ବାତ୍ୟା: ୧୫୦ କିମି ବେଗରେ ବହିବ ପବନ

ଭୁବନେଶ୍ୱର: ଅତି ଭୀଷଣ ବାତ୍ୟା (ଭେରି ସିଭିୟର ସାଇକ୍ଲୋନ) ଆନ୍ଧ୍ରଓଡ଼ିଶା ଉପକୂଳ ଆଡ଼କୁ ଆସିପାରେ । ଆସନ୍ତା ୨୭ ରାତି କିମ୍ବା ୨୮ ସକାଳୁ ପଶିପାରେ ଆନ୍ଧ୍ର ଉପକୂଳରେ । ସେତେବେଳେ ମାଡ଼ ହୋଇପାରେ ୧୫୦ କିଲୋମିଟର ବେଗରେ ପବନ । ଏଭଳି ଭୟାନକ ଆକଳନ ଦେଖାଇଛନ୍ତି ବିଭିନ୍ନ ଆନ୍ତର୍ଜାତିକ ପାଣିପାଗ ମଡେଲ୍‌ । ପ୍ରମୁଖ ପାଣିପାଗ ମଡେଲ୍‌ ଇସିଏମଡବ୍ଲ୍ୟୁଏଫ୍‌ ଏବଂ ଜିଏଫଏସ୍‌ ପକ୍ଷରୁ ଜାରି କରାଯାଇଥିବା ତାଜା ପୂର୍ବାନୁମାନରେ ସମ୍ଭାବ୍ୟ ବାତ୍ୟା ଆନ୍ଧ୍ର ଉପକୂଳରେ ମାଡ଼ ହେବା ସମ୍ଭାବନା ରହିଛି । ସିଧା ମାଡ଼ ନ ହେଲେ ବି ଓଡ଼ିଶା ପ୍ରଭାବିତ ହେବା ଆଶଙ୍କା ରହିଛି । ବିଶେଷ କରି ଦକ୍ଷିଣ ଓଡ଼ିଶା, ଉପକୂଳବର୍ତ୍ତୀ ଅଞ୍ଚଳରେ ପବନ ସହ ପ୍ରବଳ ବର୍ଷା ହୋଇପାରେ ।
ଆଇଏମଡି ପୂର୍ବାନୁମାନରେ ବାତ୍ୟା ବା ସାଇକ୍ଲୋନ ସମ୍ପର୍କରେ କିଛି ଉଲ୍ଲେଖ କରାଯାଇନାହିଁ । କିନ୍ତୁ, ପୂର୍ବାନୁମାନରୁ ସ୍ପଷ୍ଟ ସଙ୍କେତ ମିଳୁଛି, ଲଘୁଚାପ ଘନୀଭୂତ ହୋଇ ବାତ୍ୟା ରୂପ ନେବା ସମ୍ଭାବନା ଅଛି । କାରଣ ଘଣ୍ଟା ପ୍ରତି ୬୨ କିମିରୁ ଅଧିକ ପବନ ହେଲେ ତାହା ବାତ୍ୟା ଶ୍ରେଣୀଭୁକ୍ତ ହୋଇଥାଏ । ୮୮ କିମିରୁ ୧୧୭ କିମି ପବନ ହେଲେ ତାହା ଭୀଷଣ ବାତ୍ୟା କୁହାଯାଏ । ୧୧୮ କିମିରୁ ୧୬୫ କିମି ପବନ ବହିଲେ ଏହାକୁ ଅତି ଭୀଷଣ ବାତ୍ୟା କୁହାଯିବ । ଆଇଏମଡି ବିସ୍ତାରିତ ସୂଚନା ଅନୁସାରେ ସମ୍ଭାବ୍ୟ ସିଷ୍ଟମ ପ୍ରଭାବରେ ଓଡ଼ିଶା ଏବଂ ଆନ୍ଧ୍ରରେ ପ୍ରବଳ ବର୍ଷା ହୋଇପାରେ । ଓଡ଼ିଶାରେ ୨୬ରୁ ୨୮ ଏବଂ ଆନ୍ଧ୍ରରେ ୨୫ରୁ ୨୮ ବର୍ଷା ସମ୍ଭାବନା ଅଛି । ଓଡ଼ିଶାରେ ୨୭ ଓ ୨୮ରେ କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ୨୩ ସନ୍ଧ୍ୟାରୁ ସମୁଦ୍ର ଅଶାନ୍ତ ରହିପାରେ । ତେବେ ୩୧ ତାରିଖବେଳକୁ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସମ୍ଭାବନା ରହିଛି । ସମ୍ଭବତଃ ଏହା ପ୍ରଭାବରେ ରାଜ୍ୟରେ ପୁଣି ବର୍ଷା ବଢ଼ିପାରେ ।

  • Related Posts

    ବାତ୍ୟା ଭୟ, ସବୁ ଜିଲ୍ଲାପାଳଙ୍କୁ ଆଲର୍ଟ କଲେ ସ୍ବତନ୍ତ୍ର ରିଲିଫ କମିଶନର

    ଭୁବନେଶ୍ଵର : ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ । ସକାଳେ ପୂର୍ବ-କେନ୍ଦ୍ରୀୟ ଏବଂ ସଂଲଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଆସନ୍ତାକାଲି ଅବପାତ ଏବଂ ୨୫ ଅକ୍ଟୋବରରେ ଗଭୀର ଅବପାତର ରୂପ ନେବ । ୨୬ ଅକ୍ଟୋବର…

    Continue reading
    ଜଙ୍ଗଲରୁ ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର

    ଉମରକୋଟ: ନବରଙ୍ଗପୁରଜିଲ୍ଲା ଉମରକୋଟ ବ୍ଲକ ଚିକଲପଦର ନିକଟରେ ଥିବା କେନାଲ ପାର୍ଶ୍ୱ ସଂରକ୍ଷିତ ଜଙ୍ଗଲରୁ ଜଣେଅଜଣାମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି।ତାଙ୍କର ବୟସ ୪୦ରୁ ୪୫ ଵୋଲି ଅନୁମାନ କରାଯାଉଛି। ସକାଳୁ କିଛି ଗ୍ରାମବାସୀ ଶୌଚ ପାଇଁ ଯାଇଥିବା ବେଳେ ମହିଳାଙ୍କ ମୃତଦେହ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ମୁଁ ବି ଖୁବ୍‌ଶୀଘ୍ର ପିତା ହେବି କହିଲେ ସଲମାନ୍‌ ଖାନ୍‌

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି