ବସ୍‌ ସହ ଧକ୍କା ହୋଇ ଜଳିଗଲା କାର୍‌, ଗୋଟିଏ ପରିବାରର 9 ମୃତ

ୟାଦଗିର (କର୍ଣ୍ଣାଟକ): ବସ୍ ସହିତ କାର୍‌ ମୁହାଁମୁହିଁ ଧକ୍କା । ରାସ୍ତାରେ ହୁତୁହୁତୁ ହୋଇ ଜଳିଗଲା କାର୍‌ । ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଗୋଟିଏ ପରିବାର 9 ଜଣଙ୍କ ମୃତ୍ୟୁ ହୋଇଛି । କର୍ଣ୍ଣାଟକର ସୁରପୁର ତାଲୁକର ଶାନ୍ତପୁରା କ୍ରସ ନିକଟରେ ଏହି ଦୁର୍ଘଟଣା ଘଟିଛି ।

ପ୍ରାଥମିକ ତଦନ୍ତ ଏବଂ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନକୁ ଉଦ୍ଧୃତ କରି, ପୋଲିସ ଅଧୀକ୍ଷକ ପୃଥ୍ବୀକ ଶଙ୍କର କହିଛନ୍ତି ଯେ, କମ୍ପାକ୍ଟ ୟୁଟିଲିଟି ଭେଇକିଲ୍ (CUV) କାର୍‌ର ଟାୟାର ଫାଟିଯାଇଥିଲା । ପରେ ଡ୍ରାଇଭର ନିୟନ୍ତ୍ରଣ ହରାଇବାରୁ କାର୍‌ଟି ଏକ ଘରୋଇ ବସ୍ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା । ପରେ CUVରେ ନିଆଁ ଲାଗିଯାଇଥିଲା । ଧକ୍କାର ପ୍ରଭାବ ଏତେ ତୀବ୍ର ଥିଲା ଯେ କାର୍‌ ଏବଂ ବସ୍ ଉଭୟ ନିଆଁରେ ସମ୍ପୂର୍ଣ୍ଣ ଜଳି ଯାଇଥିଲା । ଅଗ୍ନିଶମ ଏବଂ ଜରୁରୀକାଳୀନ ସେବା କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇଥିଲେ । ଦୁର୍ଘଟଣାରେ 9 ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି ।

ମୃତକମାନେ ହେଲେ କୃଷ୍ଣ ନାୟକ (52) ଏବଂ ତାଙ୍କ ପତ୍ନୀ ଅନନ୍ତ କାଲା (45); ଶରଣପ୍ପା (36) ଏବଂ ତାଙ୍କ ପତ୍ନୀ ନିସର୍ଗ (30); ସେମାନଙ୍କ ପିଲା ସିଦ୍ଧାର୍ଥ (3), ଅଦ୍ବିକ୍ (5) ଏବଂ ଶ୍ରୀନିଧି (1.5); ଏବଂ ଶଶିକଳା (30) ଏବଂ ତାଙ୍କ ପୁଅ ଚନ୍ଦନ (8) ବୋଲି ପୋଲିସ କହିଛି । ସେପଟେ ଶଶିକଳାଙ୍କ ଅନ୍ୟ ପୁଅ ବିରାଟ (10) ଅଳ୍ପକେ ବଞ୍ଚି ଯାଇଛନ୍ତି ବୋଲି ପୋଲସ କହିଛି ।

ଦୁର୍ଘଟଣା ସମୟରେ କାରରେ ପାଞ୍ଚ ଜଣ ପିଲା ସମେତ ମୋଟ 10 ଜଣ ଯାତ୍ରା କରୁଥିଲେ । ଘଟଣାସ୍ଥଳରେ ହିଁ ଚାରି ଜଣ ଯାତ୍ରୀ, ସେମାନଙ୍କ ମଧ୍ୟରୁ ଦୁଇ ଜଣ ପିଲା ଜୀବନ୍ତ ଦଗ୍ଧ ହୋଇଯାଇଥିଲେ ।ସମସ୍ତ ଯାତ୍ରୀଙ୍କୁ ଚିକିତ୍ସା ପାଇଁ ୟଦଗିରି ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ କୁ ପଠାଯାଇଥିଲା । ସେଠାରେ 9 ଜଣଙ୍କୁ ମୃତ ଘୋଷଣା କରାଯାଇଥିଲା । ଦୁର୍ଘଟଣାରୁ ବଞ୍ଚି ଯାଇଥିବା ବିରାଟଙ୍କ ଚିକିତ୍ସା ଚାଲିଛି ।

  • Related Posts

    ନିଲମ୍ବନ ହେବେନି ସିଇସି ଜ୍ଞାନେଶ କୁମାର : ସୁପ୍ରିମକୋର୍ଟ

    ଭାରତର ନିର୍ବାଚନ କମିସନର ଅନ୍ୟ ଦୁଇ ନିର୍ବାଚନ କମିସନରଙ୍କ ସମ୍ମତି ବିନା ଏକପାଖିଆ ନିଷ୍ପତ୍ତି ନେବାର ଅଭିଯୋଗରେ ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କୁ ନିଲମ୍ବିତ କରିବା ପାଇଁ ସୁପ୍ରିମକୋର୍ଟ ଏକ ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶ ଜାରି କରିବାକୁ ମନା କରିଦେଇଛନ୍ତି। ଜ୍ଞାନେଶ…

    Continue reading
    ପାଇଲଟଙ୍କ ଟାର୍ଗେଟରେ ଥିଲା ବିମାନ ବନ୍ଦର

    ଫ୍ଲାଏ ଦୁବାଇ ବିମାନର ଭାରତୀୟ ପାଇଲଟ ସ୍ମିତ ମଚ୍ଛରଙ୍କୁ ନେଇ ସବୁଠି ଚର୍ଚ୍ଚା । ଛୁରା ମାଡ଼ ସତ୍ତ୍ୱେ ବି ହାରନମାନି ଶହ ଶହ ଯାତ୍ରୀଙ୍କ ଜୀବନ ବଞ୍ଚାଇବାକୁ ନେଇ ତାଙ୍କୁ ଦେଶ ବିଦେଶରୁ ତାଙ୍କର ସାହସୀକତା ପାଇଁ ଅନେକ ପ୍ରଶଂସା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ