ବିଜ୍ଞପ୍ତି ପ୍ରକାଶ: ୧୬୮ ଇନ୍ସପେକ୍ଟରଙ୍କ ଡିଏସ୍‌ପିକୁ ପଦୋନ୍ନତି

କଟକ: ଦୀର୍ଘ ଦୁଇ ବର୍ଷ ହେଲା ଘୁଞ୍ଚୁଥିବା ପଦୋନ୍ନତି ଫାଇଲ୍‌ରେ ଶେଷରେ ମୋହର ବାଜିଛି । ୨୦୧୩ରୁ ଇନ୍ସପେକ୍ଟର ଭାବେ କାର୍ୟ୍ୟ କରିଆସୁଥିବା ୧୩୦ ଜଣ ଅଧିକାରୀ ଓ ଅନ୍ୟ ବ୍ୟାଚ୍‌ର ୩୮ ଜଣ ଇନ୍ସପେକ୍ଟରଙ୍କୁ ମିଶାଇ ମୋଟ ୧୬୮ ଜଣ ଡିଏସ୍‌ପି ପାହ୍ୟାକୁ ପଦୋନ୍ନତି ପାଇଛନ୍ତି । ଏ ସଂକ୍ରାନ୍ତରେ ପୁଲିସ୍‌ ମୁଖ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଡିଏସ୍‌ପି ପାହ୍ୟାକୁ ପଦୋନ୍ନତି ପାଇଥିବା ଅଧିକାରୀମାନଙ୍କ ବଦଳି ନେଇ ଖୁବ୍‌ଶୀଘ୍ର ପୁଲିସ ମୁଖ୍ୟାଳୟ ପକ୍ଷରୁ ନିଷ୍ପତ୍ତି ନିଆଯିବ । ଡିଏସ୍‌ପି ପାହ୍ୟା ଓ ଖାଲି ହେବାକୁ ଥିବା ଇନ୍ସପେକ୍ଟର ପଦବି ପୂରଣ ପାଇଁ ରାଜ୍ୟରେ ଏକ ବଡ଼ ଅଦଳବଦଳ କରାଯିବ । ଦୀର୍ଘ ବର୍ଷ ଜିଲ୍ଲାସ୍ତରରେ ଏବଂ ପୁଲିସର ବିଭିନ୍ନ ଏଷ୍ଟାବ୍ଲିସ୍‌ମେଣ୍ଟରେ ଗାଦି ମାଡ଼ି ବସିଥିବା ଅଫିସରମାନେ ମଧ୍ୟ ବଦଳିବେ । ବଦଳି ଓ ପୋଷ୍ଟିଂ ଲାଗି ପୁଲିସ ମୁଖ୍ୟାଳୟ ପକ୍ଷରୁ କମିଟି ହିଁ ସ୍ଥିର କରିବ । ଏଥିଲାଗି ଖୁବ୍‌ଶୀଘ୍ର କମିଟି ବୈଠକ ଲାଗି ସଦସ୍ୟମାନଙ୍କୁ ଡକାଯିବ । ତଦନ୍ତରେ ଇନ୍ସପେକ୍ଟର ଓ ଡିଏସ୍‌ପିମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ନୂଆ ସରକାର ଗଠନ ପରେ ଇନ୍ସପେକ୍ଟର ଓ ଡିଏସ୍‌ପି ପାହ୍ୟାରେ ବଡ଼ ଧରଣର ଅଦଳବଦଳ ହୋଇନାହିଁ । ତେଣୁ ଇନ୍ସପେକ୍ଟର ଓ ଡିଏସ୍‌ପି ପାହ୍ୟାର ଅଧିକାରୀ ମନପସନ୍ଦ ଜାଗାରେ ପୋଷ୍ଟିଂ ପାଇଁ ଜୋର୍‌ଦାର ଲବି ଆରମ୍ଭ କରିଛନ୍ତି । ଏହାବାଦ୍‌ ପୁଲିସ ମୁଖ୍ୟାଳୟରେ ଡିଜିଙ୍କ ଅଭିଯୋଗ ପ୍ରକୋଷ୍ଠରେ ଇନ୍ସପେକ୍ଟର ଓ ଡିଏସ୍‌ପି ପାହ୍ୟାରେ ଜିଲ୍ଲା ଓ ଗୋଟିଏ ଏଷ୍ଟାବ୍ଲିସ୍‌ମେଣ୍ଟ୍‌ରୁ ଅନ୍ୟ ଏଷ୍ଟାବ୍ଲିସମେଣ୍ଟକୁ ବଦଳି ପାଇଁ ୭୦ରୁ ଅଧିକ ଅଧିକାରୀଙ୍କ ଆବେଦନପତ୍ର ଗଦା ହୋଇଛି । ଖାଲି ହେବାକୁ ଥିବା ଇନ୍ସପେକ୍ଟର ପଦବି ଆଗ ପୂରଣ କରାଯିବ । ଇନ୍ସପେକ୍ଟରଙ୍କ ବଦଳି ଅର୍ଡର ବାହାରିବା ପରେ ଡିଏସ୍‌ପି ପଦବିରେ ଅଦଳବଦଳ କରାଯିବ ।ଉଲ୍ଲେଖଯୋଗ୍ୟ, ୨୦୦୫ ବ୍ୟାଚ୍‌ର ପୁଲିସ ଅଫିସରଙ୍କର ଇନ୍ସପେକ୍ଟର ପାହ୍ୟାକୁ ୨୦୨୧ରେ ପଦୋନ୍ନତି ଆରମ୍ଭ ହୋଇଥିଲା । ୨୦୨୧ରେ ପ୍ରଥମେ ଏସ୍‌ସି, ଏସ୍‌ଟି ବର୍ଗରୁ ୨୦ରୁ ଅଧିକ ଇନ୍ସପେକ୍ଟର ପଦୋନ୍ନତି ପାଇଥିବା ବେଳେ ୨୦୨୩ରେ ୮୦ ଜଣ ପଦୋନ୍ନତି ପାଇଥିଲେ । ଅବଶିଷ୍ଟ ୧୩୦ ଇନ୍ସପେକ୍ଟର ଦୁଇ ବର୍ଷ ହେଲା ପଦୋନ୍ନତି ପାଇବାରୁ ବଞ୍ଚିତ ହୋଇଆସୁଥିଲେ । ଏହାକୁ ନେଇ ଇନ୍ସପେକ୍ଟରଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଲାଗିରହିଥିଲା । ଶେଷରେ ପଦୋନ୍ନତି ଫାଇଲ୍‌ରେ ମୋହର ବାଜିଛି ।

  • Related Posts

    ୧.୭୯ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୯୯.୨୬ କୋଟି ଟଙ୍କା ସୁଧ ଫେରସ୍ତ

    ଓଡ଼ିଶାର ବିକାଶରେ ନେତୃତ୍ୱ ନେବେ ନାରୀଶକ୍ତି: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା • ୧୫,୫୨୬ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଆବର୍ତ୍ତନ ପାଣ୍ଠି, ୩୭୧ ଗ୍ରାମପଞ୍ଚାୟତ ସ୍ତରୀୟ ମହାସଂଘ ଗୋଷ୍ଠୀ ବିନିଯୋଗ ପାଣ୍ଠି ଓ ୬୦୫ ଆଞ୍ଚଳିକ ମହାସଂଘକୁ ନିରାପତ୍ତା ପାଣ୍ଠି ବାବଦକୁ ମୋଟ…

    Continue reading
    ଏସୀୟ କ୍ରୀଡ଼ା ସ୍ୱର୍ଣ୍ଣ ପଦକ ବିଜେତା ଅମିତ ରୋହିଦାସ ଓ ଶୀଳାନନ୍ଦ ଲାକ୍ରାଙ୍କୁ ସ୍ୱାଗତ କଲେ କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ

    ଭୁବନେଶ୍ୱର, ୦୬-୧୦-୨୬: ଜାପାନରେ ଆୟୋଜିତ ଏସୀୟ କ୍ରୀଡ଼ା ୨୦୨୬ରେ ସ୍ୱର୍ଣ୍ଣ ପଦକ ଜିତିବା ସହ ଲସ୍ ଆଞ୍ଜେଲସ୍ ଅଲମ୍ପିକ୍ସ (LA28) ପାଇଁ ଯୋଗ୍ୟତା ହାସଲ କରିଥିବା ଭାରତୀୟ ହକି ଟିମ୍‌ର ଓଡ଼ିଶା ତାରକା ଅମିତ ରୋହିଦାସ ଓ ଶୀଳାନନ୍ଦ ଲାକ୍ରା ଭୁବନେଶ୍ୱରରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ