ବିଜେଡି ଏକ ଅସ୍ତଗାମୀ ରାଜନୈତିକ ଦଳ: ବିଜେପି

ଭୁବନେଶ୍ୱର: ଓଡିଶାବାସୀଙ୍କ ଦ୍ୱାରା ପ୍ରତ୍ୟାଖିତ ହେଲା ପରେ ମାନସିକ ଅବସାଦର ଚରମ ସୀମାରେ ପହଁଚିଛି ବିଜେଡି । ଶେଷାବସ୍ଥାରେ ଯେମିତି କଂସଙ୍କୁ ଚାରି ଆଡେ କୃଷ୍ଣ କୃଷ୍ଣ ଦେଖାଯାଉଥିଲେ ସେମିତି ବିଜେଡିକୁ ବିଜେପି ଭୟ ଘାରିଛି । ଅପ୍ରସଙ୍ଗକୁ ପ୍ରାସଙ୍ଗିକତା କରିବାକୁ ଯାଇ ଗଣମାଧ୍ୟମରେ ବାଉଳିଚାଉଳି ହେଉଛି ବିଜେଡି ବୋଲି ଆଜି ରାଜ୍ୟ କାର୍ୟ୍ୟାଳୟରେ ଅନୁଷ୍ଠିତ ପ୍ରେସ୍ ବିବୃତି ଜରିଆରେ ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ବିରଂଚି ନାରାୟଣ ତ୍ରିପାଠୀ କହିଛନ୍ତି ।
ଶ୍ରୀ ତ୍ରିପାଠୀ କହିଛନ୍ତି ଯେ, ବିଜେଡି ସରକାରରେ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ମନ୍ତ୍ରୀ ପର୍ୟ୍ୟନ୍ତ କେଉଁ ସ୍ଥାନକୁ ନଯାଇ ଘରେ ବସି ନିଷ୍ପତି ନେଉଥିଲେ । କେବଳ ନିର୍ବାଚନୀ ସମୟରେ ପ୍ରଚାର ପାଇଁ ପଦାକୁ ଆସୁଥିଲେ । ଦିଲ୍ଲୀ ଗଲେ ପୈତୃକ ଘରେ ରହୁଥିଲେ । ତାଙ୍କୁ ଘରର ଆବଶ୍ୟକତା ପଡୁନଥିଲା । ତେଣୁ ସେମାନେ ଜାଣିବେ ବା କେମିତି? ବର୍ତମାନ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଓଡିଶା ସରକାର ଲୋକଙ୍କ ବିକାଶ ପାଇଁ କାମ କରୁଛନ୍ତି । କେନ୍ଦ୍ର ସରକାରଙ୍କ ସହ ସମନ୍ୱୟ ରଖି ଓଡିଶା ସରକାର କାମ କରୁଛନ୍ତି । ଆବଶ୍ୟକତା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟ ଚାଲିବା ପାଇଁ ଦିଲ୍ଲୀରେ ଓଡିଶା ସରକାର ଘର ପାଇଛନ୍ତି । କେବଳ ଓଡିଶା ନୁହେଁ, ମଧ୍ୟପ୍ରଦେଶ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଆସାମ, ମହାରାଷ୍ଟ୍ର, ଉତରାଖଣ୍ଡ, ରାଜସ୍ତାନ ମଧ୍ୟ ଦେଶର ରାଜଧାନୀ ଦିଲ୍ଲୀରେ କାର୍ୟ୍ୟାଳୟ ପାଇଁ ଘର ପାଇଛନ୍ତି ।
ବିଜେଡି ବୋଧେ ଭୁଲି ଯାଉଛି ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଭୁବନେଶ୍ୱରସ୍ଥିତ ନିଜସ୍ୱ ଘର ‘ନବୀନ ନିବାସ’ ସାମ୍ନାରେ ଥିବା ସର୍ବସାଧାରଣ ରାସ୍ତାକୁ ମିଶାଇ ବ୍ୟାରିକେଡ କରି ରାସ୍ତା ବନ୍ଦ କରିଥିଲେ । ଏୟାରପୋର୍ଟ ପାଚେରୀ ଭାଙ୍ଗିଥିଲେ । ଏହାଫଳରେ ସାଧାରଣ ଲୋକ ନାହିଁ ନଥିବା ସମସ୍ୟାର ସମ୍ମୁଖିନ ହେଉଥିଲେ । ଏପରିକି ଗୁମାସ୍ତାଙ୍କ ପାଇଁ ତାଙ୍କ ସରକାର ବେଳେ କେତେ ପୋଲିସ ସୁରକ୍ଷା ଯୋଗାଇ ଦେଇଥିଲା ତାହା ବୋଧେ ବିଜେଡି ଭୁଲିଯାଇଛି । ଓଡିଶାବାସୀ ବିଜେଡିକୁ ପ୍ରମୁଖ ବିରୋଧୀ ଦଳ ଆସନରେ ବସାଇଛନ୍ତି । ଗତ ୧୭ ମାସ ଭିତରେ ବିଧାନସଭା ଅଧିବେଶନରେ ବିରୋଧୀଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ରହି ଓଡିଶା ସ୍ୱାର୍ଥ ସମ୍ବନ୍ଧିତ କେତେ ପ୍ରସଙ୍ଗ ଉଠାଇଛନ୍ତି ତାହା ଆତ୍ମସମୀକ୍ଷା କରିବା ଉଚିତ୍ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି ।
ବିଜେଡି ଏକ ଅସ୍ତଗାମୀ ରାଜନୈତିକ ଦଳ । ତେଣୁ ମାନସିକ ଭାରସାମ୍ୟ ହରାଇ ଅପ୍ରସଙ୍ଗକୁ ପ୍ରସଙ୍ଗ କରୁଛି ବିଜେଡି । ଏହା ବିଜେଡିର ହତାସାର ପରିଚୟ । ଓଡିଶାରୁ ଲୋପ ପାଇବାକୁ ଯାଉଛି ବିଜେଡି ସେଥିପାଇଁ ବାଚଳାମି କରୁଛି । କେହି ଆଉ ବିଜେଡିକୁ ଯାଉନାହାଁନ୍ତି । ଗତ କିଛି ମାସ ହେବ ପଂଚାୟତସ୍ତରୀୟ ନେତାଙ୍କ ଠାରୁ ଆରମ୍ଭ କରି ସାଂସଦ ପର୍ୟ୍ୟନ୍ତ ବିଜେଡି ଛାଡି ବିଜେପି ମୁହାଁ ହେଉଛନ୍ତି । ଗଣମାଧ୍ୟମରେ ରହିବା ପାଇଁ ଏଭଳି ବିଜେଡି କହୁଛି ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି ।

  • Related Posts

    କଟିଛି ୯.୮ଲକ୍ଷ ଭୋଟରଙ୍କ ନାଁ, ଲିଷ୍ଟର ପୁନର୍ବିଚାର ପାଇଁ ଚିଠି ଲେଖିଲେ ସସ୍ମିତ ପାତ୍ର

    ଭୁବନେଶ୍ୱର,୨୧/୦୪/୨୦୨୬:ଭୋଟର ତାଲିକାରୁ ୯ ଲକ୍ଷ ୮୦ ହଜାର ଭୋଟରଙ୍କ ନାମ କଟିବା ପ୍ରସଙ୍ଗରେ ଉଦବେଗ ପ୍ରକାଶ କଲେ ବିଜେଡି ସାଂସଦ ସସ୍ମିତ ପାତ୍ର । ପୁନର୍ବିଚାର ପାଇଁ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ଚିଠି ଲେଖିଲେ ସସ୍ମିତ । ପୁନଃ…

    Continue reading
    ଭୟ ଓ ଦୁର୍ନୀତିର ରାଜନୀତିକୁ ପ୍ରତ୍ୟାଖ୍ୟାନ କରିବେ ପଶ୍ଚିମବଙ୍ଗର ଜନତା – ଧର୍ମେନ୍ଦ୍ର ପ୍ରଧାନ

    • ରୋଡ୍-ସୋ’ ଏବଂ ଶୋଭାଯାତ୍ରାରେ ସାମିଲ ହୋଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ କଲେ ପ୍ରଚାର • ଟିଏମସି ଯେତେ ଚେଷ୍ଟା କଲେ ମଧ୍ୟ ବିଜେପିର ସଂକଳ୍ପକୁ ନେଇ ଲୋକଙ୍କୁ ବିଭ୍ରାନ୍ତ କରିପାରିବ ନାହିଁ • ପଶ୍ଚିମବଙ୍ଗର ସୁରକ୍ଷା, ସୁଯୋଗ ଏବଂ ସାମଗ୍ରିକ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର