ବାସଗୃହ ଆବଣ୍ଟନ ଜାଲିଆତି, ବିଏମ୍‌ସି ଟିମ୍‌କୁ ସାଲିଆସାହି ବସ୍ତିବାସିନ୍ଦାଙ୍କ ପ୍ରବଳ ବିରୋଧ

ଚନ୍ଦ୍ରଶେଖରପୁର,22/09: ବସ୍ତିବାସିନ୍ଦାଙ୍କୁ ବୁଦ୍ଧବିହାରରେ ଆବଣ୍ଟନ ହୋଇଥିବା ବାସଗୃହକୁ ନେଇ ନୂଆ ବିବାଦ ମୁଣ୍ଡ ଟେକିଛି। ଯେଉଁମାନେ ବସ୍ତିରେ ରହୁନାହାନ୍ତି ସେମାନଙ୍କୁ ବୁଦ୍ଧବିହାରରେ ଘର ମିଳିଥିବା ଅଭିଯୋଗ ଆଣିବା ସହ ଘର ବଣ୍ଟନରେ ସ୍ବଚ୍ଛତା ନଥିବା ଅଭିଯୋଗ କରିଛନ୍ତି। ଏପରିକି ଗତକାଲି ସର୍ଭେ କରିବାକୁ ସାଲିଆସାହି ବସ୍ତିକୁ ଆସିଥିବା ବିଏମ୍‌ସି ଟିମ୍‌କୁ ବସ୍ତିବାସିନ୍ଦା ପ୍ରବଳ ବିରୋଧ କରିଥିଲେ। ଏଥିସହ ଘର ପାଇବାକୁ ଯୋଗ୍ୟତା ଅର୍ଜନ କରିଥିବା ସମସ୍ତ ହିତାଧିକାରୀଙ୍କ ତାଲିକା ସାର୍ବଜନୀନ କରାଯାଉ। ଯଦି ବିଏମ୍‌ସି ସମସ୍ତ ହିତାଧିକାରୀଙ୍କ ତାଲିକା ପ୍ରକାଶ ନ କରେ ତେବେ ବିଏମ୍‌ସି କାର୍ଯ୍ୟାଳୟ ଘେରଉ କରିବାକୁ ସେମାନେ ଚେତାବନୀ ଦେଇଛନ୍ତି। ଆଜି ରାତିରେ ବସ୍ତିବାସିନ୍ଦାଙ୍କ ଏକ ବୈଠକରେ ବିଏମ୍‌ସି ସର୍ଭେ ନାମରେ ବସ୍ତିବାସିନ୍ଦାଙ୍କୁ ବାରମ୍ବାର ହଇରାଣ କରିବା ବନ୍ଦ କରିବାକୁ ଦାବି ହୋଇଛି।
ଯୋଜନା ଅନୁଯାୟୀ ସାଲିଆସାହିରେ ରାସ୍ତା ଯିବାକୁ ଥିବା ଅଞ୍ଚଳରେ ପ୍ରଭାବିତ ପରିବାରଙ୍କୁ ଆବାସ ଗୃହରେ ଥଇଥାନ କରାଯିବ। ପର୍ଯ୍ୟାୟକ୍ରମେ ସେମାନଙ୍କୁ ବୁଦ୍ଧବିହାର ଆବାସରେ ନିର୍ମାଣ ସରିଥିବା ଘରଗୁଡ଼ିକ ଆବଣ୍ଟନ କରାଯିବ। ହାତିଆଶୁଣୀ ପଡ଼ିଆ ନିକଟ ବସ୍ତିବାସିନ୍ଦାଙ୍କୁ ପ୍ରଥମେ ବୁଦ୍ଧବିହାରକୁ ଯିବେ। ରାସ୍ତା କାମ ଯେତେ ଆଗେଇବ ସେହି ଅନୁଯାୟୀ ଅନ୍ୟ ବସ୍ତିବାସିନ୍ଦାଙ୍କୁ ସ୍ଥାନାନ୍ତର କରାଯିବ। ପ୍ରଥମ ପର୍ଯ୍ୟାୟରେ ୧୭୬ ପରିବାରକୁ ଘର ଆବଣ୍ଟନ ହୋଇଛି। ସେଥିମଧ୍ୟରୁ ମାତ୍ର ୬୦ରୁ ୬୫ ଜଣ ପ୍ରକୃତ ହିତାଧିକାରୀ, ଯେଉଁମାନେ ଆଦିବାସୀ ଗାଁରେ ରହୁଛନ୍ତି। ବାକି ଶତାଧିକ ପରିବାର ବାହାରୁ ପାଇଛନ୍ତି। କେତେଜଣ ସରକାରୀ ଅଧିକାରୀ ଓ ରାଜନୈତିକ ବ୍ୟକ୍ତିବିଶେଷ ନିଜ ସମ୍ପର୍କୀୟଙ୍କୁ ଏହି ଯୋଜନାରେ ଘର ଯୋଗାଇ ଦେଇଛନ୍ତି। ଉଚିତ ବ୍ୟକ୍ତିଙ୍କୁ ଚିହ୍ନଟ କରି ଘର ପ୍ରଦାନ କରିବାକୁ ସେମାନେ ଦାବି କରିଛନ୍ତି। ସେପଟେ ବିଏମ୍‌ସି ଯାଞ୍ଚ ସମୟରେ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି। ଏମିତି କିଛି ହିତାଧିକାରୀ ଅଛନ୍ତି ଯେଉଁମାନଙ୍କୁ ବୁଦ୍ଧବିହାରରେ ଘର ଆବଣ୍ଟନ ହୋଇଛି, ମା‌ତ୍ର ସେମାନେ ଏବେ ବି ବସ୍ତିରେ ରହୁଛନ୍ତି। ବୁଦ୍ଧବିହାରରେ ଥିବା ଘରକୁ ଭଡ଼ାରେ ଲଗାଇ ଅର୍ଥ ଉପାର୍ଜନ କରୁଛନ୍ତି। ଆଉ କିଛି ଜଣ ବୁଦ୍ଧବିହାରରେ ରହୁଛନ୍ତି ଏବଂ ବସ୍ତିରେ ଥିବା ଘର ଛାଡ଼ିନାହାନ୍ତି। ଚିହ୍ନଟ କରାଗଲେ ପ୍ରକୃତ ତଥ୍ୟ ସାମ୍ନାକୁ ଆସିପାରିବ ବୋଲି ସେମାନେ କହିଛନ୍ତି। ଏଭଳି ଏକାଧିକ କେଳେଙ୍କାରୀ ସାମ୍ନାକୁ ଆସିବା ପରେ ବିଏମ୍‌ସି ଘରଗୁଡ଼ିକୁ ଚିହ୍ନଟ କରି ସେଥିରେ ନାଲିଗାର ଟାଣିଛି। ବୁଦ୍ଧବିହାର ଆବାସରେ କେଉଁ ବ୍ଲକ୍‌ର କେତେ ନମ୍ବର ରୁମ୍‌ରେ କିଏ ଘର ପାଇଛି ତାହା ଚିହ୍ନଟ କରି ବସ୍ତିରେ ଥିବା ଘରେ ଲେଖାଯାଇଛି।

  • Related Posts

    ଓଏମସି ପୁରୀ କୋଷ୍ଟାଲ ମାରାଥନ୍ର ପ୍ରଚାର ପାଇଁ ପ୍ରୋମୋ ରନ୍

    ଭୁବନେଶ୍ୱର: ଡିସେମ୍ବର ୧୩ ତାରିଖରେ ପୁରୀରେ ଅନୁଷ୍ଠିତ ହେବାକୁ ଥିବା ଭବ୍ୟ ‘ଓଏମ୍‌ସି ପୁରୀ କୋଷ୍ଟାଲ ମାରାଥନ୍ ୨୦୨୬’ ପୂର୍ବରୁ ଆଜି ଭୁବନେଶ୍ୱରରେ ଏକ ଉତ୍ସାହଜନକ ପ୍ରୋମୋ ରନ୍ ଆୟୋଜିତ ହୋଇଯାଇଛି। ଏହି ପ୍ରୋମୋ ରନକୁ ଓଡ଼ିଶାର ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ…

    Continue reading
    ଆଗାମୀ ୩ ବର୍ଷ ପର୍ଯ୍ୟନ୍ତ କୌଣସି ନୂଆ ମଦ ଦୋକାନ ଖୋଲାଯିବ ନାହିଁ: ମୁଖ୍ୟମନ୍ତ୍ରୀ

    ଡେଡ୍‌‌ଲାଇନ୍ ୨୦୨୯ ସୁଦ୍ଧା ଦେଶକୁ ନିଶାମୁକ୍ତ କରିବା ପାଇଁ ଓଡ଼ିଶା ପ୍ରତିବଦ୍ଧ ​ନିଶାକୁ ନାଁ, ଜୀବନକୁ ହଁ—ଜୀବନ ଜିଇଁବାର ପ୍ରକୃତ ଶିକ୍ଷା ନିଅନ୍ତୁ – ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର:ସ୍ଥାନୀୟ ରେଳ ଅଡିଟୋରିଅମଠାରେ କମିଶନରେଟ୍ ପୋଲିସ, ଆଜି ଆୟୋଜନ କରିଥିବା ଜନସଚେତନତା କାର୍ଯ୍ୟକ୍ରମ ‘ଜୀବନ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ