ବର୍ଷାରେ ସ୍ମାର୍ଟ ସିଟି ଉବୁଟୁବୁ

ଭୁବନେଶ୍ୱର: ମଙ୍ଗଳବାର ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଥିବାବେଳେ ପୁରୀ ଓ ଭୁବନେଶ୍ୱରରେ ଅଧିକ ବର୍ଷା ହୋଇଥିଲା । ଅପରାହ୍ଣରୁ ଆରମ୍ଭ ହୋଇଥିବା ଅବିଶ୍ରାନ୍ତ ବର୍ଷା ବିଳମ୍ବିତ ରାତି ପର୍ଯ୍ୟନ୍ତ ହୋଇଥିଲା। ସହରର ପ୍ରମୁଖ ତଳି ଅଞ୍ଚଳରେ ପାଣି ଲହଡ଼ି ମାରିଥିଲା । ଅନେକ ଲୋକ ଘରୁକୁ ଫେରିବା ଲାଗି ନାକେଦମ ହୋଇଛନ୍ତି । ଇସ୍କନ ଆଗରେ ପୁଣି ରାଜପଥ ଜଳବନ୍ଦୀ ହୋଇଛି । ଜନପଥ ଏବଂ ସଚିବାଳୟ ମାର୍ଗରେ ପାଣି ଉବୁଟୁବୁ ହୋଇଛି । ଏହି ବର୍ଷା ବିଏମ୍ସିର ବର୍ଷା ପ୍ରସ୍ତୁତିକୁ ପଦାରେ ପକାଇ ଦେଇଛି । ରାତି ୮ଟା ୩୦ ସୁଦ୍ଧା ୨୨ ମିମି ବର୍ଷା ରେର୍କଡ କରାଯାଇଥିଲା । କଟକ ରୋଡ୍ ବମିଖାଲ ନିକଟରେ ଡ୍ରେନ୍ କାମ ଚାଲିଥିବାରୁ ସେଠାରେ ବର୍ଷାଜଳ ନିଷ୍କାସନ ସମସ୍ୟା ଯୋଗୁ ରାସ୍ତାରେ ପାଣି ଲହଡି ଖେଳିଥିଲା । ଫଳରେ ଅପରାହ୍ଣରୁ ରାତି ୮ଟା ପର୍ଯ୍ୟନ୍ତ ପ୍ରବଳ ଟ୍ରାଫିକ୍ ଭିଡ଼ ଦେଖିବାକୁ ମିଳିଥିଲା । ଘଣ୍ଟା ଘଣ୍ଟା ଧରି ଲୋକେ ଜାମ୍ରେ ଫଶି ରହିଥିଲେ । ଇସ୍କନ ଆଗରେ କାର୍ ଓ ବସ୍ ପାଣିରେ ବୁଡ଼ିଥିଲା । କିଛି ସମୟ ପରେ ପାଣି ନୂଆପଲ୍ଲୀ ବେହେରା ସାହି ଦମୟନ୍ତୀ ଆପାର୍ଟମେଣ୍ଟ ଅଞ୍ଚଳରେ ପାଣି ଜମିଥିଲା । ୨ ଘଣ୍ଟା ଧରିସ୍ଥିତି ଅସମ୍ଭାଳ ହୋଇଥିଲା । ଏହା ପରେ ବିଏମ୍ସି ପକ୍ଷରୁ ସେଠାରେ ପାଣି ପାଇପ୍ ପମ୍ପ ଲଗାଇ ଜଳ ନିଷ୍କାସନ କରାଯାଇଥିଲା ।

ଜୟଦେବ ବିହାର ଆଚର୍ଯ୍ୟବିହାର ଏନ୍ଏଚ୍ ଓଭରବ୍ରଜ୍ ଉପରେ ଆଣ୍ଠୁଏ ପାଣି ଜମିଥିଲା । ଫଳରେ ଏନ୍ଏଚ୍ରେ ନୂଆପଲ୍ଲୀ ପର୍ଯ୍ୟନ୍ତ ଟ୍ରାଫିକ୍ ଜାମ ହୋଇଥିଲା । ଏହା ସହ ଅପରପାର୍ଶ୍ୱ ରାସ୍ତା ତଥା ଏନ୍ଏଚ୍ ଓଭରବ୍ରିଜ୍ ଫାୟାରଷ୍ଟେସନରୁ ବରମୁଣ୍ଡା ଉପରେ ମଧ୍ୟ ପାଣି ଜମିଥିଲା । ରାଜମହଲରୁ ମାଷ୍ଟରକ୍ୟାଣ୍ଟିନ୍ ରାସ୍ତାରେ ପ୍ରବଳ ପାଣି ଜମିଥିଲା । ରାସ୍ତାରେ ପାଣି ଲହଡ଼ି ଖେଳିଥିଲା । ନହରକଣ୍ଟା ହରିଦାସପୁରରେ ପାଣି ଜମି ରାସ୍ତାରେ ଚାଲିବାରୁ ଲୋକେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଏହା ସହ ଟଙ୍କପାଣି ସାଇମନ୍ଦିର ରାସ୍ତାରେ ପାଣି ନିଷ୍କାସନ ହୋଇନପାରିବାରୁ ଜମିଥିଲା । ଏହା ବ୍ୟତୀତ ସୌଭାଗ୍ୟନଗରରେ, ପଞ୍ଚଶଖାନଗର, କଟକରୋଡ୍ ରେ ପାଣି ଜମିଛି । ପଟିଆ ନନ୍ଦନବିହାର, ଅହଲ୍ୟାନଗରରେ ପାଣି ଜମିଥିଲା । ବିଏମ୍ସି ପକ୍ଷରୁ ୧୭ଟି ତଳିଆ ଅଞ୍ଚଳରେ ଅଗ୍ନିଶମ ବିଭାଗ ସହଯୋଗରେ ପାଣି ପମ୍ପ ଲଗାଇ ଜଳ ନିଷ୍କାସନ କରାଯାଇଛି ।

  • Related Posts

    ୧.୭୯ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୯୯.୨୬ କୋଟି ଟଙ୍କା ସୁଧ ଫେରସ୍ତ

    ଓଡ଼ିଶାର ବିକାଶରେ ନେତୃତ୍ୱ ନେବେ ନାରୀଶକ୍ତି: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା • ୧୫,୫୨୬ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଆବର୍ତ୍ତନ ପାଣ୍ଠି, ୩୭୧ ଗ୍ରାମପଞ୍ଚାୟତ ସ୍ତରୀୟ ମହାସଂଘ ଗୋଷ୍ଠୀ ବିନିଯୋଗ ପାଣ୍ଠି ଓ ୬୦୫ ଆଞ୍ଚଳିକ ମହାସଂଘକୁ ନିରାପତ୍ତା ପାଣ୍ଠି ବାବଦକୁ ମୋଟ…

    Continue reading
    ଏସୀୟ କ୍ରୀଡ଼ା ସ୍ୱର୍ଣ୍ଣ ପଦକ ବିଜେତା ଅମିତ ରୋହିଦାସ ଓ ଶୀଳାନନ୍ଦ ଲାକ୍ରାଙ୍କୁ ସ୍ୱାଗତ କଲେ କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ

    ଭୁବନେଶ୍ୱର, ୦୬-୧୦-୨୬: ଜାପାନରେ ଆୟୋଜିତ ଏସୀୟ କ୍ରୀଡ଼ା ୨୦୨୬ରେ ସ୍ୱର୍ଣ୍ଣ ପଦକ ଜିତିବା ସହ ଲସ୍ ଆଞ୍ଜେଲସ୍ ଅଲମ୍ପିକ୍ସ (LA28) ପାଇଁ ଯୋଗ୍ୟତା ହାସଲ କରିଥିବା ଭାରତୀୟ ହକି ଟିମ୍‌ର ଓଡ଼ିଶା ତାରକା ଅମିତ ରୋହିଦାସ ଓ ଶୀଳାନନ୍ଦ ଲାକ୍ରା ଭୁବନେଶ୍ୱରରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ