ବଦଳିଲା ଓଇଏସ୍ ନିଯୁକ୍ତି ପରୀକ୍ଷା ଢାଞ୍ଚା

ଭୁବନେଶ୍ୱର : ଓଡ଼ିଶା ଶିକ୍ଷା ସେବା (ସ୍କୁଲ ଶିକ୍ଷା) ପଦବିରେ ନିଯୁକ୍ତି ପାଇଁ ପରୀକ୍ଷା ଢାଞ୍ଚାର ନିୟମାବଳୀ ପ୍ରକାଶ ପାଇଛି । ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ଦ୍ୱାରା ଦୁଇଟି ପର୍ଯ୍ୟାୟରେ ଏହି ପରୀକ୍ଷା କରାଯିବ । ୬୦୦ ମାର୍କର ଲିଖିତ ପରୀକ୍ଷା ଏବଂ ୭୫ ମାର୍କର ବ୍ୟକ୍ତିତ୍ୱ ପରୀକ୍ଷଣ ତଥା ସାକ୍ଷାତକାର ପରୀକ୍ଷା କରାଯିବ । ପରୀକ୍ଷା ଢାଞ୍ଚା ଓ ସିଲାବସ ଜାରି କରାଯାଇଛି । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଭାଗର ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି ଯେ ଓଡ଼ିଶା ଶିକ୍ଷା ସେବା (ଓଇଏସ୍) (ନିଯୁକ୍ତି ପଦ୍ଧତି ଓ ସେବା ସର୍ତ୍ତାବଳୀ) ନିୟମାବଳୀ, ୨୦୨୯ର ନିୟମ ୬(୨)(ବି) ଅନୁଯାୟୀ ଓପିଏସସି ସହ ପରାମର୍ଶ କରି ସରକାର ଓଇଏସ୍ ପଦବିରେ ସିଧାସଳଖ ନିଯୁକ୍ତି ପାଇଁ ପ୍ରତିଯୋଗିତାମୂଳକ ପରୀକ୍ଷା ହେବ । ମୋଟ ୬୭୫ ମାର୍କର ପରୀକ୍ଷା ହେବ । ଲିଖିତ ପରୀକ୍ଷା ୨ଟି ପେପରରେ କରାଯିବ । ପ୍ରତି ପେପର ୩୦୦ ମାର୍କ ଲେଖାଏଁ ପରୀକ୍ଷା କରାଯିବ । ପେପର୍-୧ରେ (Objective) ଟାଇପର ପ୍ରଶ୍ନ ଆସିବ । ଦ୍ୱିତୀୟ ପେପରରେ ବିଷୟଭିତ୍ତିକ ତଥା ବର୍ଣ୍ଣନାତ୍ମକ (Subjective) ହେବ । ଅପ୍ଟିକାଲ ମାର୍କ ରେକ୍ଗ୍ନିସନ୍ (ଓଏମ୍ଆର) କିମ୍ବା କମ୍ପ୍ୟୁଟର ବେସଡ୍ ଟେଷ୍ଟ (ସିବିଟି) ମାଧ୍ୟମରେ ପରୀକ୍ଷା କରିବାକୁ ନିଷ୍ପତ୍ତି ନିଆଯିବ ।
ପେପର-୧ରେ ସାଧାରଣ ସଚେତନତା, ଓଡ଼ିଆ ଓ ସାଧାରଣ ଇଂରାଜୀରୁ ୧୫୦ଟି ପ୍ରଶ୍ନ ଆସିବ । ପ୍ରତି ପ୍ରଶ୍ନ ପାଇଁ ୨ ମାର୍କ ଲେଖାଏଁ ରହିବ । ସେହିପରି ପେପର-୨ରେ ଶିକ୍ଷା ଉପରେ ବିଷୟଭିତ୍ତିକ ପରୀକ୍ଷା ହେବ । ଏଥିରେ ନେଗେଟିଭ୍ ମାର୍କିଂ ରହିବ । ପ୍ରତି ଭୁଲ୍ ଉତ୍ତର ପାଇଁ ୦.୫ ମାର୍କ କାଟ୍ ହେବ । ଉଭୟ ଅବ୍ଜେକ୍ଟିଭ୍ ଓ ସବ୍ଜେକ୍ଟିଭ୍ ପେପରର ପରୀକ୍ଷା ସମୟ ଅଢ଼େଇ ଘଣ୍ଟା ହେବ । ପ୍ରତି ପେପରର ବିଭିନ୍ନ ବିଷୟବସ୍ତୁରୁ କେତେ ସଂଖ୍ୟାର ପ୍ରଶ୍ନ ଆସିବ ତାହା ଓପିଏସସି ସ୍ଥିର କରିବ । ପ୍ରାର୍ଥୀଙ୍କ ଯୋଗ୍ୟତା ନିର୍ଣ୍ଣୟ କରିବା ପାଇଁ ପ୍ରତି ପେପର କିମ୍ବା ସମୁଦାୟ ମାର୍କ ଉପରେ ଯୋଗ୍ୟତା ମାର୍କ ଓପିଏସସି ସ୍ଥିର କରିବ । ଓପିଏସସି ଦ୍ୱାରା ଧାର୍ଯ୍ୟ ସର୍ବନିମ୍ନ ଯୋଗ୍ୟତା ମାର୍କ ହାସଲ କରିଥିବା ପ୍ରାର୍ଥୀଙ୍କୁ ବିଭିନ୍ନ ବର୍ଗର ଖାଲିଥିବା ପଦବି ସଂଖ୍ୟା ଅନୁପାତ ପ୍ରାୟ ୧:୨ (ସର୍ବନିମ୍ନ ୫ଜଣ ପ୍ରାର୍ଥୀ ସର୍ତ୍ତରେ) ହିସାବରେ ବ୍ୟକ୍ତିତ୍ୱ ପରୀକ୍ଷା ପାଇଁ ମନୋନୀତ କରାଯିବ । ନିଯୁକ୍ତି ସୁପାରିଶ ପାଇଁ ଅନ୍ତିମ ମେଧା ତାଲିକା ଲିଖିତ ପରୀକ୍ଷା ଓ ବ୍ୟକ୍ତିତ୍ୱ ପରୀକ୍ଷାର ମୋଟ ମାର୍କ ଆଧାରରେ ପ୍ରସ୍ତୁତ କରାଯିବ । ଯଦି ଦୁଇ ବା ତତୋଧିକ ପ୍ରାର୍ଥୀ ସମାନ ମାର୍କ ପାଆନ୍ତି, ତେବେ ଲିଖିତ ପରୀକ୍ଷାରେ ସର୍ବାଧିକ ମାର୍କ ରଖିଥିବା ପ୍ରାର୍ଥୀଙ୍କୁ ପ୍ରାଥମିକତା ଦିଆଯିବ । ଯଦି ଲିଖିତ ପରୀକ୍ଷାରେ ମଧ୍ୟ ସମାନ ମାର୍କ ରହିଥାଏ ତେବେ ଯେକୌଣସି ସ୍ନାତକୋତ୍ତର ପରୀକ୍ଷାରେ ସର୍ବାଧିକ ମାର୍କ ଆଧାରରେ ମେଧା କ୍ରମ ନିର୍ଦ୍ଧାରଣ କରାଯିବ ।

  • Related Posts

    ନିର୍ବାଚନୀ ରେକର୍ଡ ନିର୍ଭରଯୋଗ୍ୟ ରହିବାରେ ‘SIR’ ସାହାଯ୍ୟ କରିବ:ମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର : ଦିଲ୍ଲୀରେ ବିରୋଧୀଙ୍କ ପ୍ରତିବାଦ ମଧ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ‘ଏକ୍ସ’ରେ ପ୍ରତିକ୍ରିୟା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି,ନିର୍ବାଚନୀ ରେକର୍ଡ ନିର୍ଭରଯୋଗ୍ୟ ରହିବାରେ ‘SIR’ ସାହାଯ୍ୟ କରିବ। ସ୍ୱଚ୍ଛ ଓ ସଠିକ୍‌ ଭୋଟର ତାଲିକା ପ୍ରସ୍ତୁତି ପାଇଁ ‘SIR’ ଆବଶ୍ୟକ।…

    Continue reading
    ମୁଖ୍ୟମନ୍ତ୍ରୀଙ୍କ କଟକ ଗସ୍ତ ବାତିଲ

    କଟକ: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କଟକ ଗସ୍ତ କାର୍ଯ୍ୟକ୍ରମ ବାତିଲ୍ ହୋଇଛି । ତେବେ କେଉଁ କାରଣରୁ ଏହି ଗସ୍ତ ବାତିଲ୍ ହୋଇଛି ତାହା ସ୍ପଷ୍ଟ ଜଣାପଡ଼ିନି । ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସୋମବାର ଦିନ କଟକ ଗସ୍ତରେ ଆସି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ