
ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଆଜି ବାଘଛାଲ ବିକ୍ରି ପାଇଁ ମୂଲଚାଲ ଚାଲିଥିବା ବେଳେ ଏସ୍ଟିଏଫ୍ର ଟିମ୍ ଅତର୍କିତ ଚଢ଼ାଉ କରି ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି।
ଭୁବନେଶ୍ୱରରେ ବାଘ ଛାଲ ଡ଼ିଲ ବେଳେ ଏସ୍ଟିଏଫ୍ର ଟିମ୍ ଅତର୍କିତ ଚଢ଼ଉ କରିଥିଲେ। ଫନ୍ଫୋଭ୍ୟାଲି ରୋଡ଼ରେ ଅଢେଇ ଲକ୍ଷ ଟଙ୍କାରେ ଛାଲ ବିକ୍ରି କରିବା ପାଇଁ ଦୁଇ ଅଭିଯୁକ୍ତ ଭୁବନେଶ୍ୱର ଆସିଥିଲେଓ ତେବେ ଏହି ଡିଲ ଚାଲିଥିବା ବେଳେ ଏସ୍ଟିଏଫ୍ ଅତର୍କିତ ଚଢ଼ାଉ କରିଥିଲା।
ଏସ୍ଟିଏଫ୍ ଏସ୍ପି ରବି ଶତପଥୀ କହିଛନ୍ତି, ବାଘ ଛାଲ ଜବତ କରାଯାଇଛି। ଯେଉଁ ବାଘକୁ ଶିକାର କରାଯାଇଛି, ଏହାର ବୟସ ପାଖାପାଖି ୧୦ ବର୍ଷ ହେବ। ନୟାଗଡ଼ର ବାଣୀଗୋଚ୍ଛା ଜଙ୍ଗଲରେ ବାଘ ଶିକାର କରାଯାଇଥିଲା। ବାଘ ଛାଲ ଜବତ ହୋଇଛି। କିନ୍ତୁ ବାଘର ଅନ୍ୟ ସବୁ ଜିନିଷ ମିଳିପାରି ନାହିଁଓ ବାଘର ନଖ, ମାଂସ, ଦାନ୍ତ ଆଦି କୁଆଡେ ଗଲା ସେନେଇ ଖୋଳତାଡ଼ ଜାରି ରହିଛି। ଏସ୍ଟିଏଫ୍ ଟିମ୍ ବାଘର ମୃତ୍ୟୁ ହୋଇଥିବା ସ୍ଥାନକୁ ଯାଇ ସର୍ଜମିନ ତଦନ୍ତ ଆରମ୍ଭ କରାଯିବା।