ସିଙ୍ଗାପୁରରେ ମୁଖ୍ୟମନ୍ତ୍ରୀଙ୍କ ରୋଡ ଶୋ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ସିଙ୍ଗାପୁରରେ ରୋଡଶୋ କରି ୩୦୦ରୁ ଊର୍ଦ୍ଧ୍ବ ଶିଳ୍ପପତି, ଅତିଥି, ନିବେଶକଙ୍କୁ ଭେଟିଛନ୍ତି। ଏହି ଅବସରରେ ସେ ଓଡ଼ିଶାରେ ପୁଞ୍ଜି ନିବେଶ କରିବାକୁ ସେମାନଙ୍କୁ ନିବେଦନ କରିଛନ୍ତି। ୨୦୨୫ ଜାନୁଆରୀ ୨୮ ଓ ୨୯ତାରିଖ ଦୁଇଦିନ ଧରି ଭୁବନେଶ୍ବରରେ ଆୟୋଜିତ ହେବାକୁ ଥିବା ଉତ୍କର୍ଷ ଓଡ଼ିଶା ଏବଂ ମେକ ଇନ ଓଡ଼ିଶା ନିବେଶକ ସମ୍ମିଳନୀରେ ଯୋଗଦେବାକୁ ସେ ଏହି ନିବେଶକ ସମ୍ମିଳନୀରେ ଯୋଗଦେଇଥିବା ବିଶ୍ବର ବହୁ ଶିଳ୍ପପତିଙ୍କୁ ଆମନ୍ତ୍ରଣ କରିଛନ୍ତି। ମଙ୍ଗଳବାର ସକାଳେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ପ୍ରଥମେ ରୋଡଶୋ କରିବା ପରେ ଭରପୁର ପ୍ରାକୃତିକ ସମ୍ପଦ, ବିଶ୍ବସ୍ତରୀୟ ଭିତ୍ତିଭୂମି, କୁଶଳୀ ଶ୍ରମିକଙ୍କ ପାଇଁ ଓଡ଼ିଶା ବର୍ତ୍ତମାନ ନିବେଶକଙ୍କର ପ୍ରମୁଖ ସ୍ଥାନ ପାଲଟିଥିବା ସିଙ୍ଗାପୁର ସମେତ ପଡୋଶୀ ଦେଶର ପୁଞ୍ଜିପତି, ନିବେଶକ ଓ ବ୍ୟବସାୟୀଙ୍କୁ ସୂଚାଇଥିଲେ। ଏହାପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଓ ଶିଳ୍ପମନ୍ତ୍ରୀ ସମ୍ପଦଚନ୍ଦ୍ର ସ୍ବାଇଁ ସିଙ୍ଗାପୁରର ପରିବହନ ମନ୍ତ୍ରୀ ଚି ହଙ୍ଗ ଟାଟଙ୍କ ସହିତ ଉଚ୍ଚସ୍ତରୀୟ ବୈଠକ କରିଥିଲେ। ସିଙ୍ଗାପୁରରେ ଅତ୍ୟାଧୁନିକ ପରିବହନ ବ୍ୟବସ୍ଥା ସହିତ ଡିଜିଟାଲ ଫ୍ରାଇଟ ପରିଚାଳନା ଏବଂ ସମୁଦ୍ରପଥରେ ମାଲପରିବହନ ନେଇ ଉଭୟ ନେତୃମଣ୍ଡଳୀ ବିଶଦ ଆଲୋଚନା କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ଏହି ପ୍ରତିନିଧି ଦଳ ସିଙ୍ଗାପୁରର ବୈଷୟିକ ଶିକ୍ଷା ଓ ଶିକ୍ଷା ସେବା ଇନଷ୍ଟିଚ୍ୟୁଟ( ଆଇଟିଇଇଏସ) ପରିଦର୍ଶନ କରିଥିଲେ। ଓଡ଼ିଶାରେ ଏହି ଅନୁଷ୍ଠାନର ସହଯୋଗରେ ଭୁବନେଶ୍ବରେ ବିଶ୍ବ ଦକ୍ଷତା କେନ୍ଦ୍ର ଭାରତରେ ଓଡ଼ିଶା ଦକ୍ଷତା କେନ୍ଦ୍ରର ରାଜଧାନୀ ହୋଇପାରିଛି। ଏହି ଶିକ୍ଷାନୁଷ୍ଠାନ ସହାୟତାରେ ଓଡ଼ିଶାରେ ତାଲିମ କାର୍ୟ୍ୟକ୍ରମ ବ୍ୟାପକ କରିବାକୁ ସରକାର ଲକ୍ଷ୍ୟ ରଖିଥିବା ମୁଖ୍ୟମନ୍ତ୍ରୀ ସିଙ୍ଗାପୁରର ପରିବହନ ମନ୍ତ୍ରୀଙ୍କୁ କହିଥିଲେ। ଏଣ୍ଟରପ୍ରାଇଜ ସିଙ୍ଗାପୁର ଏବଂ ଏଫଆଇସିସିଆଇ ସହଯୋଗରେ ଆୟୋଜିତ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ଏହି ପ୍ରତିନିଧି ଦଳ ଆଗ୍ରୋକର୍ପ ଇଣ୍ଟରନ୍ୟାସନାଲ, ଅରିଓନୋପ୍ରୋ ପେମେଣ୍ଟ ସଲ୍ୟୁସନ, ଇଷ୍ଟକମ, ଏଲିକ୍ସିର ଟେକ୍ନୋଲୋଜି, ଏନଭାଇରନସେନ୍ସ, ଏଭରଭୋଲ୍ଟ ଗ୍ରୀନ ଏନର୍ଜି, ଗ୍ରେମେଟିକ୍ସ, ଆଇଟିଇ ଏଜୁକେସନ ସର୍ଭିସେସ, ୱାନବେରୀ ଟେକ୍ନୋଲୋଜିସ, ସୁରବନା ଜୁରୋଙ୍ଗ ଭଳି ଭିତ୍ତିଭୂମିର ବିକାଶ, ଉତ୍ପାଦ ଓ ଆଇଟି ସେକ୍ଟରରେ ନିବେଶକଙ୍କ ସହିତ ଆଲୋଚନା କରିଥିଲେ। ଲିଣ୍ଡେ, ବୀନା ଏନର୍ଜି, କ୍ୟାପିଟାଲ ଲ୍ୟାଣ୍ଡ, ଏଭରଷ୍ଟୋନ ଗ୍ରୁପ, ଭୋପାକ, ଇଣ୍ଡୋରମା, ମାଇକର୍ଣ୍ଣ ଏବଂ ମାସ ହୋଲଡିଂ ସହିତ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ବ୍ୟକ୍ତିଗତଭାବେ ଆଲୋଚନା କରିଥିଲେ। ପେଟ୍ରୋକେମିକାଲ୍ସ, କେମିକାଲ୍ସ, ମେଟାଲ୍ସ, ମେଟାଲ ଡାଉନଷ୍ଟ୍ରିମ, ଆଇଟି, ଟେକ୍ସଟାଇଲ୍ସ, ଆପାରେଲ କ୍ଷେତ୍ରରେ ପୁଞ୍ଜିନିବେଶ ପାଇଁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଆମନ୍ତ୍ରଣ କରିଥିଲେ। ଓଡ଼ିଶାରେ ଥିବା ବନ୍ଦରଗୁଡିକର କ୍ଷମତା ବୃଦ୍ଧି, ବନ୍ଦର କେନ୍ଦ୍ରିକ ଅର୍ଥନୀତିର ବିକାଶ ନକ୍ସା ସହିତ ଦେଶରେ ବନ୍ଦର ଦେଇ ମାଲପରିବହନ କ୍ଷେତ୍ରରେ ଓଡ଼ିଶା ଏକ ହବରେ ପରିଣତ ହୋଇପାରିବ ସେଥିନେଇ ପ୍ରତିନିଧି ଦଳ ସିଙ୍ଗାପୁର ବନ୍ଦର କର୍ତ୍ତୃପକ୍ଷ ଓ ଶିଳ୍ପନେତୃତ୍ବଙ୍କ ସହ ଆଲୋଚନା କରିଥିଲେ।

  • Related Posts

    ଅଧ୍ୟାପକଙ୍କୁ ବିଧାୟକଙ୍କ ଅସଦଚାରଣ, ନିନ୍ଦା କଲା ବିଜେଡି

    ଭୁବନେଶ୍ବର: ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଅଧ୍ୟାପକଙ୍କୁ କଟକ ସଦରର ବିଜେପି ବିଧାୟକ ପ୍ରକାଶ ସେଠୀ ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଛି । ଘଟଣାକୁ କଡ଼ା ଭାଷାରେ ନିନ୍ଦା କରିଛି ବିଜେଡି । ବିଜେପି ସରକାରରେ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ରାଜନୈତିକ ହସ୍ତକ୍ଷେପ ବୃଦ୍ଧି ପାଉଛି…

    Continue reading
    ବାଚସ୍ପତିଙ୍କୁ ଚିଠି ଲେଖିଲେ ବିଧାୟକ ପ୍ରକାଶ ସେଠୀ

    କଟକ: ରେଭେନ୍ସା ବିଶ୍ବବିଦ୍ୟାଳୟ ଚିଫ୍ ୱାର୍ଡେନ୍ ଏବଂ କଟକ ସଦର ବିଧାୟକ ପ୍ରକାଶ ସେଠୀଙ୍କ ମଧ୍ୟରେ ବଢିଲା କଳି । ଗୋଟିଏ ପଟେ ବିଧାୟକ କ୍ଷମା ମାଗନ୍ତୁ ବୋଲି ବିଶ୍ବବିଦ୍ୟାଳୟ ୱାର୍ଡେନ୍ ସଂଘ ଅଡି ବସିଛି । ଅନ୍ୟ ପଟେ ବିଧାୟକ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ