
ଭୁବନେଶ୍ୱର: ପୁଣି ବିଧାନସଭା ଆଗରେ ଦେଖିବାକୁ ମିଳିଛି ହାଇଡ୍ରାମା । ପୁଣି ଧାରଣାରେ ବସିଲେ କଂଗ୍ରେସ ବିଧାୟକ । ବିଧାନସଭାରୁ ୧୪ରୁ ୧୪ କଂଗ୍ରେସ ବିଧରାୟକ ନିଲମ୍ବିତ ହୋଇଥିବାବେଳେ ଆଜି କିଛି କଂଗ୍ରେସ ବିଧାୟକ ବିଧାନସଭା ଭିତରକୁ ଯିବା ପାଇଁ ଉଦ୍ୟମ କରିଥିଲେ । ତେବେ ପୁଲିସ ସେମାନଙ୍କୁ ଅଟକାଇଥିଲା । ଯାହାକୁ ବିରୋଧ କରି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ, ଅଶୋକ ଦାସ ଓ ପବିତ୍ର ସାଉନ୍ତା ବିଧାନସଭା ଫାଟକ ଆଗରେ ଧାରଣା ଦେଇଥିବା ଜଣାଯାଇଛି ।








