ବାହାରିଲା ସପ୍ଲିମେଣ୍ଟାରି ପରୀକ୍ଷାଫଳ ମାଟ୍ରିକ୍‌ରେ ୫୬.୨୩%, ମୁକ୍ତ ବିଦ୍ୟାଳୟରେ ୫୫.୨୬% ପାସ୍‌

କଟକ: ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ପରିଚାଳିତ ଚଳିତ ବର୍ଷର ମାଟ୍ରିକ୍ ସପ୍ଲିମେଣ୍ଟାରି ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସ‌ର୍ଟିଫିକେଟ୍‌ (ଷ୍ଟେଟ୍‌ ଓପନ୍ ସ୍କୁଲ, ଦ୍ବିତୀୟ) ପରୀକ୍ଷାଫଳ ଆଜି ପ୍ରକାଶ ପାଇଛି। ମାଟ୍ରିକ୍‌ ସପ୍ଲିମେଣ୍ଟାରି ପରୀକ୍ଷାରେ ପାସ୍‌ହାର ୫୬.୨୩ ପ୍ରତିଶତ ରହିଥିବା ବେଳେ ମୁକ୍ତ ବିଦ୍ୟାଳୟ ସାର୍ଟିଫି‌କେଟ୍ ପରୀକ୍ଷାରେ ଏହି ପାସ୍‌ହାର ୫୫.୨୬ ପ୍ରତିଶତ ରହିଛି। ଗତବର୍ଷ ସପ୍ଲିମେଣ୍ଟାରିରେ ୫୨.୨୧ ପ୍ରତିଶତ ରହିଥିବା ବେଳେ ଏବର୍ଷ ୪ ପ୍ରତିଶତରୁ ଅଧିକ ବୃଦ୍ଧି ପାଇଛି। ସେହିପରି ପୂର୍ବ ମୁକ୍ତବିଦ୍ୟାଳୟ ପରୀକ୍ଷାରେ ପାସ୍‌ହାର ୫୫ ପ୍ରତିଶତ ରହିଥିବା ବେଳେ ଏଥର ଏହା ସାମାନ୍ୟ ବଢ଼ିଛି। ବୋର୍ଡ ମୁଖ୍ୟାଳୟରେ ପରୀକ୍ଷାଫଳ ବିଷୟରେ ସୂଚନା ଦେଇ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ କହିଛନ୍ତି ଯେ, ଚଳିତ ବର୍ଷ ମାଟ୍ରିକ୍ ସପ୍ଲିମେଣ୍ଟାରି ପରୀକ୍ଷା ପାଇଁ ୩୪୫୭ ଜଣ ଫର୍ମପୂରଣ କରିଥିବା ବେଳେ ୧୯୪୪ ଜଣ ପାସ୍ କରିଛନ୍ତି। ପାସ୍ କରିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଏ-୧ଗ୍ରେଡ୍‌ କେହି ପାଇ ନ ଥିବା‌ ବେଳେ ଏ-୨ଗ୍ରେଡ୍‌ ୩ ଜଣ, ବି-୧ ଗ୍ରେଡ୍‌ ୧୪ଜଣ, ବି-୨ ଗ୍ରେଡ୍‌ ୩୯ଜଣ, ସି-ଗ୍ରେଡ ୧୧୩ ଜଣ, ଡି-ଗ୍ରେଡ୍‌ ୨୭୬ ଜଣ, ଇ-ଗ୍ରେଡ୍‌ ୫୨୩ ଜଣ ପାଇଛନ୍ତି। ସପ୍ଲିମେଣ୍ଟାରିରେ ୯୭୬ ଜଣ କମ୍ପାର୍ଟମେଣ୍ଟାଲ ହୋଇଥିବା ବେଳେ ଜଣେ ମାଲ୍‌ପ୍ରାକ୍ଟିସ୍ ହୋଇଛନ୍ତି। ସପ୍ଲିମେଣ୍ଟାରିରେ ୧୦୩୮ଜଣ ଫେଲ୍‌ ହୋଇଛନ୍ତି ଓ ୪୭୪ ଜଣ ପରୀକ୍ଷାରେ ଅନୁ‌ପସ୍ଥିତ ଥିଲେ।

ରାଜ୍ୟ ମୁକ୍ତବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା(ଦ୍ବିତୀୟ) ପାଇଁ ୧୦ ହଜାର ୮୦୯ଜଣ ଫର୍ମପୂରଣ କରିଥିବା ବେଳେ ୫୯୭୩ ଜଣ ପାସ୍ କରିଛନ୍ତି। ପାସ୍ କରିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଏ-୨ ଗ୍ରେଡ୍‌ ୧୩ ଜଣ, ବି-୧ ଗ୍ରେଡ୍‌ ୨୩୨ଜଣ, ବି-୨ ଗ୍ରେଡ୍‌ ୭୨୩ ଜଣ, ସି ଗ୍ରେଡ୍‌ ୧୭୩୮ଜଣ, ଡି ଗ୍ରେଡ୍‌ ୨୦୭୫ ଜଣ, ଇ-ଗ୍ରେଡ୍‌ ୧୧୯୨ଜଣ ପାଇଥିବା ବେଳେ ୪୬ ଜଣ ଏମ୍‌ପି ଓ ୪୧୪୦ ଜଣ ଫେଲ୍ ହୋଇଛନ୍ତି। ମୁକ୍ତ ବିଦ୍ୟାଳୟ ପରୀକ୍ଷାରେ ୬୨୫ ଜଣ ଅନୁପସ୍ଥିତ ଥିଲେ। ‌ଉଭୟ ସପ୍ଲିମେଣ୍ଟାରି ଓ ମୁକ୍ତବିଦ୍ୟାଳୟ ପରୀକ୍ଷାଫଳ ବୋର୍ଡ ୱେବ୍‌ସାଇଟ୍‌ www.bseodisha.ac.in ରେ ଉପଲବ୍ଧ ହୋଇଥିବା ବେଳେ ଇଣ୍ଟରନେଟ୍ ନଥିବା ସ୍ଥାନରେ ଏସ୍‌ଏମ୍‌ଏସ୍ ଜରିଆରେ (Type OR10 ଲେଖି ୫୬୭୬୭୫୦ ନମ୍ବରକୁ ଏସ୍ଏମ୍ଏସ୍ କରି) ପରୀକ୍ଷାଫଳ ଉପଲବ୍‌ଧ ହେଉଛି। ଶନିବାର ସଂଧ୍ୟା ୭ଟାରୁ ବିଦ୍ୟାଳୟର ମୁଖ୍ୟମାନେ ବୋର୍ଡ ୱେବ୍‌ସାଇଟ୍‌ରୁ ଛାତ୍ରଛାତ୍ରୀଙ୍କ ଟାବୁଲେସନ୍ ରେଜିଷ୍ଟାର(ଟିଆର୍‌) ଡାଉନ୍‌ଲୋଡ୍ କରିପାରିବେ। ଆସନ୍ତା ସୋମବାର ଅର୍ଥାତ୍‌ ଚଳିତ ମାସ ୧୮ତାରିଖରୁ ପରୀକ୍ଷାର୍ଥୀମା‌ନେ ସେମାନଙ୍କ ଡିଜିଟାଲ୍‌ ସାର୍ଟିଫିକେଟ୍ ବୋର୍ଡ ୱେବ୍‌ସାଇଟ୍‌ରୁ ପାଇପାରିବେ ଓ ସଂପୃକ୍ତ ସାର୍ଟିଫିକେଟ୍‌ର ହାର୍ଡକପି ଏକ ମାସ ମଧ୍ୟରେ ବିଦ୍ୟାଳୟରେ ପହଞ୍ଚାଇ ଦିଆଯିବ ‌ବୋଲି ସଭାପତି ଶ୍ରୀ ତରାଇ କହିଛନ୍ତି।

  • Related Posts

    ବିଜେପିର ୪୬ ତମ ପ୍ରତିଷ୍ଠା ଦିବସ: ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

    ଭୁବନେଶ୍ବର: ବିଶ୍ବର ସର୍ବବୃହତ ରାଜନୈତିକ ଦଳ ବିଜେପିର ଆଜି ୪୬ ତମ ପ୍ରତିଷ୍ଠା ଦିବସ । ୪୫ ବର୍ଷ ତଳେ ଆଜିର ଦିନରେ ଅର୍ଥାତ ୬ ଏପ୍ରିଲ ୧୯୮୦ରେ ତିଆରି ହୋଇଥିଲା ଭାରତୀୟ ଜନତା ପାର୍ଟୀ। ବିଜେପିର ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା…

    Continue reading
    କଟକ ନେତାଜୀ ବସ ଟର୍ମିନାଲ ସ୍ଥାନାନ୍ତର ଦାବି ଉଠାଇଲେ ଭର୍ତ୍ତୃହରି

    କଟକ : କଟକ ନେତାଜୀ ବସ ଟର୍ମିନାଲରେ ସ୍ଥାନାନ୍ତର ନେଇ କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କ ଦାବି । ଭର୍ତ୍ତୃହରି କହିଛନ୍ତି, କଟକ ବସ ଗମନାଗମନ ସୁଗମ କରିବାକୁ କାଠଯୋଡ଼ି ଉପରେ ୧୩୦ କୋଟି ଟଙ୍କା ବ୍ୟୟରେ ୬ ଲେନ୍ ସେତୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ