ହାଇଦ୍ରାବାଦ: ବିବାହ ପରେ ବଡ଼ ନିଷ୍ପତ୍ତି ନେଇଛନ୍ତି ସାଉଥ୍ ଅଭିନେତ୍ରୀ କୀର୍ତ୍ତି ସୁରେଶ। ସେଇଟି ହେଲା ଅଭିନୟ ଦୁନିଆକୁ ବାଏ ବାଏ କରିବା। ଏକଥା ଆମେ କହୁନାହୁଁ। ବରଂ ସୋସିଆଲ ମିଡିଆରେ ଖବର ଭାଇରାଲ ହେଉଛି। ତାଙ୍କ ପାଖରେ ଏବେ ମାତ୍ର ୨ ଫିଲ୍ମ ଅଛି, ଯେଉଁଥିରେ ରିଭଲଭର ରିଟା ଏବଂ କନ୍ନିବେଦୀ ସାମିଲ ଅଛି। ଏହି ଫିଲ୍ମ ପରେ ସେ କୌଣସି ଫିଲ୍ମ ସାଇନ କରିନାହାନ୍ତି। ଏଣୁ ସେ ଅଭିନୟରୁ ବିରତି ନେବେ ବୋଲି କୁହାଯାଉଛି।
କହିରଖୁଛୁ, କୀର୍ତ୍ତି ନିଜର ସ୍କୁଲ ବେଳର ପ୍ରେମିକ ଆଣ୍ଟନୀ ଥାଟିଲଙ୍କୁ ଗୋଆରେ ବିବାହ କରିଛନ୍ତି। ହିନ୍ଦୁ ସହ ଖ୍ରୀଷ୍ଟିଆନ୍ ରୀତିନୀତିରେ ବିବାହ ଅନୁଷ୍ଠିତ ହୋଇଥିଲା। ବିବାହରେ ପରିବାରଲୋକଙ୍କ ସହ ସାଥୀ କଳାକାର ଯୋଗ ଦେଇଥିଲେ। ଏହାର ଅନେକ ଫଟୋ ଏବଂ ଭିଡିଓ ସାମ୍ନାକୁ ଆସିଥିଲା। ପ୍ରଶଂସକମାନେ ଅଭିନେତ୍ରୀଙ୍କୁ ଶୁଭେଚ୍ଛା ଜଣାଇଥିଲେ।
ଆପଣଙ୍କର ଏହିସବୁ ଅଭ୍ୟାସ ଡାକି ଆଣୁଛି ବିପଦ: ବେଳ ହୁଁ ସତର୍କ ରହି ଏଥିରୁ ନିବୃତ୍ତ ରୁହନ୍ତୁ
ଆଜିକାଲି ଅଧିକାଂଶ ଲୋକ ମାନସିକ ଦୁଶ୍ଚିନ୍ତା ରହୁଥିବାର ଦେଖାଯାଉଛି। ଫଳରେ ହୃଦରୋଗ ଭଳି ମାରାତ୍ମକ ସମସ୍ୟା ସୃଷ୍ଟି ହେଉଛି। କାରଣ ଆମର ଦୈନନ୍ଦିନ ଜୀବନ ଶୈଳୀରେ ଆମେ ଯାହା କରୁଛନ୍ତି ତାହାର ପ୍ରଭାବ ସିଧାସଳଖ ଆପଣଙ୍କ ମସ୍ତିଷ୍କ ଉପରେ ପଡ଼ୁଛି। ଆମେ…




