ବିଜେପିରେ ମିଶିବେ ବିଜେଡିର ୨୭ଜଣ ବିଧାୟକ: ଆସିକା ବିଧାୟକ

ଭୁବନେଶ୍ବର: ବିଜେଡି ନେତା ମୁନ୍ନା ଖାଁଙ୍କ ବୟାନ ପରେ କଡ଼ା ଜବାବ ଦେଇଛନ୍ତି ବିଜେପି ବିଧାୟକ ସରୋଜ ପାଢ଼ୀ । ଦଳ ଅଦଳବଦଳ ଚର୍ଚ୍ଚାକୁ ନେଇ ଆସିକା ବିଧାୟକ ସରୋଜ ପାଢ଼ୀଙ୍କ ବଡ ବୟାନ । ସେ କହିଛନ୍ତି,”ବିଜେପିରେ ମିଶିବେ ବିଜେଡିର ୨୭ଜଣ ବିଧାୟକ । ଆମ ସହ ଯୋଗାଯୋଗରେ ଅଛନ୍ତି । ଆମ ଦଳର ନେତୃତ୍ୱ ସହ ଆଲୋଚନା କରୁଛନ୍ତି ।”ସେପଟେ ବାଲେଶ୍ବରେ ବିଜେଡ଼ି ପକ୍ଷରୁ ଆୟୋଜନ ହୋଇଛି ‘ଜନ ସମ୍ପର୍କ ପଦଯାତ୍ରା’ ।
ବିଜେପି ବିଧାୟକ ସରୋଜ ପାଢ଼ୀ କହିଛନ୍ତି,”ବିଜେଡିର ୨୭ ବିଧାୟକ ବିଜେପିରେ ମିଶିଲେ ଦଳ ତାଙ୍କୁ ସ୍ୱାଗତ କରିବ । ସେମାନଙ୍କୁ କେଉଁ ଦାୟିତ୍ୱ ଦିଆଯିବ ସେନେଇ ଦଳର ନେତୃତ୍ୱ ନିଷ୍ପତ୍ତି ନେବେ । ବିଜେଡି ଏବେ ବିଗ୍ ଜିରୋ । ସେମାନେ ନିଜ ଭବିଷ୍ୟତକୁ ନେଇ ଚିନ୍ତାରେ ଅଛନ୍ତି । ବିଜେଡିର ଆଉ ଭବିଷ୍ୟତ ନାହିଁ । ବିଜେଡି ଏକ କ୍ଷେତ୍ରୀୟ ଦଳ, ବିଜେପି ଏକ ବିଶାଳ ଜାତୀୟ ପାର୍ଟି ।ସେ ଆହୁରି ମଧ୍ୟ କହଛନ୍ତି,” ବିଜେଡି ଆଉ ରହିବନି । ଖାଲି ବିଧାୟକ ନୁହନ୍ତି ଆହୁରି ରାଜ୍ୟସଭା ସାଂସଦ ମଧ୍ୟ ବିଜେପି ଆସିବେ । ମୁନ୍ନା ଖାଁ ନିଜର ସ୍ଥିତି ଜାଣି ନାହାନ୍ତି । କେହି ବିଜେପି ଛାଡ଼ି ବିଜେଡି ଯିବେନି । ସେ ଜାଣି ନାହାନ୍ତି କି ୧୪ ବିଧାୟକ ଗଲେ ଦଳ ବଦଳ ଆଇନ ଲାଗୁ ହେବ । କିନ୍ତୁ ୨୭ ଆସିଲେ କୌଣସି ଆଇନ ଲାଗୁ ହେବ ନାହିଁ ।”ପ୍ରକାଶ ଯୋଗ୍ୟ, ବିଜେଡି ସାଂସଦ ମୁନ୍ନା ଖାଁ ବିଜେପିର ୧୪ ଜଣ ବିଧାୟକ ବିଜେଡ଼ିରେ ମିଶିବେ ବୋଲି କହିଥିଲେ । ଆଗକୁ ବିଜେଡି ସରକାର ଗଢ଼ିବ , ବିଜେପିର ବହୁ ବିଧାୟକ ବିଜେଡି ସହ ଯୋଗାଯୋଗରେ ଅଛନ୍ତି ବୋଲି ପ୍ରତିକ୍ରିୟା ରଖିଥିଲେ ।ତେବେ ଏହାକୁ କଟାକ୍ଷ କରି  ବିଜେପି ବିଧାୟକ ଏଭଳି କହିଛନ୍ତି ।

  • Related Posts

    ବିଧାନସଭା ଉପନିର୍ବାଚନରେ ପ୍ରଶାନ୍ତ କିଶୋର ଆଗୁଆ

    ପାଟନା: ବିହାର, ଗୁଜରାଟ ଏବଂ ମଧ୍ୟପ୍ରଦେଶର ଗୋଟିଏ ଲେଖାଏଁ ଆସନର ହୋଇଥିବା ଉପନର୍ବାଚନରେ ଫଳାଫଳ ଆଜି ପ୍ରକାଶ ପାଇବ । ଏ ନେଇ ଭୋଟ୍ ଗଣତି ଜାରି ରହିଛି । ଏଥିରେ ବିହାରର ବାଙ୍କୀପୁର, ବିଧାନସଭା ଉପନିର୍ବାଚନର ଭୋଟ୍ ଗଣତିରେ ଜନ୍…

    Continue reading
    ବିପତ୍ତି ସମୟରେ ରାଜନୀତି ନକରି ସେବା ଉପରେ ଗୁରୁତ୍ୱ ଦିଅ: ରାଜସ୍ୱ ମନ୍ତ୍ରୀ

    ଓଡ଼ିଶାରେ ବନ୍ୟା ସ୍ଥିତିରେ ସୁଧାର, କ୍ଷୟକ୍ଷତି ଆକଳନ ଆରମ୍ଭ ଭୁବନେଶ୍ୱର: ବନ୍ୟା ସମୟରେ ଚାଲିଥିବା ରାଜନୈତିକ ବୟାନବାଜିକୁ ନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କଡ଼ା ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି, “ଯେଉଁମାନେ କେବଳ ବୟାନବାଜି କରନ୍ତି ସେମାନେ ପ୍ରକୃତରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ