ବିଲ ପାସ ପାଇଁ ସର୍ବକାଳୀନ ରେକର୍ଡ

ଭୁବନେଶ୍ୱର: ବିଧାନସଭାରେ ବିଲ ପାସ ହେବାର ରେକର୍ଡ ରହିଛି ୨୦୦୩ ପୁଲିସ ବିଲ ପାସ ସମୟର। ତତ୍‌କାଳନୀ ମିଳିତ ସରକାର ୨୦୦୩ ନଭେମ୍ବର ୧୦ ତାରିଖରେ ପୁଲିସ ବିଲ ଆଣିଥିଲେ। ଏହି ବିଲ ୨୦୦୩ ନଭେମ୍ବର ୧୧ ଅପରାହ୍ନ ୩ଟା ୫୬ରୁ ଆରମ୍ଭ ହୋଇ ନଭେମ୍ବର ୧୨ ସକାଳ ୮ଟା ୩୨ ମିନିଟ ପର୍ୟ୍ୟନ୍ତ ଚାଲିଥିଲା। ସାଢେ ଷୋଳ ଘଣ୍ଟା ପର୍ୟ୍ୟନ୍ତ ବିଲ ପାସ ପାଇଁ ଚାଲିଥିବା ବିଧାନସଭା ସର୍ବକାଳୀନ ରେକର୍ଡ ରହିଛି। ଓଡିଶା ବିଶ୍ବବିଦ୍ୟାଳୟ ସଂଶୋଧନ ବିଲ-୨୦୨୪ ପାରିତ ହେବା ପାଇଁ ସାଢେ ୧୨ ଘଣ୍ଟା ସମୟ ଲାଗିଛି।

ବିଜେପି ବିଧାୟକ ଇରାଶିଷ ଆଚାର୍ୟ୍ୟ କହିଛନ୍ତି, ଗଣତନ୍ତ୍ର ପୁଣି ବିଧାନସଭା ଗୃହରେ ପ୍ରତିଷ୍ଠା ହୋଇଛି। ସାଢେ ୧୨ ଘଣ୍ଟା ଆଲୋଚନା ପରେ ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ ପାରିତ ହୋଇଛି। କ୍ଲଜ ବାଏ କ୍ଲଜ ଆଲୋଚନା ବେଳେ ସବୁ ଉତ୍ତର ଉଚ୍ଚ ଶିକ୍ଷା ମନ୍ତ୍ରୀ ରଖିଛନ୍ତି। ଏହି ବିଲ ଶିକ୍ଷା କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆଣିବ। ପୂର୍ବ ସରକାର ବିଶ୍ୱ ବିଦ୍ୟାଳୟ କ୍ଷମତା ସଂକୀର୍ଣ୍ଣ କରିଥିଲେ ଏବେ ତାହାକୁ ସ୍ୱାୟତ୍ତ କରାଯାଇଛି। ନୂଆ ବିଲ୍‌ ଦ୍ୱାରା ସରକାରୀ ନିୟନ୍ତ୍ରଣ କମିବ। ନୂଆ ବିଧାୟକଙ୍କୁ ବିଲ ବିଷୟରେ ବୁଝିବାକୁ ସୁଯୋଗ ମିଳିଛି। ଆମେ ରାତି ସାରା ଏଥିରେ ଭାଗ ନେଇଥିବାରୁ ଆମେ ଗର୍ବିତ।

ବିଜେଡି ବିଧାୟକ ଅରୁଣ ସାହୁ ଗଣମାଧ୍ୟମକୁ କହିଛନ୍ତି, ଚଞ୍ଚକତା ପୂର୍ଣ୍ଣ ବିଲ ଆଣିଛନ୍ତି ବିଜେପି ସରକାର। ୨୦୨୪ରେ ଯେଉଁ ବିଲ ଅଣା ଯାଇଛି ୧୯୮୯ର ବିଲକୁ ସଂଶୋଧନ କରାଯାଇଛି ବୋଲି କୁହା ଯାଇଛି। ବିଲ୍‌ର ବୈଧତା କଣ ଅଛି ପରବର୍ତ୍ତୀ ସମୟରେ ସୁପ୍ରିମକୋର୍ଟରେ ଆଲୋଚନା ହେବ। ବିଲ୍‌ରେ ଗଭର୍ଣ୍ଣରଙ୍କ ପାୱାରକୁ କାଟି ଦିଆଯାଇଛି। ୟୁଜିସିର ଡ୍ରାଫ୍ଟ ଗାଇଡ଼ ଲାଇନ, ଜାତୀୟ ଶିକ୍ଷା ନୀତିର ଗାଇଡ଼ ଲାଇନ ଓ ନୂଆ ବିଲ ମଧ୍ୟରେ ତାଳ ମେଳ ନାହିଁ। ଯେହେତୁ ୪ ବର୍ଷ ତଳେ ବିଜେପି ବିରୋଧରେ ଥିଲେ, ୟୁଜିସିକୁ ଲଗେଇ ମାମଲା କରିଥିଲେ। ତେଣୁ ନିଜ ଜିଦ ରକ୍ଷା ପାଇଁ ବିଲ ଆଣି ତରବରିଆ ଭାବେ ସଂଖ୍ୟା ବଳ ରେ ପାସ କରିଛନ୍ତି। ବିଲ ଉପରେ ସାଢେ ୧୨ ଘଣ୍ଟା ଆଲୋଚନା ହେଲା। ଆହୁରି ହୋଇ ପାରିଥାନ୍ତା। ହେଲେ ସେତିକି ସୁଯୋଗ ଦିଆଯାଉନି। ମୁଁ କେବଳ ୩ ଘଣ୍ଟା ୧୦ ମିନିଟ ଆଲୋଚନାରେ ଭାଗ ନେଇଛି।

ଗୃହର ୨୫ତମ କାର୍ୟ୍ୟ ଦିବସରେ ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ-୨୦୨୪ ଏବଂ ରାଜ୍ୟ ରାଜପଥ ପ୍ରାଧିକରଣ ବିଲ-୨୦୨୫ ବିଧାନସଭାରେ ପାରିତ ହୋଇଛି। ସେହିପରି ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ ଗୃହରେ ପାରିତ ହୋଇଛି। ସପ୍ତଦଶ ବିଧାନସଭାର ତୃତୀୟ ଅଧିବେଶନ ବେଶ ଘଟଣା ବହୁଳ ଥିଲା। କଂଗ୍ରେସ ଦଳର ସମସ୍ତ ବିଧାୟକ ପ୍ରଥମ ଥର ପାଇଁ ବିଧାନସଭା ଇତିହାସରେ ଗୃହରୁ ନିଲମ୍ବିତ ହୋଇଥିଲେ। ଏହା ସହ ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ ଏବଂ ରାଜ୍ୟ ରାଜପଥ ପ୍ରାଧିକରଣ ବିଲ ଆଲୋଚନା ବେଳେ ରାତି ତମାମ ଚାଲିଥିଲା ବିଧାନସଭା। ବୁଧବାର ସକାଳ ୧୦.୩୦ ମିନିଟରେ ଆରମ୍ଭ ହୋଇ ଗୃହ ଗୁରୁବାର ସକାଳ ୭ଟା ୫ ପର୍ୟ୍ୟନ୍ତ ଚାଲିଥିଲା।

  • Related Posts

    ଶୋଇଥିବା ଶିଶୁକୁ ଝୁଣିଦେଲା କୁକୁର

    କୋଷାଗୁମୁଡ଼ା: ବୁଲା କୁକୁରର ଦୌରାତ୍ମ୍ୟ । ଘରେ ପଶି ଶୋଇଥିବା ଶିଶୁକୁ ଝୁଣି ଲହୁଲୁହାଣ କରିଦେଇଛି । ଶିଶୁର ମୁହଁ ସହ ଶରୀରର ବିଭିନ୍ନ ଅଂଶକୁ କାମୁଡ଼ି କ୍ଷତାକ୍ତ କରିଦେଇଛି । ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା…

    Continue reading
    ବଡ଼ ଭାଇକୁ ହତ୍ୟା କଲା ସାନ

    ବ୍ରଜରାଜନଗର: ଝାରସୁଗୁଡ଼ାଜିଲ୍ଲା ଲଖନପୁର ଥାନା ଅନ୍ତର୍ଗତ କୁଶ୍ରାଲୋଇ ଖପରପଡ଼ା ଗାଁରେ ଭାଇ ହାତରେ ଭାଇର ହତ୍ୟା ଭଳି ଅଭାବନୀୟ ଘଟଣା ଘଟିଛି। ମୃତକ ଜଣକ ଅଢାପଡା (ଖପରପଡ଼ା)ର ସୁଦର୍ଶନ ଓରାମ (୩୯) ଓ ଅଭିଯୁକ୍ତ ତାଙ୍କ ସାନ ଭାଇ କିଶୋର ଓରାମ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ