ବରିଷ୍ଠ ଆଦିବାସୀ ନେତା ଏନ୍ ଭାସ୍କର ରାଓଙ୍କୁ ଆଶ୍ୱସ୍ତି

ବିଜେଡି ନେତା ତଥା ପୂର୍ବତନ ରାଜ୍ୟସଭା ସାଂସଦ ଏନ୍‌. ଭାସ୍କର ରାଓଙ୍କୁ ମିଳିଲା ଆଶ୍ୱସ୍ତି। ରାୟଗଡାର ପୂର୍ବତନ ବିଜେଡି କାଉନସିଲର ଭାଗିରଥୀ ମଣ୍ଡାଙ୍ଗି ହତ୍ୟା ମାମଲାରେ ତାଙ୍କୁ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଛନ୍ତି ଓଡିଶା ହାଇକୋର୍ଟ। ଡିସେମ୍ବର ୯ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।
ଭାଗିରଥୀ ମଣ୍ଡାଙ୍ଗି ହତ୍ୟା ମାମଲାରେ ରାୟଗଡ଼ା ବିଜେଡି ଜିଲ୍ଲା ସଭାପତି ଏନ୍‌.ଭାସ୍କର ରାଓଙ୍କ ସମେତ ୬ ଜଣଙ୍କ ନାଁରେ ଗିରଫ ପରୱାନା(NBW) ଜାରି କରିଥିଲେ ରାୟଗଡ଼ା ଏସ୍‌ଡିଜେଏମ୍‌ କର୍ଟ। ପୂର୍ବତନ ରାଜ୍ୟସଭା ସାଂସଦ ଓ ରାୟଗଡ଼ା ଜିଲ୍ଲା ବିଜେଡି ସଭାପତି ଏନ.ଭାସ୍କର ରାଓ, ୱାଇ. ଭେଙ୍କଟ ରାଓ(କଣ୍ଡାବାବୁ), ଏନ ଆଦିନାରାୟାନା, କେ.କ୍ରିଷ୍ଣା ରାଓ, ଇପିଲି ସନ୍ନ୍ୟାସୀ ରାଜୁ, ପେଦେନା ଦିଲୀପ କୁମାରଙ୍କ ନାଁରେ ଜାରି ହୋଇଥିଲା(NBW)।
୨୦୧୩ ମସିହା ଡ଼ିସେମ୍ବର ୧୫ ତାରିଖରେ ରାୟଗଡା ଜିଲ୍ଲାର ବରିଷ୍ଠ ଆଦିବାସୀ ନେତା ଭାଗିରଥୀ ମାଣ୍ଡାଙ୍ଗୀ ହଠାତ୍‌ ନିଖୋଜ ହୋଇଯାଇଥିଲେ। ପରବର୍ତ୍ତୀ ସମୟରେ ତାଙ୍କ ମୃତଦେହ ଆନ୍ଧ୍ରପ୍ରଦେଶରୁ ମିଳିଥିଲା। ତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇ ସେଠାରେ ଫିଙ୍ଗି ଦିଆଯାଇଥିବା ଅଭିଯୋଗ ହୋଇଥିଲା। ସେତେବେଳେ ରାଜ୍ୟରେ ବିଜେଡି ସରକାର ଚାଲିଥିବାରୁ ପୁଲିସ୍‌ ଜାଣିଶୁଣି ଅଭିଯୁକ୍ତଙ୍କୁ ଧରୁନଥିଲା। ଯେଉଁଥିପାଇଁ ଏକ ବଡ ଧରଣର ଆନ୍ଦୋଳନ ମୁଣ୍ଡ ଟେକିଥିଲା। ସ୍ଥିତି ଅଣାୟତ୍ତ ହେଉଥିବା ଦେଖି ରାଜ୍ୟ ସରକାର କ୍ରାଇମ୍‌ ବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ତା’ପରେ ମାମଲାର ତଦନ୍ତ କ୍ରାଇମ୍‌ବ୍ରାଞ୍ଚ କରୁଛି।

  • Related Posts

    ଆଜିଠୁ ପାଳନ ହେବ ସେବା ସଂକଳ୍ପ ସପ୍ତାହ

    ଆଜିଠୁ ପାଳନ ହେବ ସେବା ସଂକଳ୍ପ ସପ୍ତାହ। ସରକାର ମୁଖ୍ୟ ଭାବେ ନିରବଚ୍ଛିନ୍ନ ୨୫ ବର୍ଷର ନେତୃତ୍ବ ପୂରଣ କରିଥିବାରୁ କେନ୍ଦ୍ର କ୍ୟାବିନେଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅଭିନନ୍ଦନ ଜଣାଇ ଏକ ସଂକଳ୍ପ ପାରିତ ହୋଇଛି। ଆଜିଠୁ ସାରା ଦେଶରେ ସେବା…

    Continue reading
    ସାମିଲ ହେବେ ଯୁବ ଓ କଟିଥିବା ଭୋଟର;୨୬ରୁ ଘରକୁ ଘର ବୁଲି ସର୍ଭେ

    ଭୁବନେଶ୍ୱର : ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର୍‌) ପ୍ରକ୍ରିୟାରେ ବାଦ୍ ପଡ଼ିଥିବା ଓ ଯୁବ ଭୋଟର୍‌ଙ୍କୁ ଭୋଟର୍‌ ତାଲିକାରେ ଅନ୍ତର୍ଭୁକ୍ତ କରିବା ପାଇଁ ବୁଧବାର ଠାରୁ ୯ ତାରିଖ ପର୍ଯ୍ୟନ୍ତ ତିନିଦିନିଆ ରାଜ୍ୟବ୍ୟାପୀ ସ୍ବତନ୍ତ୍ର ଅଭିଯାନ ଅନୁ‌ଷ୍ଠିତ ହେବ। ଭୋଟର ତାଲିକାକୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ