ବିଜେଡିର ଜ୍ଞାନ ଦରକାର ନାହିଁ:ପୃଥ୍ୱୀରାଜ

ଭୁବନେଶ୍ବର: ମହାନଦୀ ଜଳ ପ୍ରସଙ୍ଗରେ ବିଜେଡିକୁ ତୀବ୍ର ସମାଲୋଚନା କରିଛନ୍ତି ଆଇନ୍ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ସେ କହିଛନ୍ତି, ବିଜେଡିର ଜ୍ଞାନ ଦରକାର ନାହିଁ। ୨୦୧୬ରେ କେନ୍ଦ୍ର ସରକାର ଆଲୋଚନାକୁ ଦୁଇ ରାଜ୍ୟକୁ ଡାକିଥିଲେ। ବିଜେଡି ସରକାରରେ ଥିବା ବେଳେ ଥରେ ଗଲେ ଆଉ ଦୁଇ ଥର ଆଲୋଚନାକୁ ଗଲେନି। ଅଯଥାରେ ମହାନଦୀକୁ ନେଇ ବିଜେଡି ତାର ରାଜନୈତିକ ରୁଟି ସେକିବାର ଆବଶ୍ୟକତା ନାହିଁ। ଯାହା କରିବା କଥା, ଆମ ସରକାର ହିଁ କରିବେ। ବିଜେଡିର ଆଜି ଯେଉଁଭଳି ଉଚ୍ଚ ସ୍ୱରରେ କହୁଛି, ସେତେବେଳେ କେଉଁଠି ଥିଲା ବୋଲି ପୃଥ୍ୱୀରାଜ ପ୍ରଶ୍ନ କରିଛନ୍ତି । ଏହାସହ ସେ ଆହୁରି ମଧ୍ୟ କହିଛନ୍ତି ଯେ, ତିନୋଟି ସ୍ଥାନରେ ବିଜେପିର ସରକାର । ହେଲେ ମହାନଦୀ ବିବାଦ ଟ୍ରିବ୍ୟୁନାଲରେ ବିଚାରାଧୀନ ଅଛି । ଏହାସତ୍ତ୍ୱେ ବି ରାଜ୍ୟ ସରକାର ଏହାକୁ ନେଇ ସବୁ ପ୍ରକାର ଉଦ୍ୟମ ଜାରି ରଖିଛନ୍ତି ବୋଲି କହିଛନ୍ତି ଆଇନ ମନ୍ତ୍ରୀ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ବିଜେଡି ବିଧାନସଭା ଭିତରେ ଓ ବିଧାନସଭା ବାହାରେ ଓଲଟା କଥା କହୁଛି। କେନ୍ଦ୍ର ସରକାରଙ୍କ ମଧ୍ୟସ୍ଥତା ପ୍ରସ୍ତାବକୁ ସେତେବେଳେ ସେମାନେ ଅଗ୍ରାହ୍ୟ କରିଥିଲେ। ଛତିଶଗଡ଼ ସରକାରଙ୍କ ଆଲୋଚନା ପାଇଁ ଆଗ୍ରହ ଦେଖାଇନଥିଲେ। ତେଣୁ ଆଜିର ତାରିଖରେ କାନ୍ଦିବାର ମାନେ କିଛି ନାହିଁ। ଏହାସହ ସେ ଆହୁରି ମଧ୍ୟ କହିଛନ୍ତି ଯେ, ତିନୋଟି ସ୍ଥାନରେ ବିଜେପିର ସରକାର । ହେଲେ ମହାନଦୀ ବିବାଦ ଟ୍ରିବ୍ୟୁନାଲରେ ବିଚାରାଧୀନ ଅଛି। ଏହାସତ୍ତ୍ୱେ ବି ରାଜ୍ୟ ସରକାର ଏହାକୁ ନେଇ ସବୁ ପ୍ରକାର ଉଦ୍ୟମ ଜାରି ରଖିଛନ୍ତି ବୋଲି କହିଛନ୍ତି ଆଇନ ମନ୍ତ୍ରୀ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ବିଜେଡି ବିଧାନସଭା ଭିତରେ ଓ ବିଧାନସଭା ବାହାରେ ଓଲଟା କଥା କହୁଛି। କେନ୍ଦ୍ର ସରକାରଙ୍କ ମଧ୍ୟସ୍ଥତା ପ୍ରସ୍ତାବକୁ ସେତେବେଳେ ସେମାନେ ଅଗ୍ରାହ୍ୟ କରିଥିଲେ। ଛତିଶଗଡ଼ ସରକାରଙ୍କ ଆଲୋଚନା ପାଇଁ ଆଗ୍ରହ ଦେଖାଇନଥିଲେ। ତେଣୁ ଆଜିର ତାରିଖରେ କାନ୍ଦିବାର ମାନେ କିଛି ନାହିଁ।

ଗତ ୮ ବର୍ଷ ଧରି ଜଣେ ଦକ୍ଷିଣ ଭାରତୀୟ ଲୋକଙ୍କ କଥାରେ ବିଜେଡି ପରିଚାଳିତ ହୋଇଥିଲା। ଏବେ ଜଣେ ଦକ୍ଷିଣ ଭାରତୀୟ ନେତାଙ୍କ ଇସାରାରେ ଚାଲିବାରେ ଅସୁବିଧା କଣ। କୁଆଡ଼େ ଗଲା ବିଜେଡିର ସମଦୂରତା ବୋଲି ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପ୍ରଶ୍ନ କରିଛନ୍ତି।

  • Related Posts

    ଛାତ୍ର ସଂସଦ ନିର୍ବାଚନ:ସକାଳ ୮ଟାରୁ ଅପରାହ୍ନ ୨ଟା ପର୍ୟ୍ୟନ୍ତ ମତଦାନ

    ଭୁବନେଶ୍ବର: ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ଚଳିତ ବର୍ଷ ଓଡ଼ିଶାରେ କଲେଜ ଏବଂ ବିଶ୍ବବିଦ୍ୟାଳଗୁଡ଼ିକରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେବ । ଅକ୍ଟୋବର ୧୫ ତାରିଖରେ ନିର୍ବାଚନ ହେବାକୁ ଥିବା ବେଳେ, ଅକ୍ଟୋବର ୧୬ ତାରିଖରେ ନବନିର୍ବାଚିତ ଛାତ୍ର…

    Continue reading
    ଛାତ୍ର ସଂସଦ ନିର୍ବାଚନ ଭବିଷ୍ୟତର ନେତୃତ୍ୱ ଗଢ଼ିବାର ଏକ ମଜଭୁତ ମୂଳଦୁଆ:ମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର: ଓଡ଼ିଶାରେ ଛାତ୍ର ସଂସଦ ନିର୍ବାଚନ ପରିଚାଳନାକୁ ନେଇ ବଢ଼ୁଥିବା କଳ୍ପନାଜଳ୍ପନା ମଧ୍ୟରେ, ଆଜି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ୟ୍ୟବଂଶୀ ସୂରଜ ଭୁବନେଶ୍ୱରର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଥିଲେ । ରାଜ୍ୟ ସରକାର ଖୁବ୍‌ଶୀଘ୍ର ସାରା ଓଡ଼ିଶାର କଲେଜ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ