ବଜାରରେ ପିଆଜ, ରସୁଣ ଦର ଆକାଶ ଛୁଆଁ

ଭୁବନେଶ୍ବର: ଧର୍ମମାସ କାର୍ତ୍ତିକରେ କନ୍ଦାଇଲାଣି ପିଆଜ । ବଜାରରେ ପିଆଜ, ରସୁଣ ଦର ଆକାଶ ଛୁଆଁ । ଏବେ ପଞ୍ଚୁକ ଚାଲିଥିବା ବେଳେ ୫ ଦିନ ଗାଁଠୁ ସହର ଅଧିକାଂଶ ଘରେ ନିରାମିଷ ଭୋଜନ କିନ୍ତୁ ଏହା ସତ୍ତ୍ବେ ପିଆଜ ଓ ରସୁଣ ଆକାଶ ଛୁଆଁ ଦର ରହିଛି । ପିଆଜ ଓ ରସୁଣ ଗତ କିଛି ଦିନ ଧରି ଯେଉଁ ଭଳି ଉଚ୍ଚା ରହିଛି, ତାହା ଖାଉଟି ପକେଟକୁ ବାଧୁଛି । କଟକର ଛତ୍ର ବଜାରରେ ପିଆଜ କେଜି ପ୍ରତି ୬୦ରୁ ୬୫ ଟଙ୍କାରେ ଖୁଚୁରାରେ ବିକ୍ରି ହେଉଛି । ସବୁଠୁ ଚିନ୍ତାଜନକ ସ୍ଥିତି ରସୁଣ ଦରକୁ ନେଇ ରହିଛି । ଯେମିତି ଦର ଖସିବାର ନାଁ ଧରୁନି । ଯାହାକୁ ନେଇ ଏବେ ଚିନ୍ତାରେ ଖାଉଟି ।ରସୁଣ ଦର ପାଖାପାଖ ୬ ମାସରୁ ଅଧିକ ସମୟ ଧରି ଖସିବାର ନାଁ ଧରୁନାହିଁ । ରସୁଣ କିଲୋପ୍ରତି ଦର ଖୁଚୁରା ବଜାରରେ ୩୬୦ରୁ ୪୦୦ ଟଙ୍କା ଭିତରେ ରହୁଛି । ଏହାକୁ ନେଇ ଗ୍ରାହକ ଚିନ୍ତାରେ ଅଛନ୍ତି । ସେପଟେ ବ୍ୟବସାୟୀ କହିଛନ୍ତି ଏବେ କେବଳ ଆନ୍ଧ୍ର ପିଆଜ ବଜାରରେ ଉପଲବ୍ଧ ଥିବାରୁ ଦର ଉଚ୍ଚା ରହିଛି । କେବଳ ପିଆଜ ରସୁଣ ନୁହେଁ । ପରିବା ଦର ମଧ୍ୟ ଉଚ୍ଚା ରହୁଛି । ଯାହାର ପ୍ରଭାବ ହାଣ୍ଡିଶାଳରେ ପଡୁଛି । ପନିପରିବାକୁ ଛାଡି ଆଳୁ, ପିଆଜ, ରସୁଣକୁ ବାହାର ରାଜ୍ୟରୁ କିଣାଯାଇଥାଏ । ମୁଖ୍ୟତଃ ପିଆଜ ପାଇଁ ଆନ୍ଧ୍ର ଓ ନାସିକ ଉପରେ ନିର୍ଭର କରିଥାଏ ଓଡ଼ିଶା କ୍ଷ ଛତ୍ରବଜାରକୁ ଏହି ଦୁଇଟି ଅଞ୍ଚଳକୁ ପିଆଜ ଆସିଥାଏ । ଚଳିତବର୍ଷ ନାସିକରେ ବର୍ଷା ଅଧିକ ହୋଇଥିବାରୁ ସେଠାରେ ପିଆଜ ଦର ଉଚ୍ଚା ରହିଛି ।ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି, ‘ନାସିକରେ ମଧ୍ୟ ପିଆଜ ଦର ଅଧିକ ରହିଛି । ୪୫ ଟଙ୍କା କେଜି ବିକ୍ରି ହେଉଛି । ସେଠୁ ଆସିଲେ ଏଠି ବିକ୍ରି ହେବ । ବାହାରେ ଉଚ୍ଚ ଅଛି । ଆମର ଉତ୍ପାଦନ ଯେହେତୁ ନାହିଁ । ନାଫେଡ଼ ଜରିଆରେ ପିଆଜ କେଜି ପିଛା ୩୦ ଟଙ୍କାରେ ବିକିବାକୁ କୁହାଯାଇଛି ।’

  • Related Posts

    ଭିଜିଲାନ୍ସ ହାତରେ ଧରାପଡିଲେ ଡାଟା ଏଣ୍ଟ୍ରି ଅପରେଟର

    ନୟାଗଡ଼: ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗୃହର ବିଲ୍ ପାସ୍ କରିବା ପାଇଁ ଜଣେ ହିତାଧିକାରୀଙ୍କ ଠାରୁ ୪ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ପଞ୍ଚାୟତ ଡାଟାଏଣ୍ଟ୍ରି ଅପରେଟର। ଡାଟା ଏଣ୍ଟ୍ରି ଅପରେଟର ଜଣକ ହେଲେ ରଣପୁର…

    Continue reading
    ରାକ୍ଷୀ ପୂର୍ଣ୍ଣିମାରେ ମିଳିବ ଟଙ୍କା

    ଭୁବନେଶ୍ବର : ସୁଭଦ୍ରା ଯୋଜନାର ହିତାଧିକାରୀଙ୍କ ପାଇଁ ଆସିଛି ବଡ଼ ଖୁସି ଖବର। ଆସନ୍ତା ରାକ୍ଷୀ ପୂର୍ଣ୍ଣିମା ଅବସରରେ ସୁଭଦ୍ରା ଯୋଜନାର ପରବର୍ତ୍ତୀ କିସ୍ତି ଟଙ୍କା ପ୍ରଦାନ କରାଯିବ। ଏଥିସହ ୨୫ ଜୁଲାଇ ସୁଦ୍ଧା ଯେଉଁ ଆବେଦନଗୁଡ଼ିକର ନାମ ଜିଲ୍ଲା ସ୍ତରରୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ