
ସାଧାରଣତଃ ଦେଖାଯାଏ, ଅଧିକାଂଶ ଲୋକେ ନିଜ ଘରର କବାଟ ପଛ ପଟେ ପୋଷାକ ଟାଙ୍ଗି କରି ରଖନ୍ତି । ମାତ୍ର ବାସ୍ତୁ ଶାସ୍ତ୍ର ଅନୁସାରେ ଏହାକୁ ଅଶୁଭ ବୋଲି କୁହାଯାଇଛି । ଜାଣନ୍ତୁ..
ବାସ୍ତୁ ଅନୁସାରେ ଘରର କବାଟ ପଛ ପଟରେ ପୋଷାକ ଟାଙ୍ଗିବା ଉଚିତ୍ ନୁହେଁ । କବାଟ ଉପର ଅଂଶ ମା’ଲକ୍ଷ୍ମୀଙ୍କ ସ୍ଥାନ ବୋଲି କୁହାଯାଇଛି । ତେଣୁ କବାଟ ପଛ ପଟେ ପୋଷାକ ଟାଙ୍ଗିବାକୁ ବାରଣ କରାଯାଇଛି । ଏହାଦ୍ୱାରା ମା’ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାଆନ୍ତି ।ପୋଷାକ ସହ ଜଡିତ ଅନେକ ସମସ୍ୟା ମଧ୍ୟ ଦେଖାଦେଇଥାଏ । ଏହାସହ ଧନହାନୀ, ପରିବାରରେ କଳହ, ଘରେ ନକରାତ୍ମକ ଶକ୍ତି ପ୍ରବେଶ, ଉନ୍ନତିରେ ବାଧା, ଚାକିରି ଓ ବ୍ୟବସାୟ ଆଦିରେ ସମସ୍ୟା ଦେଖାଦେଇଥାଏ ।
ବାସ୍ତୁ ଅନୁସାରେ ଘରର ମହତ୍ତ୍ୱପୂର୍ଣ୍ଣ ଅଂଶ ହେଉଛି କବାଟ । ତେଣୁ କବାଟର ରଙ୍ଗ ଓ ଦିଗ ପ୍ରତି ମଧ୍ୟ ଧ୍ୟାନ ଦେବା ଆବଶ୍ୟକ ।
ସାଧାରଣତଃ ଲୋକେ କବାଟ ପଛପଟେ ପୁରୁଣା ପୋଷାକ ମଧ୍ୟ ଟାଙ୍ଗି କରି ରଖନ୍ତି । ଏହାସହ ଯେଉଁ ପୋଷାକକୁ ବ୍ୟବହାର କରୁନଥିଲେ କିମ୍ବା ଛିଣ୍ଡା ପୋଷାକକୁ ଆଦୌ ସେପରି ରଖନ୍ତୁ ନାହିଁ । ଏହାଦ୍ୱାରା ନକରାତ୍ମକ ଶକ୍ତି ପ୍ରବେଶ କରିଥାଏ ।
ଘରେ ଅନେକ ସମୟରେ କବାଟ ପଛରେ ଥିବା ହୁକ୍ରେ ଚାବିକୁ ଟାଙ୍ଗି କରି ରଖନ୍ତି । କବାଟ ଖୋଲିବା ସମୟରେ ଏଥିରୁ ଶବ୍ଦ ହୋଇଥାଏ । ବାସ୍ତୁ ଅନୁଯାୟୀ ଏହାଦ୍ୱାରା ନକରାତ୍ମକ ଶକ୍ତି ପ୍ରବେଶ କରି ଥାଏ ।
କବାଟ ପଛରେ ନୂଆ ଜୋତା ଚପଲ ମଧ୍ୟ ଟାଙ୍ଗି କରି ରଖନ୍ତୁ ନାହିଁ ।





