
ଭୁବନେଶ୍ୱର: ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିବେ ସୁଜିତ କୁମାର । ଏନେଇ ସେ ପ୍ରଥମେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ପହଞ୍ଚିଥିବା ଜଣାଯାଇଛି । ନାମାଙ୍କନ ପୂର୍ବରୁ ସୁଜିତ କୁମାର ରାଜ୍ୟ ବିଜେପି ଅଫିସରେ ରାଜ୍ୟ ସଭାପତିି ମନମୋହନ ସାମଲଙ୍କ ସହ ଆଲୋଚନା କରୁଥିବା ଜଣାଯାଇଛି । ଦିଲ୍ଲୀ କାର୍ଯ୍ୟାଳୟରୁ ବିଧିବଦ୍ଧ ବିଜ୍ଞପ୍ତି ପରେ ସୁଜିତ କୁମାର ଆଜି ନାମାଙ୍କନ ଭରିବେ ।




