ବାଂଲାଦେଶୀ କ୍ରିକେଟର କିଣି ବିବାଦରେ କେ‌କେଆର ମାଲିକ ଶାହରୁଖ

ମୁମ୍ବାଇ: ଦେଶରେ ଖବୁଶୀଘ୍ର ଆରମ୍ଭ ହେବ ୨୦୨୬ ଇଣ୍ଡିଆନ୍ ପ୍ରିମିୟର ଲିଗ୍(IPL)। ଏଥିପାଇଁ ବିଭିନ୍ନ ଦଳ ନିଜ ମନ ପସନ୍ଦର ଖେଳାଳିଙ୍କୁ କିଣିଛନ୍ତି। କୋଟି କୋଟି ଟଙ୍କା ଦେଇ ଦେଶ ସହ ବିଦେଶୀ ଖେଳାଳିଙ୍କୁ ମଧ୍ୟ କିଣାଯାଇଛି। ଏଇ ଖେଳାଳି କିଣାକୁ ନେଇ ଏବେ ବିବାଦରେ ରହିଛି କୋଲକାତା ନାଇଟ୍ ରାଇଡର୍ସ (କେକେଆର)। ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ଅତ୍ୟାଚାର ହେଉଥିବା ବେଳେ ୩ଝଣଙ୍କୁ ହତ୍ୟା କରାଯାଇଛି। ଏହା ସତ୍ତ୍ବେ ବି କେକେଆର ବାଂଲାଦେଶୀ କ୍ରିକେଟର ମୁସ୍ତାଫିଜୁର ରହମାନଙ୍କୁ କିଣିବାରୁ ବିବାଦ ଆରମ୍ଭ ହୋଇଛି। ଏଥିପାଇଁ କେକେଆର ମାଲିକ ତଥା ଅଭିନେତା ଶାହରୁଖ ଖାନଙ୍କୁ ସମାଲୋଚନାର ଶିକାର ହେବାକୁ ପଡ଼ିଛି।

ଅଖଡ଼ା ପରିଷଦର ସଭାପତି ମହନ୍ତ ରବିନ୍ଦ୍ର ପୁରୀ ଏହି ପ୍ରସଙ୍ଗରେ ନିଜର ମତ ପ୍ରକାଶ କରିଛନ୍ତି। ସେ କହିଛନ୍ତି, “ଶାହାରୁଖ ଖାନଙ୍କୁ ଯାହା ସମ୍ମାନ ଏବଂ ସ୍ୱୀକୃତି ମିଳିଛି ତାହା ଭାରତ ଏବଂ ଏହାର ଲୋକଙ୍କ ଯୋଗୁଁ। ତେଣୁ, ତାଙ୍କୁ ଦେଶବାସୀଙ୍କ ଭାବନା ଏବଂ ଜାତୀୟ ସ୍ୱାର୍ଥକୁ ପୂର୍ଣ୍ଣ ସମ୍ମାନ ଦେବା ଉଚିତ। ଦେଶ ବିରୋଧୀ ଚିନ୍ତାଧାରା କିମ୍ବା ଦେଶବାସୀଙ୍କ ଭାବନା ବିରୋଧରେ ଯାଉଥିବା ନିଷ୍ପତ୍ତିକୁ କୌଣସି ପରିସ୍ଥିତିରେ ଗ୍ରହଣ କରାଯିବ ନାହିଁ। ଏହା ଆମ ବିଶ୍ୱାସକୁ ଆଘାତ ଦେଇଛି। ମୁଁ ଚାହୁଁଛି ଯେ ଶାହରୁଖ ତାଙ୍କ ନିଷ୍ପତ୍ତିକୁ ବଦଳାନ୍ତୁ।”
ଶିବସେନା (UBT) ସବୁଠାରୁ କଡ଼ା ପ୍ରତିକ୍ରିୟା ପ୍ରକାଶ କରି କହିଛି ଯେ, ଯଦି ବାଂଲାଦେଶୀ ଖେଳାଳିଙ୍କୁ ଖେଳିବାକୁ ଅନୁମତି ଦିଆଯାଏ ତେବେ ପ୍ରତିବାଦ କରାଯିବ। ଦଳର ମୁଖପାତ୍ର ଆନନ୍ଦ ଦୁବେ କହିଛନ୍ତି ଯେ, “ଯଦି ଶାହରୁଖ ଖାନ ତାଙ୍କୁ ତାଙ୍କ ଦଳରୁ ବାହାର କରିଦିଅନ୍ତି, ତେବେ ଆମେ ସମସ୍ତେ ତାଙ୍କୁ ସମ୍ମାନ ଦେବୁ, ସମ୍ମାନିତ କରିବୁ,ଏବଂ ତାଙ୍କୁ ଉପଯୁକ୍ତ ସ୍ୱୀକୃତି ଦେବୁ। କିନ୍ତୁ ଯଦି ଶାହରୁଖ ଖାନ ତାଙ୍କୁ ଖେଳିବାକୁ ଦେଇ ଟଙ୍କା ରୋଜଗାର କରନ୍ତି, ତେବେ ସେହି ଟଙ୍କା ବାଂଲାଦେଶରେ ଆତଙ୍କବାଦୀଙ୍କୁ ପୋଷଣ କରିବା ଏବଂ ଆମ ଦେଶ ବିରୋଧରେ ଷଡ଼ଯନ୍ତ୍ର କରିବା ପାଇଁ ବ୍ୟବହୃତ ହେବ। ଆମେ କୌଣସି ପରିସ୍ଥିତିରେ ଏହା ହେବାକୁ ଦେବୁ ନାହିଁ। ବାଂଲାଦେଶ ଏବଂ ପାକିସ୍ତାନ ଉଭୟ ଆମର ଶତ୍ରୁ। ସେମାନଙ୍କୁ ସମ୍ପୂର୍ଣ୍ଣ ବୟକଟ ନକରି ଆମେ ଶାନ୍ତ ରହିବୁ ନାହିଁ।”

  • Related Posts

    ଏସୀୟ କ୍ରୀଡା ; ହାରିଲା ପାକିସ୍ତାନ; ଟିମ୍ ଇଣ୍ଡିଆ ଜିତିଲା ସ୍ୱର୍ଣ୍ଣ ପଦକ

    ନୂଆଦିଲ୍ଲୀ : ଏସୀୟ କ୍ରୀଡାରେ ଇତିହାସ ରଚିଲା ଭାରତ। କ୍ରିକେଟରେ ସ୍ୱର୍ଣ୍ଣ ପଦକ ଜିତିଲା ଭାରତ। ଫାଇନାଲରେ ପାକିସ୍ତାନକୁ ହରାଇ ସୁନା ଜିତିଲା ଟିମ୍ ଇଣ୍ଡିଆ। ଲଗାତାର ୨ୟ ଥର ପାଇଁ ସ୍ୱର୍ଣ୍ଣ ପଦକ ହାତେଇଲା ଭାରତ। ୧୯ ରନରେ ପାକିସ୍ତାନକୁ…

    Continue reading
    ଲଭଲିନା ରଚିଲେ ଇତିହାସ, ମେରି କମଙ୍କ ପରେ ସ୍ବର୍ଣ୍ଣ ଜିତିଥିବା ଦ୍ବିତୀୟ ଭାରତୀୟ

    ଭାରତୀୟ ବକ୍ସର ଲଭଲିନା ବୋରଗୋହେନ ୨୦୨୬ ଏସୀୟ କ୍ରୀଡ଼ାରେ ଦେଶ ପାଇଁ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଛନ୍ତି । ମହିଳା ୭୫ କିଲୋଗ୍ରାମ ବର୍ଗର ଫାଇନାଲରେ ଚୀନର ବକ୍ସର ବାଓ ଜିୟିଙ୍କୁ ୫-୦ରେ ପରାସ୍ତ କରିଛନ୍ତି । ପ୍ରଥମ ଦୁଇ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ