ବଢ଼ିବ ସାବୁନ, ବିସ୍କୁଟ, ତେଲ ଦର

ନୂଆଦିଲ୍ଲୀ: ଯୁଦ୍ଧ ଯୋଗୁ ବିଭିନ୍ନ କ୍ଷେତ୍ରରେ କମ୍ପାନି ସେମାନଙ୍କ ଉତ୍ପାଦ ଦର ବୃଦ୍ଧି କରିଥିଲେ । ଏହାର ପ୍ରଭାବ ଖାଉଟିଙ୍କ ପକେଟ ଉପରେ ପଡିଛି । ତେବେ ପୁଣି ଥରେ ଦର ବଢ଼ାଇବା ଲାଗି କମ୍ପାନି ଅଗ୍ରସର ହୋଇଛନ୍ତି । ସାବୁନ, ବିସ୍କୁଟ, ଖାଇବା ତେଲ ଠାରୁ ଆରମ୍ଭ କରି ଅନ୍ୟ ଏଫ୍‌ଏମ୍‌ସିଜି ଉତ୍ପାଦ ଦର ଉପର ମୁହାଁ ହେବାକୁ ଯାଉଛି । ଡାବର ଇଣ୍ଡିଆ ଏବଂ ହିନ୍ଦୁସ୍ତାନ ୟୁନିଲିଭର ଭଳି କମ୍ପାନି ଦର ବୃଦ୍ଧି ନେଇ ସଙ୍କେତ ଦେଇଛନ୍ତି । ଡାବର ଇଣ୍ଡିଆ କହିଛି ଯେ, ପ୍ୟାକେଜିଂ ସାମଗ୍ରୀ ଦର ବଢ଼ିଛି । ଇରାନ ଏବଂ ଆମେରିକା ଯୁଦ୍ଧ ଯୋଗୁ କଞ୍ଚାମାଲ ଦର ଉପର ମୁହାଁ ହୋଇଛି ।
ଅନ୍ୟ ପଟେ ହିନ୍ଦୁସ୍ତାନ ୟୁନିଲିଭର ଭଳି କମ୍ପାନି କଞ୍ଚାମାଲ ଦର ବୃଦ୍ଧି ଚାପ ଦେଇ ଗତି କରୁଛନ୍ତି । ଏହାଦ୍ୱାରା ଲୋକଙ୍କର ପାରିବାରିକ ବଜେଟ ବିଗିଡିବ । ଡାବର ଇଣ୍ଡିଆର ଗ୍ଲୋବାଲ ସିଇଓ ମୋହିତ ମାଲ୍‌ହୋତ୍ରା କହିଛନ୍ତି, ଚଳିତ ଆର୍ଥିକ ବର୍ଷ ପ୍ରଥମ ତ୍ରୈମାସରେ କମ୍ପାନି ମୂଲ୍ୟ ବୃଦ୍ଧି କରିପାରେ । କମ୍ପାନି ପୂର୍ବରୁ ସାମଗ୍ରୀ ଦର ୪% ବଢ଼ାଇଥିଲା । ପଶ୍ଚିମ ଏସିଆରେ ସଙ୍କଟ କମ୍ପାନିଙ୍କ ଲାଗି ଚିନ୍ତାର କାରଣ ପାଲଟିଛି । ହୋର୍ମୁଜ ପ୍ରଣାଳୀ ବନ୍ଦ ହେବା ଯୋଗୁ ଏହା ସାରା ବିଶ୍ୱରେ ତେଲ ଏବଂ ଏଲ୍‌ପିଜି ସଙ୍କଟ ସୃଷ୍ଟି କରିଛି । ଅଶୋଧିତ ତେଲ ମହଙ୍ଗା ହେବା ଯୋଗୁ ଏହାର ସିଧାସଳଖ ପ୍ରଭାବ ସାମଗ୍ରୀ ପରିବହନ, ପ୍ୟାକେଜିଂ ଏବଂ କେମିକାଲ୍‌ସ ଉପରେ ପଡ଼ିଛି ।

​​​​​​​ଯୁଦ୍ଧ ନ ବନ୍ଦ ହେଲେ ଏଫ୍‌ଏମ୍‌ସିଜି କମ୍ପାନି ଗୁଡିକର କଞ୍ଚାମାଲ ଦର ବୃଦ୍ଧି ସହ ସାମଗ୍ରୀ ଉତ୍ପାଦନ ମହଙ୍ଗା ହେବ । ଫଳରେ ସେମାନେ ବାଧ୍ୟ ହୋଇ ଏହାର ଚାପ ଖାଉଟିଙ୍କ ଉପରେ ଦେବେ । ଗତ ମାସରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ୭୮% ମହଙ୍ଗା ହୋଇଛି । ଫଳରେ ଏହାର ପ୍ରଭାବ ଅନ୍ୟ ସାମଗ୍ରୀ ମୂଲ୍ୟ ଉପରେ ମଧ୍ୟ ପଡ଼ିଛି । ୟୁରିଆ ୧୨୧.୫%, ଆଲୁମିନିୟମ ୫୧.୮%, ସୋୟା ତେଲ ୪୫.୧%, ଗହମ ୧୨.୬% ଏବଂ ସୁନା ୪୬.୭% ମହଙ୍ଗା ହୋଇଛି । ଗ୍ରାମାଞ୍ଚଳ ବଜାରରେ ଏବେ ଚାହିଦା ଫେରିଛି । ମାତ୍ର କମ୍ପାନିଙ୍କ ମାର୍ଜିନକୁ ଏହା ପ୍ରଭାବିତ କରିଛି । କାରଣ କଞ୍ଚାମାଲ ଦର ଚିନ୍ତାଜନକ ହୋଇଛି । ଡାବର, ହିନ୍ଦୁସ୍ତାନ ୟୁନିଲିଭର ବାଦ ନେସ୍‌ଲେ, ଇଣ୍ଡିଆ, ମ୍ୟାରିକୋ, ଆଇଟିସି, ବ୍ରିଟିନିଆ ଏବଂ ଗୋଦରେଜ କଞ୍ଜ୍ୟୁମର ପ୍ରଡକ୍ଟ ଭଳି କମ୍ପାନି ଗୁଡିକ ବର୍ତ୍ତମାନ ଆହ୍ୱାନପୂର୍ଣ୍ଣ ସ୍ଥିତିକୁ ପାର୍ କରିବା ଲାଗି ବିଶେଷ ପ୍ରସ୍ତୁତି କରୁଛନ୍ତି । ଶିଳ୍ପ ବିଶେଷଜ୍ଞ କହିଛନ୍ତି ଯେ, ବିଶ୍ୱ ବଜାରର ସ୍ଥିତି ନ ସୁଧୁରିଲେ ଏହା ପରିବାର ଗୁଡିକର ମାସିକ ବଜେଟକୁ ପ୍ରଭାବିତ କରିବ ।

  • Related Posts

    ଭି.ଡି. ସତୀଶନ୍ କେରଲମ୍ ମୁଖ୍ୟମନ୍ତ୍ରୀ

    ନୂଆଦିଲ୍ଲୀ: ଭି.ଡି. ସତୀଶନ୍ କେରଲମ୍ ମୁଖ୍ୟମନ୍ତ୍ରୀ। ନିର୍ବାଚନର ୧୦ ଦିନ ପରେ ନୂଆଦିଲ୍ଲୀ କଂଗ୍ରେସ୍ ମୁଖ୍ୟାଳୟରେ ପ୍ରେସମିଟ୍‌ରେ ନାଁ ଘୋଷଣା କଲା ଦଳ। ଭି.ଡି. ସତୀଶନ୍ ଙ୍କ ଉପରେ ମୋହର ଲଗାଇଛନ୍ତି ହାଇ କମାଣ୍ଡ। ଉତ୍ତର ପାରାଭୁର ଆସନରୁ ବିଧାୟକ ହୋଇଥିଲେ…

    Continue reading
    କିଏ ହେବେ କେରଳ ମୁଖ୍ୟମନ୍ତ୍ରୀ? ଆଜି ଘୋଷଣା କରିବ କଂଗ୍ରେସ

    ଥିରୁଭାନନ୍ତପୁର: ୧୦ ଦିନର ମାନସ ମନ୍ଥନ ପରେ କଂଗ୍ରେସ ଦଳ କେରଳର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀଙ୍କ ନାମ ଚୂଡ଼ାନ୍ତ କରିଛି । ଯାହା ଗୁରୁବାର ଘୋଷଣା ହେବାକୁ ଯାଉଛି। ଦଳୀୟ ସୂତ୍ରରୁ ସୂଚନା ମିଳିଛି ଯେ ଗୁରୁବାର ଥିରୁଭାନନ୍ତପୁରମରେ ବିଧାୟକ ଦଳର ଏକ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ