
ଭୁବନେଶ୍ୱର: କ୍ଷୁଦ୍ର ଚିଟ୍ଫଣ୍ଡ ଜମାକାରୀଙ୍କୁ ଟଙ୍କା ପେରସ୍ତ ନେଇ ଅର୍ଥ ବିଭାଗର ବିଜ୍ଞପ୍ତି ପ୍ରସଙ୍ଗ ନେଇ ବିଜେପି ଜିଲା ସଭାପତି ମନମୋହନ ସମାଲ କହିଛନ୍ତି ଗୋଟିଏ ପରେ ଗୋଟିଏ ନିର୍ବାଚନ ପ୍ରତିଶ୍ରୁତି ସରକାର ପାଳନ କରୁଛନ୍ତ। ସେ ଏହା ମଧ୍ୟ କହିଛନ୍ତି, ଲକ୍ଷାଧିକ ଚିଟ୍ଫଣ୍ଡ ଜମାକାରୀ ଟଙ୍କା ପାଇ ସାରିଲେଣ।ଏବେ ସରକାର ଆଉ ୫ ଲକ୍ଷ ଜମାକାରୀଙ୍କୁ ଚିହ୍ନଟ କରିଛନ୍ତି। ପର୍ୟ୍ୟାୟକ୍ରମେ ଅନ୍ୟ ଜମାକାରୀଙ୍କୁ ମଧ୍ୟ ଟଙ୍କା ଫେରାଯିବ। ବଡ଼ ଜମାକାରୀ ମଧ୍ୟ ଟଙ୍କା ଫେରିପାଇବେ ବୋଲି ମନମୋହନ କହିଛନ୍ତି।
ପ୍ରକାଶ ଯେ ଟଙ୍କା ଫେରସ୍ତ ପାଇବେ କ୍ଷୁଦ୍ର ଚିଟ୍ ଫଣ୍ଡ୍ ଜମାକାରୀ। ଚିଟ୍ ଫଣ୍ଡକୁ ନେଇ ରାଜ୍ୟ ସରକାରଙ୍କ ତତ୍ପରତା। ଅର୍ଥ ବିଭାଗ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି। ଏହାର ସୁଯୋଗ ନେବାକୁ ସମସ୍ତ ଆବେଦନକାରୀଙ୍କୁ ଅନୁରୋଧ କରାଯାଇଛି। ଆସନ୍ତା ୨୦୨୬ ଜାନୁଆରୀ ୩୧ ଯାଏ ଟଙ୍କା ଫେରସ୍ତ ପ୍ରକ୍ରିୟା ଚାଲିବ। ତଦନ୍ତ କମିଶନ ସୁପାରିଶ କରିଥିବା ଓ ଫେରସ୍ତ ପାଇନଥିବା କ୍ଷୁଦ୍ର ଜମାକାରୀ ଏହି ସୁଯୋଗର ଲାଭ ଉଠାଇପାରିବେ।
୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଜମା କରିଥିବା ଜମାକାରୀ ଟଙ୍କା ଫେରି ପାଇବେ। ଏହା ଛଡ଼ା ୮ ହଜାର ଟଙ୍କା ପର୍ଯ୍ୟନ୍ତ ଜମା କରିଥିବା ଗୋଲ୍ଡେନ ଲ୍ୟାଣ୍ଡ ଡେଭଲପର୍ସ କମ୍ପାନୀ ସମୂହର ପ୍ରଥମ ପର୍ଯ୍ୟାୟରେ ଫେରସ୍ତ ପାଇନଥିବା ସମସ୍ତ କ୍ଷୁଦ୍ର ଜମାକାରୀ ଉପକୃତ ହେବେ। ଜମାକାରୀମାନେ ଆବଶ୍ୟକୀୟ କାଗଜପତ୍ର ସହିତ ଆରଆଇଙ୍କ ନିକଟରେ ଆବେଦନ କଲେ ୧୫ ଦିନ ମଧ୍ୟରେ ସେମାନଙ୍କ ଜମା ରାଶି ଫେରି ପାଇବେ। ଏଥିପାଇଁ ଆଧାର କାର୍ଡ, ଭୋଟର କାର୍ଡ, ଡିଏଲ, ପାନ କାର୍ଡ, ମୂଳ ଜମା ରସିଦ, ବ୍ୟାଙ୍କ ଆକାଉଣ୍ଟ ତଥ୍ୟ ଇତ୍ୟାଦି ଦାଖଲ କରିବାକୁ ହେବ।




