କେନ୍ଦୁଝରରେ ଫୁଲୁଛି ବୈତରଣୀ

କେନ୍ଦୁଝର: କେନ୍ଦୁଝର ଜିଲ୍ଲାରେ ଭାରୀ ବର୍ଷା ଯୋଗୁ ଅସ୍ୱାଭାବିକ ପରିସ୍ଥିତି ସୃଷ୍ଟି ହୋଇଛି । ଗତ ୩୦ ବର୍ଷର ରେକର୍ଡ ଏଥର ବର୍ଷା କେନ୍ଦୁଝର ଜିଲ୍ଲାରେ ଭାଙ୍ଗିଛି । ଲଗାତର ଭାବେ ବୈତରଣୀ ନଦୀ ଆନନ୍ଦପୁର ଠାରେ ୬ ଦିନ ଧରି ସତର୍କ ସୂଚନା ଉପରେ ପ୍ରବାହିତ ହେବା ନଦୀକୂଳିଆ ଲୋକଙ୍କ ପାଇଁ ଚିନ୍ତାର କାରଣ ସାଜିଛି । ବୁଧବାର ରାତିରୁ ଲଗାଣ ବର୍ଷା ଲାଗି ରହିଥିବାରୁ ଜିଲ୍ଲାର ସମସ୍ତ ନଦୀ ଓ ନାଳରେ ଜଳସ୍ତର ବଢିବା ସହ ରାସ୍ତା ଉପରେ ପାଣି ଚାଲିଛି । ବାଂଶପାଳ ବ୍ଲକର ବୈତରଣୀ ନଦୀ, ମଲଦା, ବ୍ରାହ୍ମଣୀ, ବଇଙ୍ଗା ଆଦି ନାଳରେ ଜଳସ୍ତର ବୃଦ୍ଧି ପାଇବା ସହ ବନ୍ୟା ଜଳ ପ୍ରବାହିତ ହେଉଛି । ସାରା ଜିଲ୍ଲାରେ ବର୍ଷାର ପ୍ରଭାବରେ ଜନସାଧାରଣ ପ୍ରଭାବିତ ହୋଇଛନ୍ତି । ଲୋକଙ୍କ ଘରେ ବର୍ଷା ପାଣି ପଶିବା ସହିତ ରାସ୍ତା ଉପରେ ପାଣିର ସୁଅ ଛୁଟିଛି ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆନନ୍ଦପୁର ଠାରେ ବିପଦସଙ୍କେତ ଉପରେ ବୈତରଣୀ ନଦୀ ଜଳ ୩ ଦିନ ହେବ ସତର୍କ ସୂଚନା ଉପରେ ଏବେବି ରହିଛି । ମୟୂରଭଞ୍ଜ ଜିଲ୍ଲା ସହିତ କେନ୍ଦୁଝର ଜିଲ୍ଲାକୁ ୨ ଦିନ ଧରି ରେଡ୍ ୱାର୍ଣ୍ଣି ରହିଥିଲା । କେନ୍ଦୁଝରରେ ଅତି ଭାରୀବର୍ଷା ସୋମବାର ଠାରୁ ହୋଇନଥିଲେ ମଧ୍ୟ ମୟୂରଭଞ୍ଜ ଜିଲ୍ଲାର ଠାକୁରମୁଣ୍ଡା ଓ କରଞ୍ଜିଆରେ ଭାରୀବର୍ଷା ଯୋଗୁ ଦେଓ ନଦୀଜଳ ସ୍ତର ବୈତରଣୀରେ ପ୍ରବେଶ କରିବା ପରେ ମଙ୍ଗଳବାର ପୁଣି ସତର୍କ ସୂଚନା ଉପରେ ଆନନ୍ଦପୁର ଠାରେ ବୈତରଣୀ ନଦୀ ଜଳ ବଢ଼ୁଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି ।
ଆନନ୍ଦପୁର ଠାରେ ସତର୍କ ସୂଚନା ୩୭.୪୪୫ ମିଟର ଓ ବିପଦସଙ୍କେତ ୩୮.୦୬୦ ରହିଥିବା ବେଳେ ମଙ୍ଗଳବାର ସକାଳ ୭ଟାରେ ଜଳସ୍ତର ୩୮.୨୩୦, ୮ଟାରେ ୩୮.୦୬୦, ୯ଟାରେ ୩୭.୮୯୦ ମିଟର ରେକର୍ଡ କରାଯାଇଛି । ପୂର୍ବାହ୍ନ ୧୦ଟାରେ ୩୭.୭୫୦ ମିଟର, ୧୧ଟାରେ ୩୭.୭୦୦ ମିଟର, ୧୨ଟାରେ ୩୭.୬୮୦ ମିଟର ଏବଂ ଦିନ ୨ଟା ପର୍ଯ୍ୟନ୍ତ ୩୭.୬୨୦ ମିଟର ଜଳସ୍ତର ରହିଥିଲା । ସୋମବାର ରାତିରେ କେନ୍ଦୁଝର ସହିତ ମୟୂରଭଞ୍ଜ ଜିଲ୍ଲାରେ ଭାରୀବର୍ଷା ଯୋଗୁ ଅପରାହ୍ନରେ ବୈତରଣୀ ନଦୀ ଜଳସ୍ତର ପୁଣି ବଢ଼ି ଯାଇଥିଲା । ଅପରାହ୍ନ ୫ଟାରେ ଜଳସ୍ତର ୩୭.୬୪୦ ମିଟର ଓ ସନ୍ଧ୍ୟା ୬ଟାରେ ୩୭.୬୮୦ ମିଟର ଜଳସ୍ତର ରହିଥିବା ରେକର୍ଡ କରାଯାଇଛି । ରାତିରେ ଉପରମୁଣ୍ଡରେ ବର୍ଷା ନହେଲେ ଜଳସ୍ତର ବୁଧବାର ସକାଳ ସୁଦ୍ଧା ହ୍ରାସ ପାଇବ ବୋଲି ବୈତରଣୀ ଡିଭିଜନ ପକ୍ଷରୁ କୁହାଯାଇଛି । ପ୍ରବଳ ବର୍ଷା ସାରା ଜିଲ୍ଳାରେ ହୋଇଥିବା ବେଳେ କେନ୍ଦୁଝର ଜିଲ୍ଲାକୁ ରେଡ୍ ୱାଣ୍ଣି ର୍ଂ ରହିଥିଲା ।

  • Related Posts

    ବଜାରରେ ବିକ୍ରି ହେଉଛି ସିନ୍ଥେଟିକ୍ ପନିର

    କଟକ: ପାର୍ବଣ ଆଗରୁ ପନିରକୁ ନେଇ ଲୋକଙ୍କ ମନରେ ଛନକା। ଖୁଲମ ଖୁଲା ବଜାରରେ ବିକ୍ରି ହେଉଛି ସିନ୍ଥେଟିକ୍ ପନିର । ପନିରକୁ ନେଇ ଧରପଗଡ ଚାଲିଥିବାବେଳେ ଗତକାଲି ବିପୁଳ ପରିମାଣର ଅପମିଶ୍ରିତ ପନିରକୁ ଧରିଛି କଟକ ମହାନଗର ନିଗମ ସ୍ୱାସ୍ଥ୍ୟ…

    Continue reading
    ପୋଲିସ-ଅନଲାଇନ ଚାଳକ ମୁହାଁମୁହିଁ ଘଟଣା: ବର୍ତ୍ତମାନ ସୁଦ୍ଧା ୧୧୩ ଗିରଫ

    ମାଷ୍ଟର କ୍ୟାଣ୍ଟିନରେ ପୋଲିସ-ଅନଲାଇନ ଅଟୋ ଓ ଟାକ୍ସି ଚାଳକ ମୁହାଁମୁହିଁ ଘଟଣା। ବର୍ତ୍ତମାନ ସୁଦ୍ଧା ଏହି ଘଟଣାରେ ୧୧୩ ଜଣଙ୍କୁ ଗିରଫ କରାଯାଇଛି। ୬୦ ଜଣଙ୍କୁ ଉତ୍ତମ ବ୍ୟବହାର ଲାଗି ଛାଡ଼ି ଦିଆଯାଇଛି। ୩୫୪ଟି ଯାନବାହନ ଜବତ କରାଯାଇଛି। ଖାରବେଳନଗର ଥାନାରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ