ବିକଶିତ ଓଡ଼ିଶା ଗଠନ ପାଇଁ ଆମେ ସଂକଳ୍ପବଦ୍ଧ:ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ବିକଶିତ ଓଡ଼ିଶା ଗଠନ ପାଇଁ ଆମେ ସଂକଳ୍ପବଦ୍ଧ। ଆମେ ଏପରି ଏକ ଓଡ଼ିଶା ଗଠନ କରିବାକୁ ଚାହୁଁଛୁ, ଯାହା ‘ବିକଶିତ ଭାରତ’ରେ ଏକ ଉଜ୍ଜ୍ୱଳ ତାରକା ଭାବରେ ଉଦୀୟମାନ ହେବ। ରାଜ୍ୟକୁ ବର୍ତ୍ତମାନର ‘ବିକାଶଶୀଳ ରାଜ୍ୟ’ରୁ ‘ବିକଶିତ ରାଜ୍ୟ’ ରେ ପରିଣତ କରିବା ସମୃଦ୍ଧ ଓଡ଼ିଶା ଅଭିଯାନର ଉଦ୍ଦେଶ୍ୟ। ୨୦୩୬ ସୁଦ୍ଧା ଓଡିଶାକୁ ୫୦୦ ନିୟୁତ ଆମେରିକୀୟ ଡଲାର ଅର୍ଥନୀତିରେ ପରିଣତ କରିବା ଏବଂ ଓଡିଶାକୁ ଦେଶର ଶ୍ରେଷ୍ଠ ପାଞ୍ଚ ଗୋଟି ରାଜ୍ୟ ମଧ୍ୟରେ ସ୍ଥାନ ଦେବା ଏହି ଲକ୍ଷ୍ୟର ପ୍ରଥମ ମାପଦଣ୍ଡ ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଆଜି ଲୋକସେବା ଭବନରେ ସୁଶାସନ ଏବଂ ବିକଶିତ ଓଡ଼ିଶା-୨୦୩୬ ଓ ୨୦୪୭ ସଂପର୍କିତ ଜାତୀୟସ୍ତରୀୟ ଆଲୋଚନା ଚକ୍ରରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଥିଲେ, ୨୦୩୬ ସୁଦ୍ଧା ସମସ୍ତ ପ୍ରମୁଖ କ୍ଷେତ୍ର ଗୁଡ଼ିକରେ ବ୍ୟାପକ ଅଗ୍ରଗତି ଆଣିବା ପାଇଁ ୩୬ଟି ସର୍ବୋଚ୍ଚ ପ୍ରାଥମିକ କାର୍ୟ୍ୟକ୍ରମ ଚିହ୍ନଟ କରାଯାଇଛି। ଆମର ଏହି ରଣନୈତିକ ପଦକ୍ଷେପର ନାଁ ହେଉଛି ‘୩୬ ପାଇଁ ୩୬’।

ସେ କହିଥିଲେ ଯେ ଭିତ୍ତିଭୂମି ନିର୍ମାଣ ରୋଜଗାର ସୃଷ୍ଟି କରିଥାଏ। ତେଣୁ ଆମ ସରକାର ଚଳିତ ବଜେଟରେ ଏ କ୍ଷେତ୍ରରେ ୬୫,୦୧୨ କୋଟି ଟଙ୍କାର ପ୍ରାବଧାନ କରିଛନ୍ତି, ଯାହା ରାଜ୍ୟ ମୋଟ ଜିଡିପିର ୬.୧ ପ୍ରତିଶତ। ଓଡ଼ିଶାକୁ ଏକ ‘କୃଷିଭିତ୍ତିକ ଅର୍ଥନୀତି’ରୁ ‘ମିଶ୍ରିତ ଅର୍ଥନୀତି’ ଆଡକୁ ନେବା ପାଇଁ ଶିକ୍ଷିତ ଯୁବ ବର୍ଗ ପାଇଁ ଉପଯୁକ୍ତ ସୁଯୋଗ ସୃଷ୍ଟି
କରିବାକୁ ହେବ। ଆମ ସରକାରଙ୍କ ଉତ୍କର୍ଷ ଓଡ଼ିଶା-ମେକ୍ ଇନ୍ ଓଡ଼ିଶା ଦୁଇ ଦିନରେ ୧୭ ଲକ୍ଷ କୋଟି ଟଙ୍କାରୁ ବି ଅଧିକ ପୁଞ୍ଜି ନିବେଶ ପାଇଥିଲା। ୧୩ ଲକ୍ଷ ଯୁବବର୍ଗଙ୍କୁ ନିଯୁକ୍ତି ମିଳିବ। ଶିକ୍ଷା, ସ୍ୱାସ୍ଥ୍ୟ, ସାମାଜିକ ସୁରକ୍ଷା, ବାସଗୃହ, ମହିଳା ସଶକ୍ତୀକରଣ, ଜନଜାତି ଓ ଅନୁସୂଚିତ ଜାତି ବିକାଶ କ୍ଷେତ୍ରରେ ଗୁଣାତ୍ମକ ବିକାଶ ପାଇଁ ସରକାର କାର୍ୟ୍ୟକ୍ରମ ଆରମ୍ଭ କରି ଦେଇଛନ୍ତି। ସ୍ୱାସ୍ଥ୍ୟ କ୍ଷେତ୍ରରେ ବ୍ୟାପକ ସଂସ୍କାର ଆଣିବାକୁ ହେବ। ମହିଳା ରାଜ୍ୟର ଅର୍ଥନୈତିକ କ୍ଷେତ୍ରରେ ଅଧିକ ସକ୍ରିୟ ଭାବେ ଅଂଶଗ୍ରହଣ କରିବା ପାଇଁ ପ୍ରେରିତ କରାଯାଉଥିବା ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ। ବଜେଟରେ ପ୍ରାୟ ୪୦ ପ୍ରତିଶତ ଜନଜାତି ଏବଂ ଅନୁସୂଚିତ ଜାତିଙ୍କ ପାଇଁ ସରକାର ସ୍ୱତନ୍ତ୍ର ଭାବେ ୬୮ ହଜାର ୮୮୧ କୋଟି ଟଙ୍କାର ବ୍ୟବସ୍ଥା କରିଛନ୍ତି। ଭିଜନ ଡକ୍ୟୁମେଣ୍ଟ ପାଇଁ ଓଡ଼ିଶାର ଜନସାଧାରଣ ଓ ପ୍ରବାସୀ ଓଡ଼ିଆମାନଙ୍କ ଠାରୁ ୩.୨ଲକ୍ଷରୁ ଅଧିକ ପ୍ରସ୍ତାବ ମିଳି ସାରିଛି। ଏହି ଡକ୍ୟୁମେଣ୍ଟ ଜନଭାଗୀଦାରିର ଏକ ଉଜ୍ୱଳ ଉଦାହରଣ। ଜନମତ ଆଧାରରେ ପ୍ରସ୍ତୁତ ଭିଜନ୍ ଡକ୍ୟୁମେଣ୍ଟ ସମୃଦ୍ଧ ଓଡ଼ିଶା ଓ ବିକଶିତ ଭାରତର ଆଧାର ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ଆଲୋଚନା ଚକ୍ରର ପ୍ରାରମ୍ଭିକ ଅଧିବେଶନରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଯୋଗଦେଇ ଶକ୍ତି ଉତ୍ପାଦନ, କୃଷିରେ ମୂଲ୍ୟଯୁକ୍ତ ଉତ୍ପାଦ ସହ ଉତ୍ପାଦିତ ସାମଗ୍ରୀର ପରିବହନର ସୁବିଧା, ଆମ ଯୁବକ ଯୁବତୀମାନଙ୍କର ଦକ୍ଷତା ବିକାଶ କରି ରାଜ୍ୟରେ ଶିଳ୍ପଭିତ୍ତିକ ନିଯୁକ୍ତି, ବିକଶିତ ଭାରତର ସ୍ୱପ୍ନକୁ ସାକାର କରିବାରେ ସହାୟକ ହେବ ବୋଲି କହିଥିଲେ। କାର୍ୟ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ବିକଶିତ ଓଡ଼ିଶା ଲକ୍ଷ୍ୟ ସାଧନ ପାଇଁ ଆବଶ୍ୟକ ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। ରାଜ୍ୟ ଉନ୍ନୟନ କମିଶନର ଅନୁ ଗର୍ଗ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ପୂର୍ବତନ ମୁଖ୍ୟ ସଚିବ ଯୁଗୋଳ କିଶୋର ମହାପାତ୍ର ବିଶେଷଜ୍ଞ ଆଲୋଚନାଚକ୍ରରେ ଅଧ୍ୟକ୍ଷତା କରିଥିଲେ। ନୀତି ଆୟୋଗ ସଦସ୍ୟ ରାଜୀବ ଗୌବା, ଡ଼ ବିନୋଦ ପାଲ୍, ପ୍ରଧାନମନ୍ତ୍ରୀଙ୍କ ବିତ୍ତୀୟ ପରାମର୍ଶଦାତା ପରିଷଦ ସଦସ୍ୟ ଡ଼ ଶମିକା ରବି, ଆପଲ ଇଣ୍ଡିଆର ଏମ୍‌ଡି ବିରାଟ ଭାଟିଆ କହିଥିଲେ ସମୃଦ୍ଧ ଓଡ଼ିଶା ଓ ବିକଶିତ ଭାରତ ଲକ୍ଷ୍ୟ ପାଇଁ ଓଡ଼ିଶା ସମର୍ଥ।

  • Related Posts

    ପାର୍ବଣ ପାଇଁ ସମ୍ପୂର୍ଣ୍ଣ ଗ୍ରାଉଣ୍ଡ ରେଣ୍ଟ ଛାଡ଼

    ଭୁବନେଶ୍ୱର: ଆଗାମୀ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପୂଜା କମିଟିଗୁଡ଼ିକ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ଭୁବନେଶ୍ୱର ମହାନଗର ନିଗମ (BMC) ଅଞ୍ଚଳରେ ପୂଜା ମଣ୍ଡପ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ପାଇଁ ଦେବାକୁ ପଡ଼ୁଥିବା ଗ୍ରାଉଣ୍ଡ…

    Continue reading
    ବିକଶିତ ଓଡ଼ିଶା ଗଠନରେ ସାମିଲ ହେବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

    ଖୋର୍ଦ୍ଧା: ‘ବିକଶିତ ଭାରତ’ ସହ ‘ବିକଶିତ ଓଡ଼ିଶା’ ଗଠନ ପ୍ରକ୍ରିୟାରେ ସମସ୍ତ ନାଗରିକ ସାମିଲ ହେବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆହ୍ୱାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୨୫ ବର୍ଷର ରାଜନୈତିକ ଯାତ୍ରା ପୂର୍ତ୍ତି ଅବସରରେ ଖୋର୍ଦ୍ଧାରେ ଆୟୋଜିତ ‘ସେବା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ