ବିଷ ବଳୟରେ ରାଜଧାନୀ : ସିଭିୟର ସ୍ଥିତିରେ ବାୟୁ ପ୍ରଦୂଷଣ

ପ୍ରବଳ ଶୀତ ସାଙ୍ଗକୁ ବିଷାକ୍ତ ବାୟୁରେ ଅଣନିଃଶ୍ୱାସୀ ହୋଇପଡ଼ିଲେଣି ଦିଲ୍ଲୀବାସୀ। କାରଣ ସହରର ବାୟୁ ଗୁଣବତ୍ତା ସୂଚକାଙ୍କ (AQI) ପୁଣିଥରେ ‘ସିଭିୟର’ ସ୍ଥିତିରେ ପହଞ୍ଚିଛି। ସରକାରୀ ତଥ୍ୟ ଅନୁସାରେ ଦିଲ୍ଲୀରେ ଆଜି (ରବିବାର) ଅପରାହ୍ନ ୩ଟା ସୁଦ୍ଧା ସହରର ବାୟୁ ଗୁଣବତ୍ତା ସୂଚକାଙ୍କ ବଢ଼ି ୪୦୬ରେ ପହଞ୍ଚିଛି। ଯାହା କିଛିଦିନର ଆଶ୍ୱସ୍ତି ପରେ ପୁଣିଥରେ ଦିଲ୍ଲୀବାସୀଙ୍କ ପାଇଁ ବିପଦର ସଙ୍କେତ ଦେଇଛି। ଆଜି ସକାଳ ୮ଟା ସୁଦ୍ଧା ୨୪ ଘଣ୍ଟାରେ ବାୟୁର ହାରାହାରି ମାନକ ୩୯୫ ରେକର୍ଡ ହୋଇଥିଲା।
ନଭେମ୍ବର ମାସ ସାରା ରାଜଧାନୀରେ ବାୟୁର ମାନ ଅତ୍ୟନ୍ତ ଖରାପ ରହିଥିଲା। ହେଲେ ଡିସେମ୍ବର ପ୍ରଥମ ସପ୍ତାହରେ ସହରବାସୀଙ୍କୁ ସାମନ୍ୟ ଆଶ୍ୱସ୍ତି ମିଳିଥିଲା। ବାୟୁ ଗୁଣବତ୍ତା ସୂଚକାଙ୍କରେ କିଛି ମାତ୍ରାରେ ସୁଧାର ଆସିବା ପରେ ଡିସେମ୍ବର ୫ରେ ଗ୍ରାପ୍-୪ କଟକଣା କୋହଳ କରାଯାଇଥିଲା। ଏହାପରେ ଗତ ୧୬ ଡିସେମ୍ବର ରାତିରୁ ଦିଲ୍ଲୀ ବାୟୁର ମାନ ପୁଣି ଖରାପ ହେବାରେ ଲାଗିଛି। ଯାହାକୁ ଦୃଷ୍ଟିରେ ରଖି ବାୟୁ ଗୁଣବତ୍ତା ପରିଚାଳନା ଆୟୋଗ (CAQM) ପୁଣିଥରେ ଦିଲ୍ଲୀ ଏନସିଆରରେ ଗ୍ରାପ୍-୪ କଟକଣା ଲାଗୁ କରିଥିଲା। ୨୦ ତାରିଖ ରାତିରେ ଯଦିଓ ବାୟୁ ମାନରେ ସାମାନ୍ୟ ସୁଧାର ଆସିଥିଲା, ହେଲେ ଏହାପରଠାରୁ ବାୟୁର ମାନ ତୀବ୍ର ଗତିରେ ଖରାପ ହେବାରେ ଲାଗିଛି। ଯାହା ଆଜି ଦିନ ୩ଟା ସୁଦ୍ଧା ୪୦୬ AQIରେ ପହଞ୍ଚିଛି।

GRAP ଓ ଏହାର ବିଭିନ୍ନ ପର୍ଯ୍ୟାୟ:
ଗ୍ରେଡେଡ୍ ରେସପନ୍ସ ଆକ୍ସନ ପ୍ଲାନ୍ ହେଉଛି ନିର୍ଦ୍ଦେଶାବଳୀ ଏବଂ ପଦକ୍ଷେପମୂଳକ ଯୋଜନା, ଯାହା ଦେଶର ଜାତୀୟ ରାଜଧାନୀ ଅଞ୍ଚଳ (NCR)ରେ ବାୟୁ ପ୍ରଦୂଷଣକୁ ମୁକାବିଲା କରିବା ପାଇଁ ଦୀର୍ଘ ଦିନ ହେବ କାର୍ଯ୍ୟକାରୀ ହୋଇଥିଲା। ଏହାର ୪ଟି ପର୍ଯ୍ୟାୟ ରହିଛି। ଗ୍ରାପ୍ -୧ ପ୍ରୟୋଗ ହୁଏ ଯେତେବେଳେ ବାୟୁ ଗୁଣବତ୍ତା ସୂଚକାଙ୍କ ୨୦୧ରୁ ୩୦୦ ଅର୍ଥାତ୍ ଖରାପ ଅବସ୍ଥାରେ ପହଞ୍ଚିଯାଏ। ଯେତେବେଳେ ଏହା ୩୦୧ ରୁ ୪୦୦ ପର୍ଯ୍ୟନ୍ତ ପହଞ୍ଚେ ଗ୍ରାପ୍-୨ ଲାଗୁ ହୁଏ। ଯେତେବେଳେ ବାୟୁ ଗୁଣବତ୍ତା ଅତ୍ୟଧିକ ଖରାପ ବୋଲି ଧରାଯାଏ, ଅର୍ଥାତ AQI ୪୦୧ରୁ ୪୫୦ ଛୁଇଁଲେ, ଗ୍ରାପ୍ -୩ ଲାଗୁ ହୁଏ। ସେହିଭଳି AQI ୪୫୦ରୁ ଅଧିକ, ସାଂଘାତିକ ସ୍ଥିତିକୁ ଗଲେ ଗ୍ରାପ-୪ ଲାଗୁ କରାଯାଏ। ହେଲେ ସୁପ୍ରମକୋର୍ଟଙ୍କ ପୂର୍ବ ନିର୍ଦ୍ଦେଶ ଅନୁସାରେ ବାୟୁ ପ୍ରଦୂଷଣରେ ତୁରନ୍ତ ନିୟନ୍ତ୍ରଣ ଆଣିବାକୁ ଦିଲ୍ଲୀରେ ଗ୍ରାପ୍-୪ ଲାଗୁ କରିଛି ବାୟୁ ଗୁଣବତ୍ତା ପରିଚାଳନା ଆୟୋଗ।

  • Related Posts

    ସଂସଦ ମୌସୁମୀ ଅଧିବେଶନ; ଲୋକସଭା ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ

    ନୂଆଦିଲ୍ଲୀ: ଗୁରୁବାର ଦିନ ସଂସଦର ମୌସୁମୀ ଅଧିବେଶନର ଶେଷ ଦିନ ଥିଲା । ଏହି ଅବସରରେ ସଂସଦ ଭବନଠାରୁ ଆରମ୍ଭ କରି ସଦନ ଭିତର ପର୍ଯ୍ୟନ୍ତ ଏକ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ଦେଖିବାକୁ ମିଳିଛି । ପ୍ରବଳ ହଙ୍ଗାମା ଓ ବିରୋଧ ପ୍ରଦର୍ଶନ…

    Continue reading
    ୧୦, ୨୦ ଟଙ୍କିଆ ପ୍ଲାଷ୍ଟିକ ନୋଟକୁ ମଞ୍ଜୁରି

    ନୂଆଦିଲ୍ଲୀ: ପ୍ଲାଷ୍ଟିକ ନୋଟକୁ ମିଳିଲା ମଞ୍ଜୁରି । କେନ୍ଦ୍ର ସରକାର ୧୦ ଓ ୨୦ ଟଙ୍କିଆ ପ୍ଲାଷ୍ଟିକ ନୋଟ୍ର ଫିଲ୍ଡ ଟ୍ରାଏଲ ବା କ୍ଷେତ୍ରୀୟ ପରୀକ୍ଷଣକୁ ମଞ୍ଜୁରି ପ୍ରଦାନ କରିଛନ୍ତି । ଉଭୟ ବର୍ଗରେ ୧୦୦ କୋଟି ଲେଖାଏଁ ପ୍ଲାଷ୍ଟିକ ନୋଟ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ