଟର ରିଚ ମାଇଣ୍ଡସ ଲିମିଟେଡ଼କୁ ଦିଆଯାଇଥିଲା। ଏହି ନିଯୁକ୍ତି ପ୍ରକ୍ରିୟାରେ ପ୍ରଶ୍ନପତ୍ର ପ୍ରସ୍ତୁତି ଓ ପରୀକ୍ଷା ପରିଚାଳନା ଇତ୍ୟାଦିରେ ବ୍ୟାପକ ଅନିୟମିତତା ହୋଇଛି ଓ ଏହି କମ୍ପାନୀ ମାଧ୍ୟମରେ ପ୍ରଶ୍ନପତ୍ର ବିକ୍ରି ହୋଇ କୋଟି କୋଟି ଟଙ୍କା ଆଦାୟ କରାଯାଇଥିବାର ଅଭିଯୋଗ ଆସିଛି। ଏହି ପଦବୀ ପାଇଁ ଆଶାୟୀ ରାଜ୍ୟର ହଜାର ହଜାର ଯୁବକ ଯୁବତୀ, ଏହି ଦୁର୍ନୀତିର ଶିକାର ହୋଇଛନ୍ତି ଏବଂ ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହେବା ପାଇଁ ପ୍ରସ୍ତୁତ ହେଉଛନ୍ତି। ଏଥିରେ ସ୍ୱାଭାବିକ ଭାବେ ପ୍ରଶ୍ନ ଉଠେ ଯେ, ଆଇଟିଆଇ ଲିମିଟେଡ଼ କେଉଁ ପରିସ୍ଥିତିରେ କାମରୁ ଓହରି ଯାଇଥିଲା ଓ ତା ଜାଗାରେ ଗୁଜୁରାଟ କମ୍ପାନୀ କାମ ହାତେଇ ନେବାରେ ସକ୍ଷମ ହୋଇଥିଲା ? ରାଜ୍ୟ ସରକାରଙ୍କ ଭୂମିକା ସନ୍ଦେହ ଘେରରେ ରହିଛି। ଓଡ଼ିଆ ଅସ୍ମିତାର ନାରା ଦେଇ କ୍ଷମତାକୁ ଆସିଥିବା ବିଜେପି ସରକାର କିପରି ଓଡ଼ିଆ ଅସ୍ମିତାକୁ ଗୁଜୁରାଟ ସଂସ୍ଥା ହାତରେ ଟେକିଦେଲେ ବୋଲି ଡଃ ମହାନ୍ତି ପ୍ରଶ୍ନ କରିଛନ୍ତି।
ରାଜ୍ୟ ଗୃହ ବିଭାଗ ଖୋଦ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ହାତରେ ଥିବାବେଳେ, ଏହି ଦୁର୍ନୀତି ଅଭିଯୋଗ ଉପରେ ସେ ସ୍ପଷ୍ଟୀକରଣ ରଖିବା ଉଚିତ ବୋଲି ଡଃ ମହାନ୍ତି କହିଛନ୍ତି। ଏହା ବ୍ୟତୀତ ଏହି ଦୁର୍ନୀତି ଅଭିଯୋଗର ଏକ ଉଚ୍ଚସ୍ତରୀୟ ତଦନ୍ତ କରାଯାଉ ଓ ରିଚ ମାଇଣ୍ଡ କମ୍ପାନୀକୁ କଳା ତାଲିକା ଭୁକ୍ତ କରାଯାଉ ବୋଲି ସେ ଦାବି କରିଛନ୍ତି।

  • Related Posts

    ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼

    ଧର୍ମଶାଳା: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି। ଯାଜପୁର ଜିଲ୍ଲା ଧର୍ମଶାଳା ଗଡ଼ମଧୁପୁର ପଞ୍ଚାୟତ ପନ୍ତୁରି ଗାଁରେ ଘଟିଛି ଏହି ଘଟଣା। ଏହାର ପ୍ରତିବାଦରେ ଏସ୍‌ପି ଅଫିସ୍ ଆଗରେ ବିଜେଡି କର୍ମୀ ଧାରଣା ଦେଇଛନ୍ତି। ଜିଲ୍ଲାର ପ୍ରମୁଖ ନେତାମାନେ…

    Continue reading
    ‘ବିକଶିତ ଭାରତ’ ନିର୍ମାଣ ପାଇଁ ଭାରତବର୍ଷ ଦୃତ ଗତିରେ ଆଗେଇ ଚାଲିଛି : ଡି.ପୁରନ୍ଦେଶ୍ୱରୀ

    ଭୁବନେଶ୍ୱର: ନାଟକ ବା ପଥପ୍ରାନ୍ତ ନାଟକ ଜରିଆରେ ସରକାରଙ୍କ କଲ୍ୟାଣକାରୀ ଯୋଜନା ଓ ବିକାଶମୁଳକ କାର୍ଯ୍ୟଗୁଡିକୁ ଲୋକଙ୍କ ପାଖରେ ପହଂଚାଇବା ଉଦ୍ଦେଶ୍ୟରେ ‘ନମୋ ସେବା ଗାଥା’ ର ପ୍ରଦର୍ଶନ ଅତ୍ୟନ୍ତ ପ୍ରଶଂସନୀୟ ବୋଲି କହିବା ସହିତ ସେବା ହିଁ ସଂକଳ୍ପ ଏବଂ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ