ପଶ୍ଚିମବଙ୍ଗରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ, 11ଟା ସୁଦ୍ଧା 39.97 % ପ୍ରତିଶତ ମତଦାନ

କୋଲକାତା: ଆଜି ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନର ଦ୍ୱିତୀୟ ତଥା ଅନ୍ତିମ ପର୍ଯ୍ୟାୟ ପାଇଁ ମତଦାନ ହେଉଛି । 7ଟି ଜିଲ୍ଲାର ପ୍ରାୟ 142ଟି ନିର୍ବାଚନ ମଣ୍ଡଳୀରେ ମତଦାନ ହେଉଛି ।ନିର୍ବାଚନ କମିଶନଙ୍କ ରିପୋର୍ଟ ଅନୁଯାୟୀ, ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ସକାଳ 11ଟା ସୁଦ୍ଧା 39.97 ପ୍ରତିଶତ ମତଦାନ ହୋଇଛି ।
23 ଏପ୍ରିଲରେ ଅନୁଷ୍ଠିତ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ, 93.19 ପ୍ରତିଶତ ଭୋଟରଙ୍କ ରେକର୍ଡ ମତଦାନ ହୋଇଥିଲା । ପ୍ରଥମ ପର୍ଯ୍ୟାୟରେ ରାଜ୍ୟର 16ଟି ଜିଲ୍ଲାର ମୋଟ 152ଟି ନିର୍ବାଚନମଣ୍ଡଳୀ ପାଇଁ ମତଦାନ ଅନୁଷ୍ଠିତ ହୋଇଥିଲା । ମେ’ 4 ତାରିଖ ପଳାଫଳ ପ୍ରକାଶ ପାଇବ ।ନିର୍ବାଚନ ହେବାକୁ ଥିବା 142ଟି ଆସନ ମଧ୍ୟରୁ, ଗତ 2021 ନିର୍ବାଚନରେ ଟିଏମସି 123ଟି ଜିତିଥିବା ବେଳେ ବିଜେପି ମାତ୍ର 18ଟି ଏବଂ ଆଇଏସଏଫ ଗୋଟିଏ ଆସନରେ ଜିତିଥିଲା ।
ଦ୍ୱିତୀୟ ପର୍ଯ୍ୟାୟରେ ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ଅଛନ୍ତି ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ (TMC) ମୁଖ୍ୟ ମମତା ବାନାର୍ଜୀ । ଭାରତୀୟ ଜନତା ପାର୍ଟିର ଶୁଭେନ୍ଦୁ ଅଧିକାରୀଙ୍କ ସହ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ମୁଖ୍ୟମନ୍ତ୍ରୀ ମମତା । ବିଜେପି ନେତା ଶୁଭେନ୍ଦୁ ନନ୍ଦିଗ୍ରାମରୁ ମଧ୍ୟ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ମମତାଙ୍କ ନେତୃତ୍ୱାଧୀନ ଟିଏମସି ସରକାର ବଙ୍ଗରେ ଚତୁର୍ଥ ଥର ପାଇଁ ସରକାର ଗଢ଼ିବାକୁ ଆଶା ରଖିଛି

  • Related Posts

    ପଶ୍ଚିମବଙ୍ଗ ନିର୍ବାଚନ: 1ଟା ସୁଦ୍ଧା 61.11% ଭୋଟିଂ

    ଆଜି ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନର ଦ୍ୱିତୀୟ ତଥା ଅନ୍ତିମ ପର୍ଯ୍ୟାୟ ପାଇଁ ମତଦାନ ହେଉଛି । 7ଟି ଜିଲ୍ଲାର ପ୍ରାୟ 142ଟି ନିର୍ବାଚନ ମଣ୍ଡଳୀରେ ମତଦାନ ହେଉଛି ।ନିର୍ବାଚନ କମିଶନ (EC)ଙ୍କ ରିପୋର୍ଟ ଅନୁଯାୟୀ, ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଦିନ 1ଟା…

    Continue reading
    ନେତୃତ୍ବକୁ ନେଇ ବିଜେଡି ଭିତରେ ବଢ଼ିବାରେ ଲାଗିଛି ଚାପା ଅସନ୍ତୋଷ

    ଭୁବନେଶ୍ବର: ନେତୃତ୍ବକୁ ନେଇ ବିଜେଡି ଭିତରେ ଚାପା ଅସନ୍ତୋଷ ବଢ଼ିବାରେ ଲାଗିଛି। ଏବେ ବି ପରଦା ପଛରେ ରହି ଭି କେ ପାଣ୍ଡିଆନ୍ ହିଁ ସବୁ ନିଷ୍ପତ୍ତି ନେଉଛନ୍ତି ବୋଲି କାହାକୁ ଅଛପା ନାହିଁ। ଏପରିକି ପାଣ୍ଡିଆନ ଖୁବ୍‌ଶୀଘ୍ର ଆଗକୁ ଆସିବେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା