ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ-ଉତ୍ତର ଓଡ଼ିଶା ଉପକୂଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଭାରତୀୟ ପାଣିପାଗ ବିଭାଗ ଅନୁଯାୟୀ, ଆସନ୍ତା ଦୁଇ ଦିନ ମଧ୍ୟରେ ଏହି ଲଘୁଚାପ ଆହୁରି ଘନୀଭୂତ ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଓଡ଼ିଶାର ଅନେକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସହ ବଜ୍ରପାତ ଓ ଘଡ଼ଘଡ଼ି ହେବ ବୋଲି ପୂର୍ବାନୁମାନ କରାଯାଇଛି ।
ଲଘୁଚାପ ଆହୁରି ସକ୍ରିୟ ହେବା ସହ ଆସନ୍ତା ଦୁଇ ଦିନ ଧରି ଓଡ଼ିଶାରେ ବର୍ଷାର ପ୍ରକୋପ ବଢ଼ିବାର ସମ୍ଭାବନା ଥିବାରୁ ପାଣିପାଗ ବିଭାଗର ପରବର୍ତ୍ତୀ ସତର୍କତା ଉପରେ ନଜର ରଖିବାକୁ ପ୍ରଶାସନ ସମସ୍ତଙ୍କୁ ଅନୁରୋଧ କରିଛି ।
ପାଣିପାଗ ବିଭାଗ ଆଜି (ଶନିବାର) ସକାଳେ ଜାରି କରିଥିବା ସତର୍କତା ଅନୁଯାୟୀ, ଆଗାମୀ ତିନି ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର କେତେକ ସ୍ଥାନରେ ବର୍ଷା ସହ ବଜ୍ରପାତ ଏବଂ ଘଡ଼ଘଡ଼ି ହେବାର ସମ୍ଭାବନା ରହିଛି । ପାଣିପାଗ ବିଭାଗ ଏହି ଜିଲ୍ଲାଗୁଡ଼ିକ ପାଇଁ ଆଲର୍ଟ ଜାରି କରାଯାଇଛି ।

ଏପଟେ ପୁରୀରେ ସୁନାବେଶ ପରିପ୍ରେକ୍ଷୀରେ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସକାଳୁ ଏକ ସ୍ୱତନ୍ତ୍ର ପାଣିପାଗ ବୁଲେଟିନ୍ ଜାରି କରିଛି । ଆଗାମୀ ଛଅ ଘଣ୍ଟା ପର୍ଯ୍ୟନ୍ତ ପୁରୀରେ ଆକାଶ ସାଧାରଣତଃ ମେଘୁଆ ରହିବା ସହ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି । ତାପମାତ୍ରା ୨୮ରୁ ୩୦ ଡିଗ୍ରୀ ସେଲସିୟସ ମଧ୍ୟରେ ରହିବ ଏବଂ ଆର୍ଦ୍ରତା ୮୭ରୁ ୯୭ ପ୍ରତିଶତ ରହିବ । ସକାଳ ୫ଟା ୩୦ ସୁଦ୍ଧା ପୁରୀରେ ୬ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ।
ଆଜି କେନ୍ଦୁଝର, କଟକ, ଅନୁଗୋଳ ଓ ଢେଙ୍କାନାଳ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବାନା ଥିବା ବେଳେ ଏହି 4 ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ପ୍ରବଳ ବର୍ଷା ପାଇଁ ପୁରୀ, ଖୋରଧା, ନୟାଗଡ଼, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ବର, ମୟୂରଭଞ୍ଜ, ବୌଦ୍ଧ, ସୋନପୁର, ବରଗଡ଼, ଦେବଗଡ଼, ସମ୍ବଲପୁର, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ୱାର୍ଣ୍ଣିଂ ଜାରି କରାଯାଇଥିବା ସବୁ ଜିଲ୍ଲାରେ ବର୍ଷା ସହ ପ୍ରବଳ ବଜ୍ରପାତ ଓ ଘଣ୍ଟାପ୍ରତି 30-40 କିମି ବେଗରେ ପବନ ବହିବ ।

ରଥଯାତ୍ରାକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ଭକ୍ତମାନଙ୍କ ପାଇଁ ପରାମର୍ଶ ଜାରି କରିଛି । ବଜ୍ରପାତ ଓ ଘଡ଼ଘଡ଼ି ସମୟରେ ସତର୍କ ରହିବା, ପ୍ରବଳ ବର୍ଷା କିମ୍ବା ପବନ ହେଲେ ସୁରକ୍ଷିତ ସ୍ଥାନକୁ ଚାଲିଯିବା, ଗଛ, ବିଦ୍ୟୁତ୍ ଖୁଣ୍ଟ କିମ୍ବା ଅସ୍ଥାୟୀ ଆଶ୍ରୟସ୍ଥଳ ତଳେ ଆଶ୍ରୟ ନ ନେବାକୁ କୁହାଯାଇଛି । ଏହାସହ ପାନୀୟ ଜଳ ସାଙ୍ଗରେ ରଖିବା, ରାସ୍ତାରେ ସାବଧାନର ସହ ଚାଲିବା, ମୋବାଇଲ୍ ଫୋନ୍ ସମ୍ପୂର୍ଣ୍ଣ ଚାର୍ଜ ରଖିବା ଏବଂ ବୃଦ୍ଧ, ଶିଶୁ ଓ ଅସୁସ୍ଥ ବ୍ୟକ୍ତିମାନେ ଦୀର୍ଘ ସମୟ ଭିଡ଼ ମଧ୍ୟରେ ନ ରହିବାକୁ ପରାମର୍ଶ ଦିଆଯାଇଛି ।

  • Related Posts

    ଦ୍ଵିତୀୟ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ

    ତିଳେଇବଣି ବ୍ଲକ ସୁଗୁଡା କ୍ଲଷ୍ଟର ଗୁଣ୍ଡୁରିପୋଷି ପ୍ରାଥମିକ ବିଦ୍ୟାଳୟ ପରିସରରେ ଦ୍ଵିତୀୟ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଅଛି।ସିଆରସିସି ପ୍ରାଣବନ୍ଧୁ ଘଡେଇ ଙ୍କ ତତ୍ୱାବଧାନ ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଦେବଗଡ଼ ଜ଼ିଲ୍ଲା ଶିକ୍ଷା ଅଧିକାରୀ ଗେନ୍ଦେରା କୁଜୁର ମୁଖ୍ୟ ଅତିଥି…

    Continue reading
    ବିଦ୍ୟାଳୟସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା

    ଦେବଗଡ଼:ଦେବଗଡ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଆଜି ବିଦ୍ୟାଳୟସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନଆଚାର୍ଯ୍ୟ ଉମାକାନ୍ତ ରଣାଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଶିକ୍ଷାବିତ ଡ.ରାମଚନ୍ଦ୍ର ମହାପାତ୍ର, ଉଦୟ ପ୍ରଧାନ, ଅବସରପ୍ରାପ୍ତ କଲେଜ ପ୍ରଧ୍ୟାପକ ଅଶୋକ ମିଶ୍ର, ଶିକ୍ଷୟତ୍ରୀ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ