ବବି-ସୁଜାତା ବୈଠକ

ଭୁବନେଶ୍ୱର: ଗୁରୁବାର ଶଙ୍ଖ ଭବନରେ ପହଞ୍ଚି ସୁଜାତା କାର୍ତ୍ତିକେୟନ ପାଣ୍ଡିଆନ ବିଜୁ ଜନତା ଦଳରେ ବିଧିବଦ୍ଧଭାବେ ସାମିଲ ହୋଇଥିଲେ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସୁଜାତା ଶଙ୍ଖ ଧରିଥିଲେ । ତେବେ ବିଜେଡିର ଏହି ସାମିଲ ଉତ୍ସବରେ ବିଜେଡିର କିଛି ପ୍ରମୁଖ ନେତୃବୃନ୍ଦ ଆସିନଥିଲେ । ସେମାନଙ୍କ ମଧ୍ୟରେ ବବି ଦାସ ଅନ୍ୟତମ । ତେବେ ଶୁକ୍ରବାର ଶଙ୍ଖଭବନରେ ବବି ଓ ସୁଜାତାଙ୍କ ମଧ୍ୟରେ ବୈଠକ ହେଉଥିବା ଜଣାଯାଇଛି । ବିଜେଡିରେ ଯୋଗଦେବା ପରେ ସୁଜାତା ଶୁକ୍ରବାର ବବି ଦାସଙ୍କୁ ଭେଟିଛନ୍ତି ।
ବାଦ ବିବାଦର ଅନ୍ତ ଘଟାଇ ଶେଷରେ ବିଧିବଦ୍ଧ ଭାବେ ଶଙ୍ଖ ଭବନରେ ବରିଷ୍ଠ ନେତା, ବିଧାୟକ ଓ ସାଂସଦଙ୍କ ଉପସ୍ଥିତିରେ ସୁଜାତାଙ୍କୁ ଦଳରେ ସାମିଲ କରାଇଛନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ। ସ୍ବାମୀ ଭିକେ ପାଣ୍ଡିଆନ୍ ରାଜନୀତିରେ ବିଫଳ ହୋଇ ସନ୍ନ୍ୟାସ ନେବା ପରେ, ଏବେ ଧର୍ମପତ୍ନୀ ତଥା ଆଇଏଏସ୍ ଚାକିରିରୁ ସ୍ବେଚ୍ଛାକୃତ ଅବସର ନେଇଥିବା ସୁଜାତା ବିଜେଡିରେ ରାଜନୈତିକ କ୍ୟାରିୟର ଆରମ୍ଭ କରିଛନ୍ତି। ଏଥର କିନ୍ତୁ ନବୀନଙ୍କ ନୂଆ ଷ୍ଟ୍ରାଟେଜି। ସୁଜାତାଙ୍କ ଠାରୁ ହଟିଲା କାର୍ତ୍ତିକେୟନ ଟ୍ୟାଗ୍। ଆଣ୍ଟି ପାଣ୍ଡିଆନ୍ ଅସନ୍ତୋଷରୁ ବର୍ତ୍ତିବା ପାଇଁ ନବୀନ ଆଜି ସୁଜାତା ରାଉତ କାର୍ତ୍ତିକେୟନ ବଦଳରେ ସୁଜାତା ରାଉତ କହି ସମ୍ବୋଧନ କରିଛନ୍ତି। ସ୍ବାମୀ ଭି. କାର୍ତ୍ତିକେୟନ ପାଣ୍ଡିଆନଙ୍କ ନାଁ ଅନୁସାରେ ସୁଜାତାଙ୍କ ପ୍ରକୃତ ନାଁ ସୁଜାତା ରାଉତ କାର୍ତ୍ତିକେୟନ। କିନ୍ତୁ ନବୀନ ଆଜି କାର୍ତ୍ତିକେୟନକୁ କାଟି ସୁଜାତା ରାଉତ କହିଛନ୍ତି। ଅର୍ଥାତ ତାମିଲ୍ ବୋହୂ ବଦଳରେ ଓଡ଼ିଆ ଝିଅ ଭାବେ ତାଙ୍କୁ ପରିଚିତ କରାଇବାକୁ ନବୀନ ଏଭଳି ଚାଲ୍ ଆପଣାଇ ଓଡ଼ିଆ ଅସ୍ମିତା କାର୍ଡ ଖେଳିଥିବା ଚର୍ଚ୍ଚା ହେଉଛି। ଏହାସହ ସୁଜାତା ତାଙ୍କ ଉତ୍ତରାଧିକାରୀ ନୁହଁନ୍ତି ବୋଲି ମଧ୍ୟ ସ୍ପଷ୍ଟ କରିଛନ୍ତି। କହିଛନ୍ତି ବିଜେଡି ଆସନ୍ତା ନିର୍ବାଚନ ମୋ ନେତୃତ୍ବରେ ହିଁ ଲଢ଼ିବ।
ଅପରପକ୍ଷେ ସୁଜାତାଙ୍କ ଏଣ୍ଟ୍ରି ଉତ୍ସବରେ କିନ୍ତୁ ପୂର୍ବତନ ସଂଗଠନ ସମ୍ପାଦକ ତଥା ଦିନ ବିଜେଡିର ଦ୍ବିତୀୟ କ୍ଷମତା କେନ୍ଦ୍ର କୁହାଯାଉଥିବା ବବି ଦାସ ଥିଲେ ଅନୁପସ୍ଥିତ ଥିଲେ । ବବିଙ୍କ ଅନୁପସ୍ଥିତି ଅନେକ କିଛି ଚର୍ଚ୍ଚାକୁ ଖୋରାକ ଯୋଗାଇଛି। ବିଜେଡି ଶିବିରରେ ଚର୍ଚ୍ଚା ହେଉଛି ଯେ ବବି ଏବେ ଦଳରେ କୋଣଠେସା। କିଛି ଦିନ ତଳେ ନବୀନ ଡାକିଥିବା ହାରୁ ନେତାଙ୍କ ବୈଠକରେ ବି ବବି କେବଳ ହାଜିରା ପକାଇ ଅଧାରୁ ପଳାଇ ଆସିଥିଲେ। କେବଳ ବବି ନୁହଁନ୍ତି, ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ୟ୍ୟ, ରାଜନୈତିକ ବ୍ୟାପାର କମିଟି ସଦସ୍ୟ ବିକ୍ରମ ଆରୁଖ, ବିଧାୟକ ରାଜା ସ୍ବାଇଁ, ବଦ୍ରି ପାତ୍ର, ଲତିକା ପ୍ରଧାନ ଓ ଭୂପିନ୍ଦର ସିଂ ଙ୍କ ଭଳି ବରିଷ୍ଠଙ୍କର ମଧ୍ୟ ଦେଖା ନଥିଲା।
ପୂର୍ବରୁ ବଦ୍ରି ଓ ଭୂପିନ୍ଦର ସୁଜାତାଙ୍କ ଏଣ୍ଟ୍ରିକୁ ଖୋଲାଖୋଲି ବିରୋଧ କରିଥିଲେ। ବିକ୍ରମ ଆରୁଖ ଦଳ କାର୍ୟ୍ୟକ୍ରମରେ ଅଧିକାଂଶ ସମୟରେ ଅନୁପସ୍ଥିତ ରହୁଛନ୍ତି। ଯେଉଁଥିରୁ ସ୍ପଷ୍ଟ ଯେ, ବିଜେଡିର କିଛି ଅସନ୍ତୋଷ ଏବେ ବି ରହିଛି, ଯାହାକି ଆଗକୁ ବିସ୍ଫୋରଣର ରୂପ ନେଇପାରେ। ଦଳ କିନ୍ତୁ ତାଳି ପକାଇ କହିଛି ବ୍ୟକ୍ତିଗତ କାରଣ ପାଇଁ କେହି ଆସିପାରିନଥିବେ। ଅସନ୍ତୁଷ୍ଟଙ୍କୁ ବୁଝାଯିବ।

  • Related Posts

    assembly odisha ଖୁବ୍‌ଶୀଘ୍ର ବିଧାନସଭା ମୌସୁମି ଅଧିବେଶନ; ସରକାରଙ୍କୁ ସଣ୍ଢୁଆଶୀ ଆକ୍ରମଣ ପାଇଁ ବିରୋଧୀଙ୍କ ପାଖରେ ଅନେକ ପ୍ରସଙ୍ଗ

    ଭୁବନେଶ୍ବର: ଖୁବ୍‌ଶୀଘ୍ର ବସିବାକୁ ଯାଉଥିବା ଓଡ଼ିଶା ବିଧାନସଭାର ମୌସୁମି ଅଧିବେଶନରେ ସରକାରଙ୍କୁ ସଣ୍ଢୁଆଶୀ ଆକ୍ରମଣ ପାଇଁ ବିରୋଧୀଙ୍କ ପାଖରେ ଅନେକ ପ୍ରସଙ୍ଗ ରହିଛି। ସେଗୁଡ଼ିକ ମଧ୍ୟରୁ ଏମ୍‌ଏମ୍‌ଡିଆର ସଂଶୋଧନ ବିଧେୟକକୁ ନେଇ ବିଧାନସଭା ହୁଲସ୍ତୁଲ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଏମ୍‌ଏମ୍‌ଡିଆର…

    Continue reading
    politics for mmdr ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନକୁ ନେଇ ରାଜନୀତି

    ଭୁବନେଶ୍ୱର: ନିକଟରେ ପାର୍ଲାମେଣ୍ଟରେ ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନ-୨୦୨୬ ବିଲ୍‌ ପାରିତ ହୋଇଯାଇଛି। ଏହାକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ମଧ୍ୟ ମିଳିସାରିଛି। ମାତ୍ର ଓଡ଼ିଶାରେ ଉକ୍ତ ଆଇନ ଲାଗୁହେଲେ ରାଜ୍ୟର ରାଜସ୍ୱ ଉପରେ ଗଭୀର ପ୍ରଭାବ ପଡ଼ିବ ବୋଲି ବିରୋଧୀ ଅଭିଯୋଗ କରିଛନ୍ତି। ତେଣୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ