ଅନାସ୍ଥାରେ ହାରି ନିଜ ଭୋଟ ବିରୋଧୀଙ୍କୁ ଦେଲେ ଏନଏସି ଉପାଧ୍ୟକ୍ଷା

ଗଞ୍ଜାମ ଜିଲା ବେଲଗୁଣ୍ଠା ଏନ୍‌ଏସି ଉପାଧ୍ୟକ୍ଷା ଟି. ବବିତା କୁମାରୀ ସୋମବାର ଅନାସ୍ଥା ଭୋଟରେ ହାରିଯାଇଛନ୍ତି। ଗତ ୬ ତାରିଖରେ କାଉନସିଲମାନେ ତାଙ୍କ ବିରୋଧରେ ଜିଲାପାଳଙ୍କ କାର୍ଯ୍ୟାଳୟରେ ଅଭିଯୋଗ କରି ଅନାସ୍ଥା ପ୍ରସ୍ତାବ ଆଗତ କରିଥିଲେ।

ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ସୋମବାର ଅନାସ୍ଥା ଭୋଟ ହୋଇଥିଲା। ଭଞ୍ଜନଗର ଉପଜିଲାପାଳ ତଥା ନିର୍ବାଚନ ଅଧିକାରୀ ଅନିଲ କୁମାର ସେଠୀଙ୍କ ତତ୍ତ୍ୱାବଧାନରେ ଏନ୍‌ଏସି କାର୍ଯ୍ୟାଳୟରେ ଭୋଟ ଗ୍ରହଣ କରାଯାଇଥିଲା। ମାଜିଷ୍ଟ୍ରେଟ୍‌ ଦାୟିତ୍ୱରେ ବେଲଗୁଣ୍ଠା ତହସିଲଦାର କଳାକୃଷ୍ଣ ପ୍ରଧାନ ରହିଥିଲେ। ମୋଟ ୧୩ କାଉନସିଲର ମଧ୍ୟରୁ ଅନାସ୍ଥା ସପକ୍ଷରେ ୧୨ ଭୋଟ ପଡ଼ିଥିଲା। ଉପାଧ୍ୟକ୍ଷଙ୍କ ନିଜ ଭୋଟ ବି ଭୁଲବଶତଃ ଅନାସ୍ଥା ସପକ୍ଷରେ ଯାଇଥିଲା। ତାଙ୍କ ସମେତ କାଉନସିଲର୍‌ ଏସ. ଭାସ୍କର ପାତ୍ର, ଦିବ୍ୟରଞ୍ଜନ ଦାସ, ଲିଜା ବେହେରା, ପ୍ରିୟମ୍ବଦା ସାମଲ, କାହ୍ନୁ ଚରଣ ସାହୁ, ପ୍ରଦୀପ ସେଠୀ, ଦିଲୀପ ଅଚାରୀ, ସୁଜ୍ୟୋତି ସୁବୁଦ୍ଧି, ସଙ୍ଗୀତା ପାତ୍ର, ବିଶ୍ୱନାଥ ଦଳେଇ ଓ ପ୍ରତିମା ସ୍ବାଇଁ ଅନାସ୍ଥା ଭୋଟରେ ଅଂଶଗ୍ରହଣ କରିଥିଲେ।

ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ୮ ନଂ. ଓ୍ବାର୍ଡ କାଉନସିଲର୍‌ ପ୍ରଗତି ପାତ୍ର ଅନୁପସ୍ଥିତ ଥିଲେ। ଭୋଟ୍‌ ଗ୍ରହଣ ସମୟରେ କାର୍ଯ୍ୟନିର୍ବାହୀ ଅଧିକାରୀ ସାମନ୍ତ ବିଶ୍ୱମ୍ବର ମହାପାତ୍ର ଏବଂ ବେଲଗୁଣ୍ଠା ନଗରପାଳ ଫିରୋଜ ସେଠୀ ଓ ପୋଲିସ ଟିମ୍‌ ସହ ବେଲଗୁଣ୍ଠା ଥାନାଧିକାରୀ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ, ଗତ ପୌର ନିର୍ବାଚନ ବେଳେ ଟି.ବବିତା କୁମାରୀ ଭାଜପା ଛାଡ଼ି ବିଜେଡିରେ ମିଶିଥିଲେ। ନିର୍ବାଚନରେ ଏନଏସି ଅଧ୍ୟକ୍ଷ ପଦବୀ ସହ ସମସ୍ତ ୧୩ ଓ୍ବାର୍ଡକୁ ବିଜେଡି ଦଖଲ କରିଥିଲା। ୭ ନଂ. ଓ୍ବାର୍ଡ କାଉନସିଲର ଟି.ବବିତା କୁମାରୀ ଉପାଧ୍ୟକ୍ଷା ନିର୍ବାଚିତ ହୋଇଥିଲେ। କିନ୍ତୁ ସେ କୋଣଠେସା ହେଉଥିବା ଅଭିଯୋଗ ଆଣି ଗତ ସାଧାରଣ ନିର୍ବାଚନ ସମୟରେ ବର୍ତ୍ତମାନର ସୋରଡ଼ା ବିଧାୟକ ନୀଳମଣି ବିଷୋୟୀଙ୍କ ଉପସ୍ଥିତିରେ ବିଜେଡି ଛାଡି ଭାଜପାରେ ମିଶିଥିଲେ। ତାଙ୍କର ଆଗାମୀ କାର୍ଯ୍ୟପନ୍ଥା କ’ଣ ରହିବ ସେ ନେଇ ବେଲଗୁଣ୍ଠାରେ ଚର୍ଚ୍ଚା ଜୋର୍‌ ଧରିଛି।

  • Related Posts

    ପଶ୍ଚିମ ଓଡ଼ିଶାରେ ରାସ୍ତାରୋକ ଏବଂ ପିକେଟିଂ, ଲୋକେ ହନ୍ତସନ୍ତ

    ସମ୍ବଲପୁର/ଝାରସୁଗୁଡ଼ା/ନୂଆପଡ଼ା: INDIA ମେଣ୍ଟ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦର ପ୍ରଭାବ ପଶ୍ଚିମ ଓଡ଼ିଶା ଜିଲ୍ଲାମାନଙ୍କରେ ପଡ଼ିଛି । ରାସ୍ତା ଅବରୋଧ ଓ ପିକେଟିଂ ଯୋଗୁଁ ବସ୍‌, ଟ୍ରକ୍‌, ଅଟୋ ସମେତ ଅନେକ ଯାନବାହନ ଚଳାଚଳ ପ୍ରଭାବିତ ହୋଇଛି । ବଜାର ଓ…

    Continue reading
    ଭୁବନେଶ୍ବରରେ ଓଡ଼ିଶା ବନ୍ଦ ପ୍ରଭାବ

    ଭୁବନେଶ୍ୱର: ଚାରି ଦଫା ଦାବି ନେଇ ‘ଇଣ୍ଡି’ ମେଣ୍ଟ ପକ୍ଷରୁ ଗୁରୁବାର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନ କରାଯାଉଛି । ସକାଳ ୬ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ବନ୍ଦ ପାଳନ ପାଇଁ ଆହ୍ୱାନ ଦିଆଯାଇଥିବା ବେଳେ ସାଧାରଣ ଲୋକେ ପ୍ରଭାବିତ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ