ବନ୍ୟା ପାଣିରେ ଭାସିଗଲା କାର୍‌ ; ୪ ମୃତ

ରାୟପୁର : ଛତିଶଗଡର ଜଗଦଲପୁରରୁ ମର୍ମନ୍ତୁଦ ସଡକ ଦୁର୍ଘଟଣାର ଏକ ଖବର ସାମ୍ନାକୁ ଆସିଛି । ଦରଭା ଥାନା ଅନ୍ତର୍ଗତ କାଙ୍ଗେର ଘାଟୀରେ ମଙ୍ଗଳବାର ଏକ କାର୍‌ ପ୍ରବଳ ବର୍ଷା ପରେ ସୃଷ୍ଟି ବନ୍ୟା ଜଳରେ ଭାସି ଯାଇଛି । ଏହି କାର୍‌ରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୪ ଜଣଙ୍କ ମୃତ୍ୟୁ ଘଟିଛି । ସମସ୍ତ ମୃତକ ଗୋଟିଏ ପରିବାରର । ସମସ୍ତେ କାର୍‌ରେ ତୀରଥଗଡ ବୁଲିବାକୁ ଯାଉଥିଲେ । ପରିବାର ଲୋକେ ଦୁର୍ଘଟଣାର ଖବର ପାଇବା ପରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।
ଖବର ପାଇ ପୁଲିସ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି । କାର୍‌ରେ ସ୍ୱାମୀ-ସ୍ତ୍ରୀ ଓ ସେମାନଙ୍କ ୨ ଶିଶୁ ଥିଲେ । ଅନେକ ଘଣ୍ଟା ଚେଷ୍ଟା କରିବା ପରେ ୪ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ତାମିଲନାଡୁର ବାସିନ୍ଦା ଏହି ପରିବାର ବର୍ଷା ପାଗରେ ଝରଣା ସ୍ଥାନ ବୁଲିବା ପାଇଁ ଓ ଆନନ୍ଦ ନେବା ପାଇଁ ତୀରଥଗଡ ଜଳପ୍ରପାତ ବୁଲିବାକୁ ଯାଉଥିଲେ । କାର୍‌ରେ ୪୩ ବର୍ଷୀୟ ରାଜେଶ ରାୟପୁରରେ ରହି ଠିକାଦାର କାମ କରୁଥିଲେ । ମଙ୍ଗଳବାର ରାଜେଶ ନିଜ ପତ୍ନୀ ପବିତ୍ରା (୪୦), ୨ ଝିଅ (୭)(୪) ବର୍ଷୀୟଙ୍କୁ ନେଇ ବୁଲିବାକୁ ଯାଉଥିଲେ । କାର୍‌ଟି ହଠାତ୍‌ କାଙ୍ଗେର ଘାଟୀ ନିକଟରେ ପହଞ୍ଚିବା ବେଳେ ପ୍ରବଳ ବର୍ଷା ପରେ ବନ୍ୟା ଜଳ ରାସ୍ତା ଉପରେ ଖୁବ୍‌ ଜୋର୍‌ରେ ପ୍ରବାହିତ ହେଉଥିଲା । ସେହି ଜଳରେ କାର୍‌ଟି ଭାସି ଯାଇଥିଲା । ୪ ଜଣଙ୍କ ଜୀବନ ରକ୍ଷା ପାଇଁ ପୁଲିସ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ । ମାତ୍ର ପାଣିରେ ବୁଡି ୪ ଜଣଙ୍କ ମୃତ୍ୟୁ ହୋଇସାରିଥିଲା । ସେମାନଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ଗାଡି ଚାଳକ କୌଣସି ପ୍ରକାରେ ପହଁରି ପହଁରି ଗଛରେ ଚଢି ନିଜ ଜୀବନ ବଞ୍ଚାଇଥିଲେ ।

  • Related Posts

    ଜଳିଗଲା ଘର: ଶାଶୁ ଏବଂ ବୋହୂ ଜୀବନ୍ତ ଦଗ୍ଧ

    ସୀତାପୁର: ଉତ୍ତର ପ୍ରଦେଶର ସୀତାପୁର ଜିଲ୍ଲାର ସଦରପୁର ଥାନା ଅଞ୍ଚଳର ସରାୟା ଚଲକାପୁର ଗାଁରେ ଶନିବାର ସନ୍ଧ୍ୟାରେ ଏକ ବଡ଼ ଦୁଃଖଦ ଘଟଣା ଘଟିଛି। ପ୍ରବଳ ଝଡ଼ ତୋଫାନ ମଧ୍ୟରେ ଏକ ଘରେ ନିଆଁ ଲାଗିଯାଇ ଦ୍ରୁତ ଗତିରେ ବ୍ୟାପି ଯାଇଥିଲା,…

    Continue reading
    ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା, ବର୍ଷକୁ ୨ଟି ଗ୍ୟାସ୍ ସିଲିଣ୍ଡର ମିଳିବ ମାଗଣା

    ନୂଆଦିଲ୍ଲୀ: ଆସାମ ବିଧାନସଭା ନିର୍ବାଚନ ପାଇଁ ଲୋକଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼ିବାରେ ଲାଗିଛି। ଏଭଳି ସମୟରେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଜନତାଙ୍କ ପାଇଁ ଏକ ବଡ଼ ଉପହାର ଘୋଷଣା କରିଛନ୍ତି। ନିର୍ବାଚନ ଜିତିବା ପରେ ବର୍ଷକୁ ଦୁଇଟି ଖଚଏ ସିଲିଣ୍ଡର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ