ବିକ୍ରମ ପଣ୍ଡାଙ୍କୁ ଫସେଇଛି ବିଜେପି : ପ୍ରତାପ ଜେନା

ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ବିକ୍ରମ ପଣ୍ଡାଙ୍କ ସମର୍ଥନରେ ବାହାରିଛନ୍ତି ବରିଷ୍ଠ ବିଜେଡି ନେତା ପ୍ରତାପ ଜେନା । ଗଞ୍ଜାମ ଗସ୍ତ ସମୟରେ ସେ ବିଜେପି ସରକାରଙ୍କୁ କଡ଼ା ସମାଲୋଚନା କରିବା ସହ ବିକ୍ରମଙ୍କୁ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ ବୋଲି କହିଛନ୍ତି । ପ୍ରତାପ ଜେନା ଅଭିଯୋଗ କରିଛନ୍ତି ଯେ, ବିଜେପି ରାଜନୈତିକ ଉଦ୍ଦେଶ୍ୟ ରଖି ପୁଲିସ ସାହାଯ୍ୟରେ ବିଜେଡି ନେତାମାନଙ୍କୁ ଫସାଇବାରେ ଲାଗିଛି । ବିଶେଷ କରି ବିକ୍ରମଙ୍କ ଦ୍ୱାରା ଗଞ୍ଜାମରେ ବିଜେଡି ସଂଗଠନ ଅତ୍ୟନ୍ତ ମଜଭୁତ ଥିବାରୁ ବିଜେପି ଭୟଭୀତ ହୋଇପଡ଼ିଛି । ସେଥିପାଇଁ ତାଙ୍କୁ ଷଡ଼ଯନ୍ତ୍ର କରି ଗିରଫ କରାଯାଇଛି ବୋଲି ସେ କହିଛନ୍ତି ।

ବିକ୍ରମଙ୍କୁ ଜଣେ ଦୃଢ଼ ସଂଗଠକ ଭାବେ କହି କରି ପ୍ରତାପ କହିଛନ୍ତି,ବିକ୍ରମ ଜେଲରୁ ଫେରିବା ପରେ ଗଞ୍ଜାମର ରାଜନୈତିକ ଚିତ୍ର ସମ୍ପୂର୍ଣ୍ଣ ବଦଳିଯିବ । ଗତକାଲି ବିକ୍ରମଙ୍କ ପାଇଁ ଦେଖାଦେଇଥିବା ବିପୁଳ ଜନ ସମର୍ଥନ ପ୍ରମାଣ କରୁଛି ଯେ ଲୋକଙ୍କ ଆଶୀର୍ବାଦ ତାଙ୍କ ସହ ରହିଛି । ବିଜେଡିର ଏହି ଟାଣୁଆ ନେତାଙ୍କ ମନୋବଳ ବଢ଼ାଇବା ପାଇଁ ପ୍ରତାପ ଜେନାଙ୍କ ସମେତ ଅନ୍ୟ କର୍ମକର୍ତ୍ତାମାନେ ଗଞ୍ଜାମ ଯାଇଥିଲେ । ଦଳୀୟ କର୍ମୀଙ୍କ ମଧ୍ୟରେ ଉତ୍ସାହ ଭରିବା ସହ ଅନ୍ୟାୟ ବିରୁଦ୍ଧରେ ଲଢ଼େଇ ଜାରି ରହିବ ବୋଲି ସେ ସ୍ପଷ୍ଟ କରିଛନ୍ତି ।

  • Related Posts

    ଫାର୍ମହାଉସରେ ରହୁଛନ୍ତି ଜଗଦୀପ ଧନଖର

    ନୂଆଦିଲ୍ଲୀ:ଜଗଦୀପ ଧନଖର ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେବାର ଗୋଟିଏ ବର୍ଷରୁ ଅଧିକ ସମୟ ବିତିଗଲାଣି, କିନ୍ତୁ ତାଙ୍କୁ ଏପର୍ଯ୍ୟନ୍ତ ସରକାରୀ ବାସଭବନ ମିଳିନାହିଁ। ସେ ଦିଲ୍ଲୀର ଛତରପୁରରେ ଥିବା ଭାରତୀୟ ଲୋକଦଳ(ଆଇଏନଏଲଡି) ନେତା ଅଭୟ ଚୌଟାଲାଙ୍କ ଫାର୍ମହାଉସରେ ରହୁଛନ୍ତି। ସ୍ୱାସ୍ଥ୍ୟଗତ କାରଣ…

    Continue reading
    ଦିଲ୍ଲୀରେ ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ

    ଦିଲ୍ଲୀ ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଆଜି କେନ୍ଦ୍ର ଜଳଶକ୍ତି ମନ୍ତ୍ରୀଙ୍କୁ ଭେଟିବାର ରହିଛି କାର୍ଯ୍ୟକ୍ରମ। ଦୀର୍ଘ ଦିନର ମହାନଦୀ ଜଳ ବିବାଦ ସମାଧାନ ନେଇ କରିବେ ଆଲୋଚନା। ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ମହାନଦୀ ଜଳ ବଣ୍ଟନକୁ ନେଇ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ