
ଭୁବନେଶ୍ୱର: ଶିଳ୍ପପତିଙ୍କ ସହ ଆଲୋଚନା ହେଲା । ଉତ୍କର୍ଷ ଓଡ଼ିଶାରେ 17 ଲକ୍ଷ କୋଟି ଟଙ୍କାର ପ୍ରସ୍ତାବ ଆସିଥିଲା । 13 ଲକ୍ଷ କୋଟି ଟଙ୍କାର ଏମଓୟୁ ହୋଇଥିଲା । ଗ୍ରାଉଣ୍ଡ ବ୍ରେକିଂ ହୋଇଛି କି ନାହିଁ, ନା କେବଳ ଏମଓୟୁ ହେଉଛି ପୂର୍ବ ସରକାର ଭଳି ତାକୁ ନେଇ ପ୍ରଶ୍ନ ଉଠିଥିଲା । ଶିଳ୍ପପତି ମାନଙ୍କ ସହିତ ଆଲୋଚନା ପରେ ମୁଖ୍ୟମନ୍ତ୍ରୀଙ୍କ ସାମ୍ବାଦିକ ସମ୍ମିଳନୀ । କହିଲେ ପୂର୍ବ ସରକାର ଭଳି ଏମଓୟୁ କରି ରଖିଦେବା ଆମ ସରକାରରେ ହେବ ନାହିଁ । ସରକାରକୁ ବର୍ଷ ବିତିବାକୁ ବସିଥିବା ବେଳେ ରାଜ୍ଯରେ କେତେ ଇଣ୍ଡଷ୍ଟ୍ରୀ ଆସିଛି ଏବଂ କେତେ ଏମଓୟୁ ହୋଇଛି ତାର ହିସାବ ଦେଲେ ମୁଖ୍ୟମନ୍ତ୍ରୀ ।
ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି, “ଶିଳ୍ପପତିଙ୍କ ସହ ଆଲୋଚନା ହେଲା । ଉତ୍କର୍ଷ ଓଡ଼ିଶାରେ 17 ଲକ୍ଷ କୋଟି ଟଙ୍କାର ପ୍ରସ୍ତାବ ଆସିଥିଲା । 13 ଲକ୍ଷ କୋଟି ଟଙ୍କାର ଏମଓୟୁ ହୋଇଥିଲା । ଗ୍ରାଉଣ୍ଡ ବ୍ରେକିଂ ହୋଇଛି କି ନାହିଁ, ନା କେବଳ ଏମଓୟୁ ହେଉଛି ପୂର୍ବ ସରକାର ଭଳି ତାକୁ ନେଇ ପ୍ରଶ୍ନ ଉଠିଥିଲା । ଏମଓୟୁ ହେଲା ପରେ ଗ୍ରାଉଣ୍ଡ ବ୍ରେକିଂ କ୍ଷେତ୍ରରେ ବିଜେପି ସରକାର ସଫଳ ହୋଇଛି । ଖୋର୍ଦ୍ଧାରେ 6 ହଜାର କୋଟିର ଗ୍ରାଉଣ୍ଡ ବ୍ରେକିଂ ହୋଇଛି ଏବଂ 30 ହଜାର ଲୋକଙ୍କୁ ନିଯୁକ୍ତି ସୁଯୋଗ ମିଳିବ । କଳିଙ୍ଗ ନଗରରେ ଲକ୍ଷାଧିକ କୋଟି ଟଙ୍କାର 14ଟି କମ୍ପାନୀ ପାଇଁ ଶିଳାନ୍ୟାସ ହୋଇଛି । ଢେଙ୍କାନାଳରେ ଶିଳ୍ପ ପାଇଁ ଗ୍ରାଉଣ୍ଡ ବ୍ରେକିଂ ହେଲା । ଗଞ୍ଜାମ ଛତ୍ରପୁର ଠାରେ 12ଟି କମ୍ପାନୀ ସହ ଏମଓୟୁ ସାଇନ୍ ହେଲା ।
ଉତ୍କର୍ଷ ଓଡ଼ିଶାର ମାତ୍ର 4 ମାସ ଭିତରେ 4ଟି ସ୍ଥାନରେ 56 ଶିଳ୍ପର ଗ୍ରାଉଣ୍ଡ ବ୍ରେକିଂ ହୋଇ 1.78 ଲକ୍ଷ କୋଟିର ପୁଞ୍ଜିନିବେଶ ଆସିଲା । 1 ଲକ୍ଷ 10 ହାଜର ଯୁବକ ପାଇବେ ରୋଜଗାର । ବର୍ଷେ ଭିତରେ 206 ଶିଳ୍ପକୁ ଅନୁମୋଦନ । 5 ବର୍ଷ ଭିତରେ ଯାହା ହୋଇନଥିଲା, ଗୋଟିଏ ବର୍ଷ ଭିତରେ ହୋଇଛି ।
ଖଣି, ଧାତୁ, କେମିକାଲ, ବସ୍ତ୍ର, ଇଲେକ୍ଟ୍ରୋନିକ୍ସ, ପର୍ଯ୍ୟଟନ ଓ ଟେକ୍ନୋଲଜି କ୍ଷେତ୍ରରେ ଶିଳ୍ପ କରିବା ପାଇଁ ଯୋଜନା ରହିଛି । 2036 ସମୃଦ୍ଧ ଓଡିଶା ପାଇଁ ଭିତ୍ତି ସ୍ଥାପନ ହୋଇଛି । ଓଡ଼ିଶା ପାଇଁ ଭଲ ସମୟ ଆସୁଛି । ଶିଳ୍ପ ଭିତ୍ତିଭୂମି, ରେଳ, ରୋଡ଼ ଭିତ୍ତିଭୂମି, 3 ବନ୍ଦରର କାପାସିଟି ବୃଦ୍ଧି, ଆଉ 3ଟି ବନ୍ଦର ବିକଶିତ କରିବା ପାଇଁ ଆଗକୁ ପଦକ୍ଷେପ ନିଆଯିବ । କିଛି ଜେଟି ଉନ୍ନତି ପାଇଁ ମଧ୍ୟ ପଦକ୍ଷେପ ନିଆଯିବ । ଆଗାମୀ 5 ବର୍ଷ ଭିତରେ ଲକ୍ଷ୍ୟ ଠାରୁ ବି ଅଧିକ କାମ ହେବ । 500 ବିଲିୟନ ଡଲାରର ଅର୍ଥନୀତି ହେବ ଓଡ଼ିଶା ।”
ସୋସିଆଲ ମିଡିଆ ‘ଏକ୍ସ’ରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି କି, “ଆମ ସରକାର ପ୍ରଥମ ବର୍ଷ ପୂରଣ କରିବା ପୂର୍ବରୁ ଲୋକସେବା ଭବନଠାରେ ଅନେକ ପ୍ରମୁଖ ଶିଳ୍ପ ମୁଖ୍ୟ, ଏମଏସଏମଇ ଉଦ୍ୟୋଗୀ, ମହିଳା ଉଦ୍ୟୋଗୀ ଏବଂ ଷ୍ଟାର୍ଟ-ଅପ୍ ଉଦ୍ୟୋଗୀମାନଙ୍କ ସହ ଓଡ଼ିଶାର ବିକାଶ ତଥା ଭବିଷ୍ୟ ପଦକ୍ଷେପ ସମ୍ପର୍କରେ ଆଲୋଚନା ହୋଇଛି । ଓଡ଼ିଶା ଶିଳ୍ପାୟନର ଏକ ମୁଖ୍ୟ କେନ୍ଦ୍ର ପାଲଟୁଛି ଏବଂ ଓଡ଼ିଶା ସରକାର ଶିଳ୍ପଗୁଡ଼ିକୁ ଅନ୍ତର୍ଜାତୀୟ ବଜାରରେ ପହଞ୍ଚାଇବାକୁ ନିଆ ଯାଉଥିବା ପଦକ୍ଷେପ ଗୁଡ଼ିକ ଉପରେ ଆଲୋଚନା ହୋଇଛି ।ମାତ୍ର ବର୍ଷେ ଭିତରେ, ୨୦୬ ଟି ବୃହତ ପ୍ରକଳ୍ପ ମଞ୍ଜୁର ହୋଇଛି, ଯାହା ପୂର୍ବ ପାଞ୍ଚ ବର୍ଷ ତୁଳନାରେ ପ୍ରାୟ ଦୁଇଗୁଣ। ଏହା ମୋଟ ₹୪.୫ ଲକ୍ଷ କୋଟିରୁ ଅଧିକ ପୁଞ୍ଜି ନିବେଶ ଏବଂ ପ୍ରାୟ ୨.୯ ଲକ୍ଷ ନିଯୁକ୍ତି ସମ୍ଭାବନା ସୃଷ୍ଟି କରିଛି ।”ଉତ୍କର୍ଷ ଓଡ଼ିଶା” ପରଠାରୁ, ୫୬ଟି ପ୍ରକଳ୍ପର ଶିଳାନ୍ୟାସ କରାଯାଇଛି, ଯାହା ସର୍ବମୋଟ ₹୧.୭୮ ଲକ୍ଷ କୋଟିରୁ ଅଧିକ ନିବେଶ ଏବଂ ୧.୧ ଲକ୍ଷ ନିଯୁକ୍ତି ସମ୍ଭାବନା ସୃଷ୍ଟି କରିଛି। ଏହି ସଂଖ୍ୟାଗୁଡ଼ିକ ଆମର ଦୃଢ଼ ସଂକଳ୍ପର ପ୍ରତିଫଳନ।







