‘ବିକଶିତ ଓଡ଼ିଶା, ବିକଶିତ ଭାରତ ଗଠନରେ ଚଷା ସମାଜର ବଡ଼ ଦାୟିତ୍ୱ ରହିବ’

ଅନୁଗୁଳ/କିଶୋରନଗର: ଚଷା ସମାଜକୁ ସାମ୍ବିଧାନିକ ପ୍ରଦତ୍ତ ଅଧିକାର ପ୍ରଦାନ କରିବା ପାଇଁ ସରକାର ବଦ୍ଧ ପରିକର ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ରବିବାର ଅନୁଗୁଳ ଜିଲ୍ଲା ବାମୁରଠାରେ ଆୟୋଜିତ ‘ରାଜ୍ୟସ୍ତରୀୟ ଚଷା ମହାସମାବେଶ’ରେ ଯୋଗଦେଇ ସେ କହିଛନ୍ତି, ସମାଜର ସାମଗ୍ରିକ ବିକାଶ ପାଇଁ ଏହି ସମ୍ମିଳନୀରେ ଅନେକ ଗଠନମୂଳକ ପ୍ରସ୍ତାବ ଆସିବା ସହ ସାମ୍ବିଧାନିକ ଅଧିକାର, ଶିକ୍ଷା, ସ୍ୱାସ୍ଥ୍ୟ ଓ ରୋଜଗାର ଉପରେ ଗୁରୁତ୍ୱାରୋପ କରାଯାଇଛି। ଆଗାମୀ ଦିନରେ ଏହା ସକାରାତ୍ମକ ପ୍ରଭାବ ପକାଇବ। ଓଡ଼ିଶାର ଚଷା ଜାତି କେନ୍ଦ୍ରୀୟ ଓବିସି ତାଲିକାରେ ସାମିଲ ଅଛନ୍ତି। ଚଷା ସମାଜର ଅନ୍ୟ ଜାତି/ଉପଜାତି/ବର୍ଗଙ୍କ ସମେତ ଓଡ଼ିଶା ସରକାରଙ୍କ ଦ୍ୱାରା ରାଜ୍ୟ ଏସ୍‌ଇବିସି ତାଲିକାରେ ସ୍ୱୀକୃତିପ୍ରାପ୍ତ ୧୦୮ଟି ସମ୍ପ୍ରଦାୟକୁ କେନ୍ଦ୍ରୀୟ ଓବିସି ତାଲିକାରେ ସାମିଲ କରିବା ପାଇଁ କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରୀ ଡା. ବୀରେନ୍ଦ୍ର କୁମାରଙ୍କୁ ପତ୍ର ଲେଖି ଅନୁରୋଧ କରିଛି ବୋଲି ସେ କହିଛନ୍ତି। ଅପରପକ୍ଷରେ ମୋଦୀ ସରକାରରେ ମେଡିକାଲ ୟୁଜି/ପିଜି ସିଟ୍‌ରେ ଓବିସିଙ୍କୁ ସର୍ବଭାରତୀୟ କୋଟାରେ ୧୫ ପ୍ରତିଶତ ସଂରକ୍ଷଣ ମିଳୁଛି। ପେଟ୍ରୋଲ ପମ୍ପ ଆବଣ୍ଟନରେ ୨୭ ପ୍ରତିଶତ ଓବିସି ସଂରକ୍ଷଣ ଅଛି। ବର୍ତ୍ତମାନ ବିଶ୍ୱ ସ୍ତରରେ ଜୈବିକ ଓ ପ୍ରାକୃତିକ ଚାଷର ଚାହିଦା ବଢୁଥିବାରୁ ଓଡ଼ିଶାର ପନିପରିବା ଓ କୃଷିଜାତ ଦ୍ରବ୍ୟକୁ ବିଦେଶ ବଜାରକୁ ପଠାଇବା ପାଇଁ ଉନ୍ନତ ବ୍ୟବସ୍ଥା କରାଯିବ। ଓଡ଼ିଶାରେ ଚାଷ ସହ ଜଡ଼ିତ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଏକ ବୃହତ୍ତର ମଞ୍ଚରେ ପ୍ରତିଷ୍ଠିତ କରିବା ସହ ସାମ୍ବିଧାନିକ ଅଧିକାର ଓ ସାମାଜିକ ଦାୟିତ୍ୱ ମଧ୍ୟରେ ସମନ୍ୱୟ ରକ୍ଷା କରିବା ଆମର ମୁଖ୍ୟ ଲକ୍ଷ୍ୟ ବୋଲି ସେ କହିଛନ୍ତି।

ସଭାପତି ଉପେନ୍ଦ୍ର ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ୟ୍ୟକ୍ରମର ପ୍ରାରମ୍ଭରେ ବିଭିନ୍ନ ଶକ୍ତିପୀଠରୁ ଆସିଥିବା ମଶାଲ ମା’ ମାହେଶ୍ୱରୀଙ୍କ ମନ୍ଦିରରୁ ପୂଜାର୍ଚ୍ଚନା ପରେ ସମାବେଶସ୍ଥଳକୁ ଅଣାଯାଇଥିଲା। ସମାବେଶର ସଂଯୋଜକ ଅଧ୍ୟାପକ ଜୟକୃଷ୍ଣ ପ୍ରଧାନ ଚଷା ସମାବେଶର ଅୟମାରମ୍ଭ ଓ ପରିକଳ୍ପନା ସମ୍ପର୍କରେ ସବିଶେଷ ସୂଚନା ପ୍ରଦାନ କରିଥିଲେ। ଆଠମଲ୍ଲିକ ଉପଖଣ୍ଡ ବାଇଶିପାଲି, ଚୌରାଶୀ, ଷୋଳପଦା ଓ ପଇଁଚକୁଳ ପ୍ରଗଣା ପୁଞ୍ଜର ସମ୍ମତି କ୍ରମେ ରାଜ୍ୟସ୍ତରୀୟ ଚଷା ସମାବେଶ ପାଇଁ ଚୂଡ଼ାନ୍ତ ନିଷ୍ପତ୍ତି ହୋଇଥିଲା। ସମାବେଶରେ ପ୍ରାକ୍ତନ ସାଂସଦ ନଗେନ୍ଦ୍ର ପ୍ରଧାନ, ପ୍ରାକ୍ତନ ମନ୍ତ୍ରୀ ସଂଜୀବ କୁମାର ସାହୁ, ଅନୁଗୁଳ ବିଧାୟକ ପ୍ରତାପ ପ୍ରଧାନ, ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ, ପର୍ଜଙ୍ଗ ବିଧାୟକ ବିଭୂତି ପ୍ରଧାନ, ଆଠମଲ୍ଲିକ ବିଧାୟକ ନଳିନୀକାନ୍ତ ପ୍ରଧାନ, ଅନୁଗୁଳ ଜିଲ୍ଲାପରିଷଦ ସଭାପତି ବବିତା ପ୍ରଧାନ, ଦେବଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ କୌଶିକ ପ୍ରଧାନ ପ୍ରମୁଖ ଅତିଥି ଭାବରେ ଯୋଗଦେଇ ସାମାଜିକ ସଙ୍ଗଠନକୁ ମଜଭୁତ କରିବା ପାଇଁ ସୁଚିନ୍ତିତ ମତ ଦେଇଥିଲେ। ଚଷା ଜାତିର ସ୍ୱାଭିମାନକୁ ବଜାୟ ରଖିବା ପାଇଁ ରାଜନୀତିରୁ ଊର୍ଦ୍ଧ୍ୱରେ ରହି ଏକାଠି ଲଢ଼େଇ କଲେ ସମାବେଶର ଉଦ୍ଦେଶ୍ୟ ନିଶ୍ଚିତ ଭାବରେ ପୂରଣ ହୋଇପାରିବ ବୋଲି ସେମାନେ ମତ ଦେଇଥିଲେ। ଏହି ପରିପ୍ରେକ୍ଷୀରେ କମିଟି ତରଫରୁ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କେନ୍ଦ୍ରଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। ଶେଷରେ ସଚ୍ଚିଦାନନ୍ଦ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ଅଧ୍ୟାପକ ଜୟକୃଷ୍ଣ ପ୍ରଧାନ ଓ ଲକ୍ଷ୍ମଣ କୁମାର ସାହୁ ସଭାକାର୍ୟ୍ୟ ସଂଚାଳନ କରିଥିଲେ।

  • Related Posts

    ବିଜେପିର ୪୬ ତମ ପ୍ରତିଷ୍ଠା ଦିବସ: ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

    ଭୁବନେଶ୍ବର: ବିଶ୍ବର ସର୍ବବୃହତ ରାଜନୈତିକ ଦଳ ବିଜେପିର ଆଜି ୪୬ ତମ ପ୍ରତିଷ୍ଠା ଦିବସ । ୪୫ ବର୍ଷ ତଳେ ଆଜିର ଦିନରେ ଅର୍ଥାତ ୬ ଏପ୍ରିଲ ୧୯୮୦ରେ ତିଆରି ହୋଇଥିଲା ଭାରତୀୟ ଜନତା ପାର୍ଟୀ। ବିଜେପିର ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା…

    Continue reading
    କଟକ ନେତାଜୀ ବସ ଟର୍ମିନାଲ ସ୍ଥାନାନ୍ତର ଦାବି ଉଠାଇଲେ ଭର୍ତ୍ତୃହରି

    କଟକ : କଟକ ନେତାଜୀ ବସ ଟର୍ମିନାଲରେ ସ୍ଥାନାନ୍ତର ନେଇ କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କ ଦାବି । ଭର୍ତ୍ତୃହରି କହିଛନ୍ତି, କଟକ ବସ ଗମନାଗମନ ସୁଗମ କରିବାକୁ କାଠଯୋଡ଼ି ଉପରେ ୧୩୦ କୋଟି ଟଙ୍କା ବ୍ୟୟରେ ୬ ଲେନ୍ ସେତୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ