ବିଶ୍ୱ ପରିବେଶ ଦିବସ ଅବସରରେ ରାଇକିଆ ପଞ୍ଚାୟତର ବ୍ୟାପକ କାର୍ଯ୍ୟକ୍ରମ

ରାଇକିଆ: ବିଶ୍ୱ ପରିବେଶ ଦିବସ ଅବସରରେ ରାଇକିଆ ଗ୍ରାମ ପଞ୍ଚାୟତ ପକ୍ଷରୁ ପରିବେଶ ସୁରକ୍ଷା, ସ୍ୱଚ୍ଛତା ଏବଂ ସବୁଜ ବନାୟନକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ବିଭିନ୍ନ ଜନହିତକର କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ଗୀତାଞ୍ଜଳି ନାୟକଙ୍କ ନେତୃତ୍ୱରେ ସକାଳ ୭ଟାରେ ପଂଚାୟତ କାର୍ଯ୍ୟାଳୟ ଠାରୁ ସ୍ଥାନୀୟ ବସ୍‌ଷ୍ଟାଣ୍ଡ ସହ ଶିବ ମନ୍ଦିର ପର୍ଯ୍ୟନ୍ତ ସ୍ୱଚ୍ଛ ଭାରତ ଅଭିଯାନ ଅନୁଷ୍ଠିତ ହୋଇଥିଲା.
ଏହି ସ୍ୱଚ୍ଛତା କାର୍ଯ୍ୟକ୍ରମରେ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶିବ ଶମ୍ଭୁ ଗୌଡ଼, ନାୟବ ସରପଞ୍ଚ ନିଥାଏଲ ନାୟକ,ଜିଲ୍ଲା ଭାଜପା ସାଧାରଣ ସମ୍ପାଦକ ସୁକାନ୍ତ କୁମାର ସାହୁ, ଜିଲ୍ଲା ଭାଜପା ଉପସଭାପତି ଝୁଲିମା ଦଳବେହେରା,ରାଇକିଆ ବଣିକ ସଂଘ ସଭାପତି ପଦ୍ମଚରଣ ପଣ୍ଡା, ସାଧାରଣ ସମ୍ପାଦକ ଦୁର୍ଯ୍ୟୋଧନ ଲେଙ୍କା, ରାଇକିଆ ଭାଜପା ମଣ୍ଡଳ ସଭାପତି ସନ୍ତୋଷ କୁମାର ପାତ୍ର, ୱାର୍ଡ ସଭ୍ୟ ମିଟୁ ବିଶ୍ୱାଳ, ମିହିର ମହାପାତ୍ର, ରାଇକିଆ ପଂଚାୟତ ଭାଜପା ଉପସଭାପତି ବିପିନ ବିହାରୀ ପଣ୍ଡା,ସମସ୍ତ ୱାର୍ଡ ସଭ୍ୟ ଓ ସଭ୍ୟା, ପଞ୍ଚାୟତ କର୍ମଚାରୀ, ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା, ଅଙ୍ଗନବାଡ଼ି କର୍ମୀ, ଯୁବ ସ୍ୱେଚ୍ଛାସେବୀ ଏବଂ ସାଧାରଣ ଜନତା ଯୋଗଦେଇଥିଲେ । ବସ୍‌ଷ୍ଟାଣ୍ଡ ଏବଂ ଏହାର ଆଖପାଖ ଅଞ୍ଚଳକୁ ପରିଷ୍କାର କରାଯିବା ସହ ସ୍ୱଚ୍ଛତା ଓ ପରିବେଶ ସୁରକ୍ଷା ନେଇ ସଚେତନତା ବାର୍ତ୍ତା ପ୍ରଦାନ ସହ ଆବର୍ଜନା କୁଣ୍ଡ ପଂଚାୟତ ପକ୍ଷରୁ ବଣ୍ଟନ କରାଯାଇଥିଲା.ଏହାପରେ ଜନଜାତି ହାଟ ପଡ଼ିଆଠାରେ ବୃହତ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ପରିବେଶର ସନ୍ତୁଳନ ରକ୍ଷା, ବାୟୁ ପ୍ରଦୂଷଣ ନିୟନ୍ତ୍ରଣ ଏବଂ ଆଗାମୀ ପିଢ଼ି ପାଇଁ ସବୁଜ ପରିବେଶ ସୃଷ୍ଟି ଲକ୍ଷ୍ୟରେ ବିଭିନ୍ନ ପ୍ରଜାତିର ଚାରା ରୋପଣ କରାଯାଇଥିଲା । ସେହିପରି ଏହି ଦିବସ ଅବସରରେ ପଂଚାୟତ ଗୃହ ଠାରେ ଏକ ସ୍ୱତନ୍ତ୍ର ପଲ୍ଲୀ ସଭା ମଧ୍ୟ ଅନୁଷ୍ଠିତ ହୋଇଥିଲା ପଲ୍ଲୀ ସଭାରେ ପରିବେଶ ସୁରକ୍ଷା, ଜଳ ସଂରକ୍ଷଣ, ପ୍ଲାଷ୍ଟିକ ବ୍ୟବହାର ହ୍ରାସ, ଗ୍ରାମର ସ୍ୱଚ୍ଛତା ବ୍ୟବସ୍ଥା, ବୃକ୍ଷରୋପଣର ସଫଳ କାର୍ଯ୍ୟାନ୍ୱୟନ ଓ ସ୍ଥାୟୀ ବିକାଶ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା.
ସରପଞ୍ଚ ଶ୍ରୀମତୀ ଗୀତାଞ୍ଜଳି ନାୟକ କହିଛନ୍ତି ଯେ, ପରିବେଶ ସୁରକ୍ଷା କେବଳ ସରକାରଙ୍କ ଦାୟିତ୍ୱ ନୁହେଁ, ବରଂ ପ୍ରତ୍ୟେକ ନାଗରିକଙ୍କ ସାମାଜିକ କର୍ତ୍ତବ୍ୟ। ତେଣୁ ପ୍ରତ୍ୟେକ ବ୍ୟକ୍ତି ଅତି କମରେ ଗୋଟିଏ ଗଛ ଲଗାଇ ତାହାର ଯତ୍ନ ନେବା ସହ ପରିବେଶ ସୁରକ୍ଷା ଅଭିଯାନରେ ସାମିଲ ହେବା ଆବଶ୍ୟକ।
ରାଇକିଆ ଗ୍ରାମ ପଞ୍ଚାୟତ ପକ୍ଷରୁ ସମସ୍ତ ଅଞ୍ଚଳବାସୀଙ୍କୁ ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ବିଶ୍ୱ ପରିବେଶ ଦିବସକୁ ସଫଳ କରିବା ସହ ଏକ ସବୁଜ, ସ୍ୱଚ୍ଛ ଓ ସୁସ୍ଥ ରାଇକିଆ ଗଠନରେ ସହଯୋଗ କରିବାକୁ ଆହ୍ୱାନ ଜଣାଯାଇଛି।
“ଗଛଟିଏ ଜୀବନ, ପରିବେଶ ଆମର ସମ୍ପଦ — ଆସନ୍ତୁ ମିଳିମିଶି ସବୁଜ ରାଇକିଆ ଗଢ଼ିତୋଳିବା।”.
ରିପୋର୍ଟର ଦୁତି କୃଷ୍ଣ ପଣ୍ଡା.

  • Related Posts

    ରାଜ୍ୟପାଳ- ମୁଖ୍ୟମନ୍ତ୍ରୀ ସାକ୍ଷାତ

    ଭୁବନେଶ୍ୱର: ରାଜ୍ୟପାଳଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଛାତ୍ର ସଂସଦ ନିର୍ବାଚନ ବେଳେ ରାଜ୍ୟପାଳଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରାୟ ଅଧଘଣ୍ଟାରୁ ଅଧିକ ସମୟ ଧରି ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି । ନିକଟରେ ଦିଲ୍ଲୀରେ…

    Continue reading
    ପଣ୍ଡିତ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର : ଆଜି ପୂଜ୍ୟ ପ୍ରଣାମ ପୁଣ୍ୟାତ୍ମା, ଲୋକସେବକ ମଣ୍ଡଳର ଉପସଭାପତି ତଥା ‘ସମାଜ’ ପ୍ରତିଷ୍ଠାତା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୯ ତମ ଜୟନ୍ତୀ। ଏହି ଅବସରରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ଉତ୍କଳମଣିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ