ବିଜେପି ବୁଥ ଏଜେଣ୍ଟଙ୍କୁ ଆକ୍ରମଣ

କୋଲକାତା: ପଶ୍ଚିମବଙ୍ଗରେ ଦ୍ୱିତୀୟ ତଥା ଅନ୍ତିମ ପର୍ୟ୍ୟାୟ ପାଇଁ ବୁଧବାର ଭୋଟିଂ ଚାଲିଛି। ୨୯୪ ବିଧାନସଭା ଆସନ ମଧ୍ୟରୁ ୧୪୨ଟିରେ ସକାଳ ୭ଟାରେ ମତଦାନ ଆରମ୍ଭ ହୋଇଛି। ଶାସକ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ବିଜେପି ବିରୁଦ୍ଧରେ ଏକ ଭୟଙ୍କର ଲଢ଼େଇର ସମ୍ମୁଖୀନ ହେଉଛି। ବିଜେପି ରାଜ୍ୟରେ ପ୍ରଥମ ଥର ପାଇଁ ସରକାର ଗଠନ କରିବାକୁ ଲକ୍ଷ୍ୟ ରଖିଛି। ତଥାପି ଏହି ନିର୍ବାଚନ ପ୍ରକ୍ରିୟା ମଧ୍ୟରେ, ହିଂସା ନିରନ୍ତର ଜାରି ରହିଛି। ଏବେ ରିପୋର୍ଟ ଆସିଛି ଯେ, ଜଣେ ଭାଜପା ବୁଥ ଏଜେଣ୍ଟଙ୍କୁ ଆକ୍ରମଣ କରାଯାଇଛି। ନଦିଆ ଜିଲାର ଛାପ୍ରାରେ ୫୩ ନମ୍ବର ବୁଥ୍‌ରେ ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର କର୍ମୀମାନେ ଜଣେ ବିଜେପି ଏଜେଣ୍ଟଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ତାଙ୍କ ମୁଣ୍ଡରେ ଆଘାତ ଦେଇଛନ୍ତି। ଘଟଣାର ସୂଚନା ପାଇ ନିର୍ବାଚନ କମିଶନ ଏହି ବିଷୟରେ ଏକ ରିପୋର୍ଟ ମାଗିଛନ୍ତି।

  • Related Posts

    ପଶ୍ଚିମବଙ୍ଗ ନିର୍ବାଚନ: 1ଟା ସୁଦ୍ଧା 61.11% ଭୋଟିଂ

    ଆଜି ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନର ଦ୍ୱିତୀୟ ତଥା ଅନ୍ତିମ ପର୍ଯ୍ୟାୟ ପାଇଁ ମତଦାନ ହେଉଛି । 7ଟି ଜିଲ୍ଲାର ପ୍ରାୟ 142ଟି ନିର୍ବାଚନ ମଣ୍ଡଳୀରେ ମତଦାନ ହେଉଛି ।ନିର୍ବାଚନ କମିଶନ (EC)ଙ୍କ ରିପୋର୍ଟ ଅନୁଯାୟୀ, ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଦିନ 1ଟା…

    Continue reading
    ନେତୃତ୍ବକୁ ନେଇ ବିଜେଡି ଭିତରେ ବଢ଼ିବାରେ ଲାଗିଛି ଚାପା ଅସନ୍ତୋଷ

    ଭୁବନେଶ୍ବର: ନେତୃତ୍ବକୁ ନେଇ ବିଜେଡି ଭିତରେ ଚାପା ଅସନ୍ତୋଷ ବଢ଼ିବାରେ ଲାଗିଛି। ଏବେ ବି ପରଦା ପଛରେ ରହି ଭି କେ ପାଣ୍ଡିଆନ୍ ହିଁ ସବୁ ନିଷ୍ପତ୍ତି ନେଉଛନ୍ତି ବୋଲି କାହାକୁ ଅଛପା ନାହିଁ। ଏପରିକି ପାଣ୍ଡିଆନ ଖୁବ୍‌ଶୀଘ୍ର ଆଗକୁ ଆସିବେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା