ବାଲିଯାତ୍ରା ପାଇଁ ଟ୍ରାଫିକ୍‌ କଟକଣା

କଟକ: କଟକ ସହରରେ ଆସନ୍ତା ୧୫ରୁ ୨୨ ତାରିଖ ପର୍ୟ୍ୟନ୍ତ ବାଲିଯାତ୍ରା ଉତ୍ସବ ଅନୁଷ୍ଠିତ ହେବ। କମିଶନ୍‌ରେଟ୍‌ ପୋଲିସ ପକ୍ଷରୁ ସହରର ବିଭିନ୍ନ ରାସ୍ତାରେ ସୁନିୟନ୍ତ୍ରିତ ଗାଡ଼ି ଚଳାଚଳ, ଜନସାଧାରଣ ଓ ପଥଚାରୀଙ୍କ ସୁବିଧା ପାଇଁ ଟ୍ରାଫିକ୍‌ କଟକଣା ଲାଗୁ କରାଯାଇଛି। ବାଲିଯାତ୍ରା ଦିନଗୁଡ଼ିକରେ ଅପରାହ୍ନ ୨ଟାରୁ ଭିଡ଼ କମିବା ପର୍ୟ୍ୟନ୍ତ ଏହି କଟକଣା ବଳବତ୍ତର ରହିବ ବୋଲି ପୋଲିସ କମିଶନରଙ୍କ ପକ୍ଷରୁ ପ୍ରେସ୍‌ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି।
ଭୁବନେଶରରୁ ନନ୍ଦନକାନନ, ବାରଙ୍ଗ, ତ୍ରିଶୂଳିଆ ଏବଂ କାଠଯୋଡି ରିଂ ରୋଡ୍‌ ଦେଇ ଖାନ୍‌ନଗର ପଟୁ ଆସୁଥିବା ୩ ଓ ୪ ଚକିଆ ଗାଡ଼ି ବେଲଭ୍ୟୁ (ଜୁଡିସିଆଲ ଏକାଡେମୀ) ସତୀଚୌରା ଛକ, ସେଲ୍‌ଟର୍‌ ଛକ ଓ କନିକା ଛକ ଦେଇ ବାଲିଯାତ୍ରା ପଡ଼ିଆ ଆଡକୁ ଯାଇପାରିବ ନାହିଁ। ସେଗୁଡ଼ିକ ବେଲ୍‌ଭ୍ୟୁ ଛକରୁ ସିଡିଏ ସେକ୍ଟର-୧୧ ଛକ ଦେଇ ବିଜୁ ପଟ୍ଟନାୟକ ପାର୍କ, ଭୁଆସୁଣୀ ପଡ଼ିଆ କିମ୍ବା କୃଷକ ବଜାର ପଡ଼ିଆରେ ପାର୍କିଂ କରିବ। ସେଠାରୁ ଜନସାଧାରଣ ପ୍ରଶାସନ ଦ୍ୱାରା ଯୋଗାଇ ଦିଆଯାଇଥିବା ଗାଡ଼ିରେ ବାଲିଯାତ୍ରା ପଡ଼ିଆ ପର୍ୟ୍ୟନ୍ତ ଆସିପାରିବେ। ଆଠଗଡ଼, ବାଙ୍କୀ ପଟୁ ଆସୁଥୁବା ୩ ଓ ୪ ଚକିଆ ଗାଡ଼ି ନରାଜ ସେତୁ ଓ ମଧୁସୂଦନ ସେତୁ ଦେଇ ବିଜୁ ପଟ୍ଟନାୟକ ପାର୍କ କିମ୍ବା ଭୁଆସୁଣୀ ପଡ଼ିଆରେ ପାର୍କିଂ କରିବ। ସେଠାରୁ ଜନସାଧାରଣ ପ୍ରଶାସନ ଦ୍ୱାରା ଯୋଗାଇ ଦିଆଯାଇଥିବା ଗାଡ଼ିରେ ବାଲିଯାତ୍ରା ପଡ଼ିଆ ପର୍ୟ୍ୟନ୍ତ ଆସିପାରିବେ। ସତୀଚୌରା ଛକରୁ ୨ ଚକିଆ ଗାଡ଼ିଗୁଡ଼ିକ ସେଲ୍‌ଟର୍‌ ଓ କନିକା ଛକ ଦେଇ ଦୟାଶ୍ରମ ସାମ୍ନା ପଡ଼ିଆ କିମ୍ବା କାର୍ତ୍ତିକେଶ୍ୱର ଗଡ଼ାର ବାମପଟେ ଥିବା ପାର୍କିଂ ପଡ଼ିଆରେ ପାର୍କିଂ କରିବେ। ଚହଟା ଛକରୁ ୩ ଓ ୪ ଚକିଆ ଗାଡ଼ି ସିଧାସଳଖ ହରିଣ ପାର୍କ ଦେଇ ବାଲିଯାତ୍ରା ପଡ଼ିଆ ଆଡ଼କୁ ଯାଇପାରିବ ନାହିଁ। ସେଗୁଡିକ ଭୁଆସୁଣୀ ପଡ଼ିଆରେ ପାର୍କିଂ କରିବ। ପରେ ଲୋକମାନେ ପ୍ରଶାସନ ଦ୍ୱାରା ଯୋଗାଇ ଦିଆଯାଇଥିବା ଗାଡ଼ିରେ ବାଲିଯାତ୍ରା ପଡ଼ିଆ ପର୍ୟ୍ୟନ୍ତ ଆସିପାରିବେ। ଭୁଆସୁଣୀ ପଡ଼ିଆ ଓ ଚହଟା ଛକରୁ କେବଳ ୨ ଚକିଆ ଗାଡ଼ି କ୍ୟାଣ୍ଟନମେଣ୍ଟ ଥାନା ପାଖ ବାଲିଯାତ୍ରା ପଡ଼ିଆରେ ପୂର୍ବରୁ ନିର୍ଦ୍ଧାରିତ ହୋଇଥିବା କାର୍ତ୍ତିକେଶ୍ବର ଗଡ଼ା ପାଖ ପାର୍କିଂରେ ରହିବ।
ହରିଣ ପାର୍କ ଛକରୁ ୩ ଓ ୪ ଚକିଆ ଗାଡ଼ି ସିଧାସଳଖ ବାଲିଯାତ୍ରା ପଡ଼ିଆ ଆଡ଼କୁ ଯାଇପାରିବ ନାହିଁ। ସେଗୁଡିକ ଏହି ଛକରୁ ଡାହାଣକୁ ଯାଇ ଖ୍ରୀଷ୍ଟିଆନ ପଡ଼ିଆ କିମ୍ବା ଗୋରାକବର ପଡ଼ିଆରେ ପାର୍କିଂ କରିବ।
ସେହିପରି ମଧୁକୁଞ୍ଜ ପାର୍କ ପାଖରୁ କୌଣସି ଗାଡ଼ି ମଧୁସୂଦନ ପାଠାଗାର ଦେଇ ସିଧା ବାଲିଯାତ୍ରା ପଡ଼ିଆ ଆଡ଼କୁ ଆସିପାରିବ ନାହିଁ। ବିଜୁ ପଟ୍ଟନାୟକ ଛକଠାରୁ ୩ ଓ ୪ ଚକିଆ ଗାଡ଼ି ଦୟାଶ୍ରମ ରାସ୍ତାରେ ସିଧା ଚାଲିଯାତ୍ରା ପଡ଼ିଆ ଆଡକୁ ଯାଇ ପାରିବ ନାହିଁ। ସେଗୁଡ଼ିକ ଆନନ୍ଦ ଭବନ ଛକରେ ଥିବା ଖ୍ରୀଷ୍ଟିଆନ ପଡ଼ିଆ କିମ୍ବା ଗୋରାକବର ପଡ଼ିଆରେ ପାର୍କିଂ କରିବ। କେବଳ ୨ ଚକିଆ ଗାଡ଼ି ବିଜୁ ପଟ୍ଟନାୟକ ଛକଠାରୁ ଦୟାଶ୍ରମ ରାସ୍ତାରେ ଯାଇ ବାମପଟେ ଥିବା ପଡ଼ିଆରେ ପାର୍କିଂ କରିବ। କନିକା ଛକଠାରୁ ୩ ଓ ୪ ଚକିଆ ଗାଡ଼ି ସିଧାସଳଖ ଚଣ୍ଡୀ ଛକ ଦେଇ ବାଲିଯାତ୍ରା ଆଡ଼କୁ ଯାଇପାରିବ ନାହିଁ ଓ ସେଗୁଡ଼ିକ ବିଜୁ ପଟ୍ଟନାୟକ ଛକ ଦେଇ ଆନନ୍ଦ ଭବନ ପାଖରେ ଥିବା ଖ୍ରୀଷ୍ଟିୟାନ ଓଡ଼ିଆ କିମ୍ବା ଗୋରାକବର ପଡ଼ିଆରେ ପାର୍କିଂ କରିବ। ସେହିପରି ସମାଜ ଅଫିସ ଛକ ଠାରୁ କୌଣସି ତିନିଚକିଆ ଓ ଚାରି ଚକିଆ ଗାଡ଼ି ନାରୀ ସେବାସଦନ ଛକ ଦେଇ ସିଧା ବାଲିଯାତ୍ରା ପଡ଼ିଆ ଆଡକୁ ଯାଇପାରିବ ନାହିଁ। ସେଗୁଡ଼ିକ ମିଶନ ରୋଡ଼ରେ ଯାଇ ଚଣ୍ଡୀ ଛକ, କନିକା ଛକ ଓ ବିଜୁ ପଟ୍ଟନାୟକ ସ୍ଥାନ ଦେଇ ଆନନ୍ଦ ଭବନ ପାଖରେ ଥିବା ଖ୍ରୀଷ୍ଟଆନ ପଡ଼ିଆ କିମ୍ବା ଗୋରାକବର ପଡ଼ିଆରେ ପାର୍କିଂ କରିବ। ଏହାବ୍ୟତୀତ ଅନ୍ୟାନ୍ୟ ଅଞ୍ଚଳ ପାଇଁ ମଧ୍ୟ ଟ୍ରାଫିକ୍‌ କଟକଣା ରହିଥିବା କମିଶନ୍‌ରେଟ୍‌ ପୋଲିସର ସୂଚନା ରହିଛି।

  • Related Posts

    ବିଶ୍ୱ ଜଳବାୟୁ ଦିବସ ଅବସରରେ ରାଇକିଆରେ ସ୍ୱତନ୍ତ୍ର ପଲ୍ଲିସଭା

    “ସ୍ୱଚ୍ଛ ରାଇକିଆ, ସବୁଜ ରାଇକିଆ” ଗଠନ ପାଇଁ ନିଆଗଲା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ରାଇକିଆ: ବିଶ୍ୱ ପରିବେଶ ଦିବସ ପାଳନ ଅବସରରେ ରାଇକିଆ ପଞ୍ଚାୟତ ପକ୍ଷରୁ ପଞ୍ଚାୟତ ଗୃହ ପରିସରରେ ଏକ ସ୍ୱତନ୍ତ୍ର ପଲ୍ଲିସଭା ଆୟୋଜିତ ହୋଇଥିଲା। ବଦଳୁଥିବା ଜଳବାୟୁ ପରିସ୍ଥିତି, ପରିବେଶ…

    Continue reading
    ଭିଜିଲାନ୍ସ ଜାଲରେ ଜୁନିୟର ଆସିଷ୍ଟାଣ୍ଟ

    ଭଦ୍ରକ: ଭିଜିଲାନ୍ସ ଜାଲରେ ଜିଲ୍ଲା ଶିକ୍ଷାଧିକାରୀ କାର୍ଯ୍ୟାଳୟର ଜୁନିୟର ଆସିଷ୍ଟାଣ୍ଟ। ଲାଞ୍ଚ ନେବାବେଳେ ଧରାପଡ଼ିଲେ ଜୁନିୟର ଆସିଷ୍ଟାଣ୍ଟ ଶ୍ରୀକାନ୍ତ ଦାସ। ଏକ ସାର୍ଟିଫିକେଟ ଦେବାକୁ ୧୦ ହଜାର ଲାଞ୍ଚ ନେବାବେଳେ ଧରିଲା ଭିଜିଲାନ୍ସ ଟିମ୍। ଧରାପଡ଼ିବା ପରେ ଶ୍ରୀକାନ୍ତଙ୍କ ଘର ଓ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ