ବର୍ଷିୟାନ୍‌‌ ଅଭିନେତା ମନୋଜ କୁମାରଙ୍କ ସହ ହିନ୍ଦୀ ସିନେମାରେ ଏକ ଯୁଗର ଅନ୍ତ

ମୁମ୍ବାଇ: ପଞ୍ଚଭୂତରେ ଲୀନ ହେଲେ ଭାରତୀୟ ସିନେମାର ବର୍ଷିୟାନ୍‌‌ ଅଭିନେତା ମନୋଜ କୁମାର । ଶନିବାର ମୁମ୍ବାଇର ଜୁହୁସ୍ଥିତ ପବନହଂସ ଶ୍ମଶାନ ଘାଟରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷ କୃତ୍ୟ ସମ୍ପନ୍ନ ହୋଇଛି । ଦୀର୍ଘ ଦିନର ଅସୁସ୍ଥତା ପରେ ୪ ଏପ୍ରିଲରେ ୮୭ ବର୍ଷ ବୟସରେ ମୃତ୍ୟୁବରଣ କରିଥିବା ଏହି ଅଭିନେତାଙ୍କର ଅନ୍ତିମ ସଂସ୍କାରରେ ଅମିତାଭ ବଚ୍ଚନ, ପ୍ରେମ ଚୋପ୍ରା ଓ ବଲିଉଡ୍‌ ଜଗତ ଏବଂ ତାଙ୍କ ପରିବାର ସଦସ୍ୟମାନେ ଅଭିନେତାଙ୍କୁ ଶେଷ ବିଦାୟ ଦେଇଛନ୍ତି । ଯାହାଙ୍କ ମୃତ୍ୟୁ ହିନ୍ଦୀ ସିନେମା ପାଇଁ ଏକ ଯୁଗର ଅନ୍ତ ବୋଲି କହିଲେ ଭୁଲ୍‌‌ ହେବ ନାହିଁ । ତାଙ୍କ ପରିବାର ସଦସ୍ୟ ଏବଂ କର୍ମଚାରୀମାନେ ଜାତୀୟ ପତାକାର ପ୍ରତୀକ ତ୍ରିରଙ୍ଗା ଫୁଲରେ ସଜ୍ଜିତ ଏକ ଆମ୍ବୁଲାନ୍ସ ତାଙ୍କ ପାର୍ଥିବ ଶରୀରକୁ ବହନ କରି ନେଇଥିଲେ। ଦେଶାତ୍ମବୋଧ ଚଳଚ୍ଚିତ୍ର ପାଇଁ ବେଶ୍‌ ଲୋକପ୍ରିୟ ଥିଲେ ମନୋଜ ।‘ଭାରତ’ ନାଁରେ ସେ ଥିଲେ ବେଶ୍‌ ଲୋକପ୍ରିୟ । ୧୯୯୨ ମସିହା​‌ରେ ପଦ୍ମଶ୍ରୀ ଏବଂ ଦାଦା ସାହେବ ଫାଲକେ ସମ୍ମାନରେ ତାଙ୍କୁ ସମ୍ମାନିତ କରାଯାଇଥିଲା । ରୋଟି କପଡା ଔର୍‌ ମକାନ୍‌, ଆଦମୀ, ଉପକାର୍‌, ବେଇମାନ୍‌, ମେରା ନାମ୍‌ ଜୋକର, ଅମାନତ୍‌, କ୍ରାନ୍ତି, ଦଶନମ୍ବରୀ, ମୈଦାନୀ ଜଙ୍ଗ ଆଦି ଚଳଚ୍ଚିତ୍ରରେ ନିଜର ନିଖୁଜ ଅଭିନୟ ଜରିଆରେ ଦର୍ଶକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିଲେ ମନୋଜ କୁମାର । ସୂଚନାଯୋଗ୍ୟ, ଶୁକ୍ରବାର ଭୋର ପ୍ରାୟ ୩ଟା ୩୦ ସମୟରେ ମୁମ୍ବାଇର କୋକିଳାବେନ୍‌ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ୮୭ ବର୍ଷୀୟ ମନୋଜ କୁମାରଙ୍କ ଦେହାନ୍ତ ଘଟିଛି ।

  • Garvita Odia

    Related Posts

    ୧୯ଟି ମାଛର ଦାମ ୩୩ ଲକ୍ଷ

    ଭୋଗରାଇ : ମାଛ କରିଦେଲା ଲକ୍ଷପତି । ୧୯ଟି ମାଛର ଦାମ ୩୩ ଲକ୍ଷ । ମତ୍ସ୍ୟଜୀବୀଙ୍କ ଜାଲରେ ପଡ଼ିଲା ତେଲିଆ ଭୋଳା ମାଛ । ଯାହାକୁ ଦେଖିବାକୁ ଦୀଘା ମୁହାଣରେ ପର୍ୟ୍ୟଟକଙ୍କ ଭିଡ଼ ଲାଗିଛି । ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗ…

    ଆନନ୍ଦ ଉଲ୍ଲାସ ନେଇ ଆସିଛି ରଜ ପର୍ବ

    ଭୁବନେଶ୍ୱର: ବର୍ଷେ ଅପେକ୍ଷା ପରେ ଆନନ୍ଦ ଉଲ୍ଲାସ ନେଇ ଆସିଛି ରଜ ପର୍ବ । ଗଣପର୍ବର ଆଜି ପହିଲି ରଜ । ପିଠା-ମିଠାର ବାସ୍ନାରେ ମହକୁଛି ଗାଁରୁ ସହର । ପାନ ଖିଲ ପାଟିରେ ମାରି, ଦୋଳି ଖେଳି ସମସ୍ତେ ରଜ…

    Leave a Reply

    Your email address will not be published. Required fields are marked *

    You Missed

    ରାଜ୍ୟ କ୍ୟାବିନେଟ୍‌ରେ ୧୩ ପ୍ରସ୍ତାବକୁ ମଂଜୁରୀ

    ରାଜ୍ୟ କ୍ୟାବିନେଟ୍‌ରେ ୧୩ ପ୍ରସ୍ତାବକୁ ମଂଜୁରୀ

    କଂଗ୍ରେସ କର୍ମୀଙ୍କୁ ଜଗିବ AI କ୍ୟାମେରା ଓ ଡ୍ରୋନ୍

    କଂଗ୍ରେସ କର୍ମୀଙ୍କୁ ଜଗିବ AI କ୍ୟାମେରା ଓ ଡ୍ରୋନ୍

    ବିଜେଡି ଆନ୍ଦୋଳନ ମାଧ୍ୟମରେ ନିଜର ଅସ୍ଥିତ୍ବ ରକ୍ଷା କରିବାକୁ ଉଦ୍ୟମ କରୁଥିଲା:ବିଜେପି

    ବିଜେଡି ଆନ୍ଦୋଳନ ମାଧ୍ୟମରେ ନିଜର ଅସ୍ଥିତ୍ବ ରକ୍ଷା କରିବାକୁ ଉଦ୍ୟମ କରୁଥିଲା:ବିଜେପି

    ଶିକ୍ଷା ଓ ଅନୁସନ୍ଧାନ : ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉକ୍ରର୍ଷ କେନ୍ଦ୍ର

    ଶିକ୍ଷା ଓ ଅନୁସନ୍ଧାନ : ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉକ୍ରର୍ଷ କେନ୍ଦ୍ର

    ଭିଜିଲାନ୍ସ ହାବୁଡ଼ରେ ଉପନିବନ୍ଧକ କାର୍ୟ୍ୟାଳୟର କର୍ମଚାରୀ

    ଭିଜିଲାନ୍ସ ହାବୁଡ଼ରେ ଉପନିବନ୍ଧକ କାର୍ୟ୍ୟାଳୟର  କର୍ମଚାରୀ

    ବାଲେଶ୍ବର ପୀଡ଼ିତାଙ୍କ ପାଇଁ ସଂସଦରେ ସ୍ବର ଉଠାଇବ କଂଗ୍ରେସ

    ବାଲେଶ୍ବର ପୀଡ଼ିତାଙ୍କ ପାଇଁ ସଂସଦରେ ସ୍ବର ଉଠାଇବ କଂଗ୍ରେସ