ବାଂଲାଦେଶରେ ହିନ୍ଦୁ ନେତା ଚିନ୍ମୟ ପ୍ରଭୁ ଗିରଫ, ଦେଶଦ୍ରୋହ ମାମଲା

ବାଂଲାଦେଶରେ ହିନ୍ଦୁ ନେତା ତଥା ଇସ୍କନ ସଦସ୍ୟ ଚିନ୍ମୟ କୃଷ୍ଣ ଦାସ ପ୍ରଭୁଙ୍କୁ ଗିରଫ କରାଯାଇଥିବା ନେଇ ଏକ ରିପୋର୍ଟ ସାମ୍ନାକୁ ଆସିଛି। ସେ ବାଂଲାଦେଶରେ ହେଉଥିବା ହିନ୍ଦୁ ବିରୋଧୀ ହିଂସାକୁ କ୍ରମାଗତ ଭାବେ ବିରୋଧ କରିବା ସହ ନିକଟରେ ହିନ୍ଦୁଙ୍କ ସପକ୍ଷରେ ସେ ଏକ ରାଲି ମଧ୍ୟ କରିଥିଲେ। ତେବେ ବାଂଲାଦେଶରୁ ପ୍ରକାଶ ରିପୋର୍ଟ ଅନୁସାରେ ତାଙ୍କୁ ଦେଶଦ୍ରୋହ ମାମଲାରେ ଢାକା ଏୟାରପୋର୍ଟରୁ ପୁଲିସ ଉଠାଇ ନେଇଛି।
ଇସ୍କନ ସଦସ୍ୟ ଚିନ୍ମୟ କୃଷ୍ଣ ଦାସ ପ୍ରଭୁ ୨୨ ନଭେମ୍ବରରେ ବାଂଲାଦେଶର ରଙ୍ଗପୁରରେ ହିନ୍ଦୁମାନଙ୍କ ସମର୍ଥନରେ ଏକ ଶୋଭାଯାତ୍ରା ଆୟୋଜନ କରିଥିଲେ। ଏହି ରାଲିରେ ହିନ୍ଦୁମାନଙ୍କ ଉପରେ ହୋଇଥିବା ଆକ୍ରମଣକୁ ବିରୋଧ କରାଯାଇଥିଲା। କୁହାଯାଉଛି ଯେ ଏହି କାରଣରୁ ଚିନ୍ମୟ ପ୍ରଭୁଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବାଂଲାଦେଶରେ ମହମ୍ମଦ ୟୁନୁସଙ୍କ ଅନ୍ତରୀଣ ସରକାର ଲଗାତାର ଭାବେ ସଂଖ୍ୟାଲଘୁ, ବିଶେଷ କରି ହିନ୍ଦୁଙ୍କ ଉପରେ ଅତ୍ୟାଚାର ଜାରି ରିଖିଛି। ଏହା ବିରୋଧରେ ବାଂଲାଦେଶ ଇସ୍କନର ସଦସ୍ୟ ଚିନ୍ମୟ କୃଷ୍ଣ ଦାସ ପ୍ରଭୁ ବାଂଲାଦେଶୀ ହିନ୍ଦୁମାନଙ୍କ ପ୍ରତି ହେଉଥିବା ଅତ୍ୟାଚାରକୁ ନେଇ ସରକାର ହିନ୍ଦୁମାନଙ୍କୁ ଭାଗ ଭାଗ କରିବା ପାଇଁ ଷଡଯନ୍ତ୍ର କରୁଥିବା ଅଭିଯୋଗ କରିଥିଲେ।
ଦେଶଦ୍ରୋହ ମାମଲା ରୁଜୁ କରିଥିଲେ ବାଂଲାଦେଶ ସରକାର
ବାଂଲାଦେଶର ମେହେରପୁରରେ ଥିବା ଇସ୍କନ ମନ୍ଦିର ଉପରେ ହୋଇଥିବା ଆକ୍ରମଣକୁ ନେଇ ଚିନ୍ମୟ ପ୍ରଭୁ ହିନ୍ଦୁ ମନ୍ଦିରର ସୁରକ୍ଷାକୁ ନେଇ ଉଦବେଗ ପ୍ରକାଶ କରିଥିଲେ। ସେ ଏହା ମଧ୍ୟ କହିଥିଲେ ଯେ ଅନେକ ହିନ୍ଦୁ ଏବଂ ସଂଖ୍ୟାଲଘୁ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି ଏବଂ ପଶ୍ଚିମବଙ୍ଗ ଏବଂ ତ୍ରିପୁରା ସୀମା ଦେଇ ଭାରତ ଯାଉଛନ୍ତି। ତେବେ ଏହି ବର୍ଷ ଅକ୍ଟୋବରରେ ଚିନ୍ମୟ ପ୍ରଭୁଙ୍କ ବିରୋଧରେ ବାଂଲାଦେଶ ସରକାର ଦେଶଦ୍ରୋଦ ମାମଲା ରୁଜୁ କରିଥିଲେ। ହିନ୍ଦୁ ସଂଗଠନ ସହ ଜଡ଼ିତ ଅନ୍ୟ ନେତାଙ୍କ ବିରୋଧରେ ସଧ୍ୟ ସମାନ ମାମଲା ରୁଜୁ ହୋଇଥିଲା। ଏବେ ଚିନ୍ମୟ ପ୍ରଭୁଙ୍କ ଗିରଫ ପରେ ପୁଣିଥରେ ଏକାଧିକ ସ୍ଥାନରେ ବହୁ ସଂଖ୍ୟାରେ ହିନ୍ଦୁ ଆନ୍ଦୋଳନକୁ ଓହ୍ଲାଇଛନ୍ତି।

  • Related Posts

    ବିଦେଶୀ ମୁଦ୍ରା ଭଣ୍ଡାର ୧୦.୫ ବିଲିଅନ ଡଲାର ବଢ଼ିଲା

    ନୂଆଦିଲ୍ଲୀ : ଜୁଲାଇ ୩୧ରେ ଶେଷରେ ଭାରତର ବିଦେଶୀ ମୁଦ୍ରା ଭଣ୍ତାରରେ ୧୦.୫ ବିଲିଅନ ଡଲାରର ବୃଦ୍ଧି ହୋଇଛି। ଏଥିଯୋଗୁଁ ଦେଶର ବିଦେଶୀ ମୁଦ୍ରା ଭଣ୍ଡାର ୬୯୨.୮୭ ବିଲିଅନ ଡଲାର ସ୍ତରରେ ପହଞ୍ଚିଛି। ଗତ ଦୁଇ ମାସରୁ ଅଧିକ ସମୟ ମଧ୍ୟରେ…

    Continue reading
    ବର୍ଷା ଏବଂ ଭୂସ୍ଖଳନ ପାଇଁ ଅମରନାଥ ଯାତ୍ରା ସ୍ଥଗିତ

    ନୂଆଦିଲ୍ଲୀ: ଲଗାତାର ବର୍ଷା ଓ ଭୂସ୍ଖଳନ ଯୋଗୁଁ ରାସ୍ତାଘାଟରେ ବ୍ୟାପକ କ୍ଷୟକ୍ଷତି ହେବା ପରେ ଚଳିତବର୍ଷର ବାବା ଅମରନାଥ ଯାତ୍ରାକୁ ନିର୍ଦ୍ଧାରିତ ସମୟର ୨୦ ଦିନ ପୂର୍ବରୁ ସ୍ଥଗିତ ରଖାଯାଇଛି। ସୁରକ୍ଷା ଦୃଷ୍ଟିରୁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଆଜିଠାରୁ ଆଉ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ